ଲକ୍ଷ୍ନୌ:ନିର୍ବାଚନୀ ମୁହାଁ ଉତ୍ତରପ୍ରଦେଶ ଦଳମାନଙ୍କରେ ମିଶ୍ରଣ ପର୍ବ ଜାରି ରହିଛି । ବିଭିନ୍ନ ଦଳରେ ସାମିଲ ହେଉଛନ୍ତି ବହୁ ଚର୍ଚ୍ଚିତ ଚେହେରା । ଏହାରି ଭିତରେ ରାଜନୀତି କରିବାକୁ ମନ ବଳାଇଛନ୍ତି ଓକିଲ ସୀମା କୁଶୱାହ । ଚର୍ଚ୍ଚିତ ନିର୍ଭୟା ଓ ହାଥରସ ଗଣ ଦୁଷ୍କର୍ମ ଘଟଣାରେ ପୀଡିତାଙ୍କୁ ନ୍ୟାୟ ଦେବାକୁ ଲଢିଥିବା ଓକିଲ ସୀମା କୁଶୱାହ ବିଏସପିରେ (Bahujan Samaj Party) ସାମିଲ ହୋଇଛନ୍ତି ।
ଗୁରୁବାର ବିଏସପିର ଜାତୀୟ ସାଧାରଣ ସମ୍ପାଦକ ସତୀଶ ଚନ୍ଦ୍ର ମିଶ୍ରାଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି ସୀମା । ଯୋଗ ଦେବା ପରେ ସୀମା କହିଛନ୍ତି ସେ ଦଳରେ ଯୋଗ ଦେବାର କାରଣ ସମାଜର ଦୁର୍ବଳ ଶ୍ରେଣୀକୁ ନ୍ୟାୟ ଦେବା । ସେ ଆହୁରି କହିଛନ୍ତି ୟୁପିରେ ମାୟାବତୀ କ୍ଷମତାରେ ଥିବା ସମୟରେ ଆଇନ ଶୃଙ୍ଖଳା ଭଲ ଥିଲା । ରାଜ୍ୟରେ ସାଧାରଣ ଲୋକଙ୍କ ଜୀବନ ଓ ସମ୍ପତ୍ତି ସୁରକ୍ଷିତ ଥିଲା। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ରାଜ୍ୟରେ ଅପରାଧ ହ୍ରାସ ପାଇଥିଲା । ମୟାବତୀଙ୍କୁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ କରିବା ପାଇଁ କାର୍ଯ୍ୟ କରିବୁ ଏବଂ ୟୁପିରେ ଆଇନର ଶାସନ ପୁନଃ ସ୍ଥାପିତ ହେବ ଏବଂ ମହିଳାମାନେ ନିରାପଦ ଅନୁଭବ କରିବେ ବୋଲି କହିଛନ୍ତି ସୀମା କୁଶୱା ।
କିଏ ସୀମା କୁଶୱାହ?