ଓଡିଶା

odisha

By

Published : Mar 27, 2022, 10:33 PM IST

ETV Bharat / bharat

ରାଜସ୍ଥାନରେ ଅଘଟଣ: ସେଫ୍ଟିକ ଟାଙ୍କି ସଫାବେଳେ ଶ୍ବାସରୁଦ୍ଧ ହୋଇ ୪ଶ୍ରମିକ ମୃତ

ରାଜସ୍ଥାନ ବିକାନେରରେ ସେଫ୍ଟିକ ଟାଙ୍କି ସଫାବେଳେ ଶ୍ବାସରୁଦ୍ଧ ହୋଇ ୪ଶ୍ରମିକଙ୍କ ମୃତ୍ୟୁ । ଏକ କାରଖାନାରେ କରୁଥିଲେ ସଫେଇ କାର୍ଯ୍ୟ । ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ଅଧିକ ପଢନ୍ତୁ

ରାଜସ୍ଥାନରେ ସେଫ୍ଟିକ ଟାଙ୍କି ସଫାବେଳେ ଶ୍ବାସରୁଦ୍ଧ ହୋଇ ୪ଶ୍ରମିକ ମୃତ
ରାଜସ୍ଥାନରେ ସେଫ୍ଟିକ ଟାଙ୍କି ସଫାବେଳେ ଶ୍ବାସରୁଦ୍ଧ ହୋଇ ୪ଶ୍ରମିକ ମୃତ

ଜୟପୁର:ସେଫ୍ଟିକ ଟାଙ୍କି ସଫା କରିବାବେଳେ ଶ୍ବାସରୁଦ୍ଧ ହୋଇ ୪ଶ୍ରମିକଙ୍କ ମୃତ୍ୟୁ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ବିକାନେର ଜିଲ୍ଲାର ବିଚ୍ଛବାଲ ଥାନା ଅଞ୍ଚଳରେ । ସ୍ଥାନୀୟ ଏକ କାରଖାନାର ସେଫ୍ଚିକ ଟାଙ୍କି ସଫା କରିବା ପାଇଁ ୪ଜଣ ଶ୍ରମିକ ଟାଙ୍କି ଭିତରେ ପ୍ରବେଶ କରିଥିବାବେଳେ ଦୁର୍ଗନ୍ଧ ଓ ବିଷାକ୍ତ ଗ୍ୟାସ ନିର୍ଗତ ହେବା ଫଳରେ ଶ୍ବାସରୁଦ୍ଧ ହୋଇ ପ୍ରାଣ ହରାଇଛନ୍ତି ।

ରାଜସ୍ଥାନରେ ସେଫ୍ଟିକ ଟାଙ୍କି ସଫାବେଳେ ଶ୍ବାସରୁଦ୍ଧ ହୋଇ ୪ଶ୍ରମିକ ମୃତ

ବିଚ୍ଛବାଲ SHO ମନୋଜ ଶର୍ମା କହିଛନ୍ତି, ଏହି ଘଟଣା କର୍ନି ଶିଳ୍ପାଞ୍ଚଳର ପଶମ କାରଖାନାରେ ଘଟିଛି । ୪ଜଣ ଶ୍ରମିକ କାରଖାନାର ବର୍ଜ୍ୟଜଳ ପାଇଁ ନିର୍ମିତ ସେଫ୍ଟିକ ଟାଙ୍କିକୁ ସଫା କରିବା ପାଇଁ ଓହ୍ଲାଇଥିଲେ । କିନ୍ତୁ ଟାଙ୍କିରୁ ନିର୍ଗତ ଦୁର୍ଗନ୍ଧ ଓ ବିଷାକ୍ତ ଗ୍ୟାସ ନିର୍ଗତ ଫଳରେ ସେମାନେ ସେଠାରେ ହିଁ ଶ୍ବାସରୁଦ୍ଧ ହୋଇ ସଂଜ୍ଞାହୀନ ହୋଇପଡିଥିଲେ ।

ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ୪ଜଣଙ୍କ ମୃତ୍ୟୁ ହୋଇଯାଇଥିଲା । ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ବାତାବରଣ ଖେଳିଯାଇଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସମେତ ଅନ୍ୟ କିଛି ମନ୍ତ୍ରୀ ମଧ୍ୟ ଶୋକ ପ୍ରକାଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details