ଓଡିଶା

odisha

ଖୁବଶୀଘ୍ର ଖୋଲିବାକୁ ଯାଉଛି ବିମାନ ରେସ୍ତୋରାଁ, ନେଇପାରିବେ ସୁସ୍ବାଦୁ ଖାଦ୍ୟର ମଜା

By

Published : Jul 10, 2022, 1:38 PM IST

ବିମାନରେ ଖାଇବାର ସ୍ବପ୍ନକୁ ପୂରଣ କରିବା ପାଇଁ ଅତି କମରେ ହଜାରେ ଟଙ୍କା ଆବଶ୍ୟକ ହୋଇଥାଏ । କିନ୍ତୁ ଲୋକଙ୍କ ଏହି ସ୍ୱପ୍ନକୁ ସାକାର କରିବା ପାଇଁ ଜଣେ କୃଷକ ଏବଂ ବ୍ୟବସାୟୀ ଏକ ବିମାନ ରେଷ୍ଟୁରାଣ୍ଟ ତିଆରି କରିବାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ।ତେବେ ଲୋକମାନେ ସାଧାରଣତ ବିମାନରେ ଯିବାକୁ ସ୍ବପ୍ନ ଦେଖନ୍ତି କିନ୍ତୁ ବର୍ତ୍ତମାନ ବିମାନରେ ଖାଇବାର ମଜା ନେଇପାରିବେ । ଅଧିକ ପଢନ୍ତୁ

Aeroplane Restaurant Soon opens in Amritsar
ଅମୃତସରରେ ଖୁବ ଶୀଘ୍ର ଖୋଲିବାକୁ ଯାଉଛି ବିମାନ ରେଷ୍ଟୁରାଣ୍ଟ

ଚଣ୍ଡିଗଡ:ଲୋକମାନେ ସାଧାରଣତଃ ବିମାନରେ ଯିବାକୁ ସ୍ବପ୍ନ ଦେଖନ୍ତି କିନ୍ତୁ ଏବେ ଆପଣଙ୍କୁ କୁଆଡେ ଆଉ ଯିବାକୁ ପଡିବନି । ବିମାନ ଭିତରେ ରେସ୍ତୋରାଁର ନେଇପାରିବେ ମଜ୍ଜା । ବିମାନ ଭିତରେ ସୁଆଦିଆ ଖାଦ୍ୟ ଆପଣଙ୍କୁ ବାନ୍ଧି ରଖିବ । ବିମାନରେ ଖାଦ୍ୟର ମଜା ଦେବାରୁ ପଞ୍ଜାବରେ ଖୋଲିବାକୁ ଯାଉଛି ବିମାନ ରେସ୍ତୋରାଁ ।

ଅମୃତସରରେ ଖୁବ ଶୀଘ୍ର ଖୋଲିବାକୁ ଯାଉଛି ବିମାନ ରେଷ୍ଟୁରାଣ୍ଟ

ସାଧାରଣତଃ ବିମାନରେ ଖାଇବାର ସ୍ବପ୍ନକୁ ପୂରଣ କରିବା ପାଇଁ ଅତି କମରେ ହଜାରେ ଟଙ୍କା ଆବଶ୍ୟକ ହୋଇଥାଏ । କିନ୍ତୁ ଲୋକଙ୍କ ଏହି ସ୍ୱପ୍ନକୁ ସାକାର କରିବା ପାଇଁ ଜଣେ କୃଷକ ଏବଂ ବ୍ୟବସାୟୀ ଏକ ବିମାନ ରେଷ୍ଟୁରାଣ୍ଟ ତିଆରି କରିବାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ତେବେ ବିମାନଟି ଅମୃତସରର ମନାନୱାଲା ଠାରେ ଠିଆ ହୋଇଥିବା ଦେଖିବାକୁ ମିଳିବ ।

ପ୍ରକଳ୍ପ ମାଲିକ ଗୁର୍ଜୋଟ ସିଂ କହିଛନ୍ତି ଯେ ସେ ଏକ ନିଆରା ପ୍ରକଳ୍ପ ଆଣିଛନ୍ତି ଏବଂ ଆଶା କରୁଛନ୍ତି ଯେ ଲୋକମାନେ ଏହାକୁ ବହୁତ ପସନ୍ଦ କରିବେ। କାରଣ ଭାରତର ପ୍ରାୟ 85% ଲୋକ ବିମାନ ଦେଖିବାର ସ୍ୱପ୍ନ ଦେଖନ୍ତି । ତେଣୁ ଆମେ ଲୋକଙ୍କ ଏହି ସ୍ୱପ୍ନକୁ ପୂରଣ କରିବାକୁ ଯାଉଛୁ । ଲୋକମାନେ ଆସି ଏହାକୁ ଅନୁଭବ କରିବା ଉଚିତ କାରଣ ଏହା ଏକ ବିମାନ । ରେଷ୍ଟୁରାଣ୍ଟ ପରି ଏହି ବିମାନରେ ପ୍ରାୟ 90 ଜଣ ଲୋକଙ୍କର ବସିବାର କ୍ଷମତା ରହିବ ଯେଉଁଥିରେ ଲୋକମାନେ ବସି ଖାଦ୍ୟ ଉପଭୋଗ କରିପାରିବେ । ଲୋକମାନେ ଅନୁଭବ କରିବେ ଯେ ସେମାନେ ବିମାନ ଏବଂ ବିମାନବନ୍ଦର ଯୋଗେ ଏଠାକୁ ଆସିଛନ୍ତି । ଏଥିସହ ସେ କହିଛନ୍ତି ସେଠାରେ ଏକ ବୋର୍ଡିଂ ପାସ୍ ଚେକ୍ ଇନ୍ ମଧ୍ୟ ରହିବ । ଏହା କୌଣସି ଭିଆଇପି ପାଇଁ କେବଳ ନୁହେଁ ବରଂ ଏହା ସାଧାରଣ ଜନତା ମଧ୍ୟ ଏହାକୁ ଉପଭୋଗ କରିପାରିବେ ।

ତେବେ ଏନେଇ ସ୍ଥାନୀୟ ବାସିନ୍ଦା ବ୍ରିନ୍ଦାର କୋର୍ କହିଛନ୍ତି ଯେ ଏହା ଅତ୍ୟନ୍ତ ଆନନ୍ଦଦାୟକ ବିଷୟ ଯେ ଏଠାରେ ଏକ ବିମାନ ରେସ୍ତୋରାଁ ଖୋଲିବାକୁ ଯାଉଛି, ଯାହା ଏକ ମଜାଦାର ଅନୁଭୂତି ହେବ । ସୂଚନାଯୋଗ୍ୟ ଯେ ପୂର୍ବରୁ ପଞ୍ଜାବର ଲୁଧିଆନାରେ ମଧ୍ୟ 'ହାୱାଇ ଆଡା' ନାମରେ ଏକ ବିମାନ ରେଷ୍ଟୁରାଣ୍ଟ ମଧ୍ୟ ଖୋଲାଯାଇଥିଲା ।

ABOUT THE AUTHOR

...view details