ଡେରାଡୁନ:ଉତ୍ତରାଖଣ୍ଡର ବିଶ୍ବପ୍ରସିଦ୍ଧ ଶୈବପୀଠ କେଦାରନାଥ ଧାମରେ ବର୍ଷା ସାଙ୍ଗକୁ ତୁଷାରପାତ ଜାରି ରହିଛି । ଫଳରେ ଯାତ୍ରା ପ୍ରଭାବିତ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ କେଦନାଥ ଯାତ୍ରା ଉପରେ କଟକଣା ଲାଗୁ କରାଯାଇଛି । ଆସନ୍ତା ୬ ତାରିଖ ଯାଏଁ ରେଜିଷ୍ଟ୍ରେସନ ବନ୍ଦ ରଖାଯାଇଥିବା ବେଳେ ଆଜି ଯାଏଁ ଯାତ୍ରାକୁ ସ୍ଥଗିତ ରଖାଯାଇଛି । ଏନେଇ ବିପର୍ଯ୍ୟୟ ପରିଚାଳନା ସଚିବ ରଞ୍ଜିତ କୁମାର ସିହ୍ନା ସୂଚନା ଦେଇଛନ୍ତି । ଏହାସହ ଯାତ୍ରୀମାନଙ୍କୁ ସୁରକ୍ଷିତ ସ୍ଥାନରେ ରହିବା ପାଇଁ ପୋଲିସ ଏବଂ ଜିଲ୍ଲାପ୍ରଶାସନ ପକ୍ଷରୁ ଅପିଲ କରାଯାଇଛି ।
ସୂଚନାଅନୁସାରେ, କେଦାରନାଥରେ ଲଗାତାର ବର୍ଷା ସାଙ୍ଗକୁ ତୁଷାରପାତ ଲାଗି ରହିଛି । ମେ ୩ ତାରିଖ ଯାଏଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଫଳରେ କେଦାରନାଥ ଧାମ ସହ ଉଚ୍ଚ ଅଞ୍ଚଳରେ କ୍ରମାଗତ ତୁଷାରପାତ ଏବଂ ନିମ୍ନ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କେଦାରନାଥ ଧାମ ଯାତ୍ରାକୁ ଆସନ୍ତା 3 ତାରିଖ ପର୍ଯ୍ୟନ୍ତ ଅର୍ଥାତ ଆଜି ଯାଏଁ ସ୍ଥଗିତ ରଖାଯାଇଛି । ପୋଲିସ ଅଧୀକ୍ଷକ ରୁଦ୍ରପ୍ରୟାଗ ବାଶାଖା ଅଶୋକ ଭଦାଣେ କେଦାରନାଥ ଧାମକୁ ଆସୁଥିବା ଯାତ୍ରୀଙ୍କୁ ସୁରକ୍ଷିତ ରହିବା ପାଇଁ ଅପିଲ କରିଛନ୍ତି । ଯିଏ ଯେଉଁ ସ୍ଥାନରେ ଅଛନ୍ତି ସୁରକ୍ଷିତ ରୁହନ୍ତୁ ବୋଲି ସେ ଯାତ୍ରୀଙ୍କୁ ନିବେଦନ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ: Kedarnath Snowfall: କେଦାରନାଥରେ ବର୍ଷା ସାଙ୍ଗକୁ ତୁଷାରପାତ, କମିନି ଶ୍ରଦ୍ଧାଳୁଙ୍କ ଉତ୍ସାହ