ମୁମ୍ବାଇ:ସୀମା ଟପିଲା ବର୍ବରତା । ମହାରାଷ୍ଟ୍ରରୁ ସାମ୍ନାକୁ ଆସିଛି ଛାତିଥରା ଘଟଣା । ଲିଫ୍ଟରେ ୫ ବର୍ଷର ନାବାଳିକାକୁ ଏସି ମେକାନିକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି (AC Mechanic Rapes Minor Girl in Building Lift)। ମଙ୍ଗଳବାର ସନ୍ଧ୍ୟାରେ ତାଲେଜାରୁ ଏହି ଲୋମହର୍ଷଣକାରୀ ଘଟଣା ଘଟିଥିବା ବେଳେ ପରିବାର ତରଫରୁ ଥାନାରେ ଅଭିଯୋଗ କରାଯାଇଛି । ଅଭିଯୋଗ ଆଧାରରେ ଏସି ମେକାନିକକୁ ଗିରଫ କରିଛି ପୋଲିସ ।
ତାଜୋଲା ଥାନାଅଧିକାରୀ ଜିତେନ୍ଦ୍ର ସୋନାଓ୍ବାନେଙ୍କ କହିବା ଅନୁସାରେ, "ଏସି ମେକାନିକ ଏକ ବିଲିଂକୁ ଏସି ତିଆରି କରିବାକୁ ଯାଇଥିଲା । ଏହି ସମୟରେ ୫ ବର୍ଷୀୟ ନାବାଳିକା ଜଣକ ଖେଳୁଥିବା ଦେଖି ତାକୁ ଲିଫ୍ଟ ଭିତରକୁ ଡାକି ନେଇଥିଲା । ଏହାପରେ ବନ୍ଦ ଲିଫ୍ଟରେ ନାବାଳିକାକୁ ଦୁଷ୍କର୍ମ କରିଥିଲା । ଏହି ଘଟଣାରେ ୧୯ ବର୍ଷୀୟ ଏସି ମେକାନିକକୁ ଗିରଫ କରାଯାଇଛି । "