ଓଡିଶା

odisha

ETV Bharat / bharat

ହସ୍ପିଟାଲରେ ଭର୍ତ୍ତି ହେଲେ ସୁପରଷ୍ଟାର ରଜନୀକାନ୍ତ

ହସ୍ପିଟାଲରେ ଭର୍ତ୍ତି ହେଲେ ସୁପରଷ୍ଟାର ରଜନୀକାନ୍ତ । ସ୍ବାସ୍ଥ୍ୟଗତ ସମସ୍ୟା ନଥିବାବେଳେ ନିୟମିତ ସ୍ବାସ୍ଥ୍ଯ ପରୀକ୍ଷା ପାଇଁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଅଧିକ ପଢନ୍ତୁ...

By

Published : Oct 28, 2021, 9:40 PM IST

Updated : Oct 28, 2021, 9:46 PM IST

ହସ୍ପିଟାଲରେ ଭର୍ତ୍ତି ହେଲେ ସୁପରଷ୍ଟାର ରଜନୀକାନ୍ତ
ହସ୍ପିଟାଲରେ ଭର୍ତ୍ତି ହେଲେ ସୁପରଷ୍ଟାର ରଜନୀକାନ୍ତ

ଚେନ୍ନାଇ: ହସ୍ପିଟାଲରେ ଭର୍ତ୍ତି ହେଲେ ସୁପରଷ୍ଟାର ରଜନୀକାନ୍ତ । ତାମିଲନାଡୁ ଚେନ୍ନାଇସ୍ଥିତ କାବେରୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ରଜନୀକାନ୍ତ ।

ତେବେ ସ୍ବାସ୍ଥ୍ୟଗତ ସମସ୍ୟା ନଥିବାବେଳେ ନିୟମିତ ସ୍ବାସ୍ଥ୍ଯ ପରୀକ୍ଷା ପାଇଁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଆଜି ରାତି ସେ ଡାକ୍ତରଙ୍କ ତତ୍ବାବଧାନରେ ରହିବା ନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି ।

ଗତକାଲି ରଜନୀକାନ୍ତ ଦିଲ୍ଲୀ ଯାଇ ରାଷ୍ଚ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ଚେନ୍ନାଇ ଫେରିଥିଲେ । ତେବେ ଆଜି ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ସମ୍ମାନଜନକ ଦାଦା ସାହେବ ଫାଲକେ ସମ୍ମାନରେ ସମ୍ମାନିତ ହେଲା ପରେ ରଜନୀଙ୍କ ଫ୍ୟାନଙ୍କ ମଧ୍ୟରେ ବେସ ଉତ୍ସାହ ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 28, 2021, 9:46 PM IST

ABOUT THE AUTHOR

...view details