ଓଡିଶା

odisha

By

Published : Jan 31, 2022, 11:20 AM IST

ETV Bharat / bharat

UP Polls: ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରି ବନ୍ଧା ହେଲେ ଆପ୍ ନେତା

ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରି ବନ୍ଧା ହେଲେ ଆପ୍ ନେତା କାଳିଚରଣ ଯାଦବ । ଗାଡିରୁ ଜବତ ହେଲା ପାମ୍ପଲେଟ୍, ଷ୍ଟିକର ଓ ପତକା । ଅଧିକ ପଢନ୍ତୁ

UP Assembly polls: ନିର୍ବାଚନ ଆଚରଣ ବିଧି ଉଲ୍ଲଘନ କରି ବନ୍ଧା ହେଲେ ଆପ୍ ନେତା
UP Assembly polls: ନିର୍ବାଚନ ଆଚରଣ ବିଧି ଉଲ୍ଲଘନ କରି ବନ୍ଧା ହେଲେ ଆପ୍ ନେତା

ଲକ୍ଷ୍ନୌ:ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିବା ପଡିଲା ମହଙ୍ଗା । ନିୟମ ଉଲ୍ଲଙ୍ଘନ କରି ବନ୍ଧା ହେଲେ ଆପ୍ ନେତା କାଳିଚରଣ ଯାଦବ । ଉତ୍ତରପ୍ରଦେଶର ଗାଜିପୁର ଜିଲ୍ଲାର ଜଙ୍ଗିପୁର ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି କାଳୀ ଚରଣ ଯାଦବ । ତାଙ୍କ ନିକଟରୁ ନିର୍ବାଚନ ପ୍ରଚାର କିଛି ସାମଗ୍ରୀ ମିଳିବା ପରେ ତାଙ୍କୁ ଗିରଫ କରାଯାଇଛି ।

ଏନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ରବିବାର ଦିନ ବାରଣାସୀ-ଗାଜୀପୁର ସୀମାରେ ଥିବା ରାଜୱାରୀ ଅଣ୍ଡରପାସ୍ ବ୍ରିଜ୍ ନିକଟରେ ଏକ ଚେକିଂ ଡ୍ରାଇଭ୍ ଚାଲିଥିଲା । ଏହି ସମୟରେ ଯାଦବଙ୍କ ଗାଡିକୁ ଚେକିଂ କରାଯାଇଥିଲା । ଚେକିଂ ସମୟରେ 120 ଟି ପାମ୍ପଲେଟ୍, ପାଞ୍ଚଟି ଷ୍ଟିକର୍, ପାଞ୍ଚଟି ପତାକା ଏବଂ 62 ଟି କ୍ୟାପ୍ ଉଦ୍ଧାର କରାଯାଇଥିଲା । ତେବେ ଏଗୁଡିକରେ କାହାର ନାମ ମଧ୍ୟ ଲେଖା ହୋଇନଥିଲା । ଏହାପରେ ତାଙ୍କୁ ଗିରଫ କରାଯାଇ ଧାରା 127 ଏବଂ ଆଇପିସିର 171 (F) ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି ବୋଲି ଇନ୍ସପେକ୍ଟର କହିଛନ୍ତି ।

@IANS

ABOUT THE AUTHOR

...view details