ନୂଆଦିଲ୍ଲୀ:ଆତଙ୍କର ଛାୟାରେ ଅନିଶ୍ଚିତ ଜୀବନ । ଘନଘନ ଗର୍ଜି ଉଠୁଛି ବନ୍ଧୁକ । ଅତ୍ୟାଚାର ମଧ୍ୟରେ ଅସ୍ତିତ୍ବ ଖୋଜୁଛି ନିର୍ବାକ ସ୍ବାଧୀନତାର ସ୍ବର । ରକ୍ତରଞ୍ଜିତ ହେଉଛି ମାଟି । ଭୟ, ହିଂସା, ବର୍ବରତା ମୁକସାକ୍ଷୀ ପାଲଟୁଛି ଆଫଗାନିସ୍ତାନ ।
ତାଲିବାନର କବଜା ପରେ ବନ୍ଧୁକ ଗର୍ଜନରେ ଥରିଉଠୁଛି ଆଫଗାନିସ୍ତାନ । ଆତଙ୍କୀ ଶାସକର ଜୁଲମ ଓ ଯାତନାରେ ଜର୍ଜରିତ ଆଫଗାନବାସୀ । ଚାରିଆଡେ ଅହରହ ଶୁଭୁଛି ‘ଆମକୁ ବଞ୍ଚାଅ ଆମକୁ ବଞ୍ଚାଅ’ ଆର୍ତ୍ତ ଚିତ୍କାର । କିଛିଦିନ ପରେ ପରାଧିନ ପାଲଟିଯିବ ଲୁହ ଓ ଚିତ୍କାର ହୋଇଯିବ ଚେତାଶୂନ୍ୟ । ଏହାରି ମଧ୍ୟରେ ସମାଧିରେ ପୁଣିଥରେ କବର ନେଇଛି ଆଫଗାନିସ୍ତାନର ଆଉ ଗୋଟିଏ ସାମ୍ରାଜ୍ୟ ।
ଆଫଗାନିସ୍ତାନରେ ଦୀର୍ଘ ୨୦ ବର୍ଷ ପରେ ଫେରିଛି ତାଲିବାନର କ୍ରୁର ଶାସନ । ବନ୍ଧୁକ ମୁନରେ ବଳପୂର୍ବକ ଗଣତନ୍ତ୍ରକୁ ଦଳିମକଚି ଦେବାକୁ ଆତୃଷ ହୋଇପଡିଛନ୍ତି କୃରତାର ସହଚର ତାଲିବାନ ଆତଙ୍କୀ । ଆଉ ଦିନ କେଇଟା ପରେ ଆଫଗାନିସ୍ତାନରୁ ଚାଲିଯିବେ ଆମେରିକା ସୈନ୍ୟ । ଆଫଗାନିସ୍ତାନ ବିଷୟରେ ଯଦିଓ ବିଶ୍ବ ମାନଚିତ୍ରରେ କୌଣସି କଥା ଉଲ୍ଲେଖିତ ନାହିଁ, ତଥାପି ଗୋଟିଏ ଖାସ କଥା ହେଉଛି ଯେ ଏହି ଦେଶକୁ ସାମ୍ରାଜ୍ୟର ସମାଧି ଭାବରେ କରାଯାଏ ବିବେଚନା । ଆଉ ଏହି ନାଁ ବର୍ଣ୍ଣନା କରେ ୯୦ ଦଶକରେ ଘଟିଥିବା ଘଟଣାର କାହାଣୀ ।
ସାମ୍ରାଜ୍ୟର ସମାଧି(Graveyard of Empires) ନାଁରେ ୨୦୦୯ରେ ଉନ୍ମଚିତ ହୋଇଥିଲା ଏକ ପୁସ୍ତକ । ସେଠ ଜୋନ୍ସ ଦ୍ବାରା ଲିଖିତ ଏହି ପୁସ୍ତରେ ଆମେରିକା ଯୁଦ୍ଧର ଘଟଣାକ୍ରମ । ଆଫଗାନିସ୍ତାନ ସେ ଦେଶ ଯାହା ଅନେକ ଯୁଦ୍ଧର ରହିଛି ସାକ୍ଷୀ । ଆଉ ପ୍ରତିଥର ହଜାର ହଜାର ସୈନିକଙ୍କ ରକ୍ତରେ ଭଜିଛି ଆଫଗାନ ମାଟି ।
1893 ଏବଂ 1919 ମସିହାରେ ବ୍ରିଟିଶ ଶାସନ ଆଫଗାନିସ୍ତାନ ବିରୋଧରେ ଲଢିଥିଲା ୩ଟି ଯୁଦ୍ଧ। ଆଙ୍ଗ୍ଲୋ-ଆଫଗାନିସ୍ତାନ ଥିଲା ପ୍ରଥମ ଯୁଦ୍ଧ, ଯେଉଁ ଯୁଦ୍ଧରେ ବହୁ ସଂଖ୍ୟାରେ ବ୍ରିଟିଶ ସେନା ଆଫଗାନିସ୍ତାନରେ କରିଥିଲେ ପ୍ରବେଶ । ଶୀତଦିନେ ଯେତେବେଳେ ହିନ୍ଦୁକୁଶ ପାହାଡ ବରଫରେ ଆଚ୍ଛାଦିତ ହୋଇଥିଲା, ସେତେବେଳେ ବ୍ରିଟିଶ ସେନା ଆଫଗାନିସ୍ତାନରେ ଘଟାଇଥିଲା ନରସଂହାର । ଆଉ ଲାଲ ପାଲଟିଯାଇଥିଲା ଧୋବ ଫରଫର ବରଫ ଚାଦରର ରଙ୍ଗ । 1842 ମସିହାରେ 4500 ସୈନିକଙ୍କର ମୃତ୍ୟୁ ଘଟିଥିଲା ଏବଂ ପ୍ରାୟ 12000 ସାଧାରଣ ନାଗରିକ ହରାଇଥିଲେ ପ୍ରାଣ । 1878ରୁ 1880 ମଧ୍ୟରେ ହୋଇଥିଲା ଦ୍ବିତୀୟ ଆଙ୍ଗ୍ଲୋ-ଆଫଗାନିସ୍ତାନ ଯୁଦ୍ଧ । ସେହିପରି 1919 ମସିହାରେ ମଧ୍ୟ ଏସିଆର ଦେଶମାନେ ତୃତୀୟ ଆଫଗାନିସ୍ତାନ-ଆଙ୍ଗ୍ଲୋ-ଆଫଗାନିସ୍ତାନ ଯୁଦ୍ଧରେ ବିଜୟ ହାସଲ କରିଥିଲେ ।
ଯେବେ ବି ଆଫଗାନିସ୍ତାନରେ ଯୁଦ୍ଧ ହୋଇଛି, ବହୁ ସଂଖ୍ୟକ ସୈନିକ ପ୍ରାଣ ହରାଇଛନ୍ତି । ରିପୋର୍ଟ ଉପରେ ଯଦି ନଜର ପକାଇବା ତାହେଲେ, ୨୦୦୧ରୁ ୨୦୨୧ ମଧ୍ୟରେ ଆମେରିକାର ଅପରେସନ ଏନଡ୍ୟୁରିଙ୍ଗ ଫ୍ରିଡମ(Operation Enduring Freedom)ରେ ପାଖାପାଖି 2,348 ଆମେରିକୀୟ ସୈନ୍ୟଙ୍କର ଯାଇଛି ଜୀବନ । ସେହପରି ଏହି ଅବଧି ମଧ୍ୟରେ ଅପରେସନରେ 1147 ‘ନାଟୋ’ ସୈନିକ ପ୍ରାଣ ହରାଇଛନ୍ତି ।
ଏହାପୂର୍ବରୁ ୧୯୭୯ରୁ ୧୯୮୯ ପର୍ଯ୍ୟନ୍ତ ସୋଭିଏତ ଆଫଗାନ ଯୁଦ୍ଧ ସମୟରେ 14,453 ସୈନିକଙ୍କ ମୃତ୍ୟୁ ହୋଇଥିଲା । 1919ରେ ଆଫଗାନ-ଆଙ୍ଗ୍ଲୋ ଯୁଦ୍ଧରେ ୨୩୬ ସୈନ୍ୟଙ୍କ ଯାଇଥିଲା ଜୀବନ । ସେହିପରି 1879-1880 ମଧ୍ୟରେ ଦ୍ବିତୀୟ ଆଙ୍ଗ୍ଲୋ ଆଫଗାନ ଯୁଦ୍ଧରେ 9850 ସୈନିକ ଓ 1839ରୁ 1842ପ୍ରଥମ ଆଫଗାନ ଯୁଦ୍ଧରେ 4700 ସୈନିକ ପ୍ରାଣ ହରାଇଥିଲେ ।
ସୋଭିଏତ ସଂଘର ସନ୍ୟବାହିନୀ ଆଫଗାନିସ୍ତାନରେ ପ୍ରବେଶ କଲାବେଳେ ଶୀତଳ ଯୁଦ୍ଧର ସମୟ ଥିଲା। ସେତେବେଳେ ଆତଙ୍କବାଦୀ ସଂଗଠନଗୁଡ଼ିକୁ ମୁଜାହିଦ୍ଦିନ କୁହାଯାଉଥିଲା ଏବଂ ଆମେରିକା ପକ୍ଷରୁ ସେମାନଙ୍କୁ ମିଳୁଥିଲା ବୃହତ ସମର୍ଥନ। 14,453 ସୈନିକ ମୃତ୍ୟୁ ଓ 53,753 ସୈନିକଙ୍କ ଆହତ ପରେ ହାର ମାନିଥିଲା ସୋଭିଏତ ସଂଘ । ଏହାସହ 1989 ଦେଶ ଛାଡି ପଳାଇବାକୁ ସୋଭିଏତ ସଂଘ ହୋଇଥିଲା ବାଧ୍ୟ ।