ବେଙ୍ଗାଲୁରୁ:ସ୍ବାମୀଙ୍କୁ ୫ ଲକ୍ଷ ଟଙ୍କାରେ ବିକ୍ରି କଲା ପତ୍ନୀ । ବଲିଉଡ ଫିଲ୍ମ 'ଜୁଦାଇ'ରେ ଯେପରି ଅଭିନେତ୍ରୀ ଶ୍ରୀଦେବୀ ନିଜ ସ୍ବାମୀ( ଅନିଲ କପୁର)ଙ୍କୁ ଅନ୍ୟ ଜଣେ ମହିଳା (ଉର୍ମିଳା ମାତୋଣ୍ଡକର)ଙ୍କୁ ବିକ୍ରି କରିଥିଲେ, ଠିକ ସେହିପରି ରିଅଲ ଲାଇଫରେ ମଧ୍ୟ ଏଭଳି ଘଟଣା ଘଟିଛି । କର୍ଣ୍ଣାଟକରେ ଜଣେ ମହିଳା ଅନ୍ୟ ଜଣେ ମହିଳାଙ୍କୁ ୫ ଲକ୍ଷ ଟଙ୍କାରେ ସ୍ବାମୀଙ୍କୁ ବିକ୍ରି କରିଥିବା ଅଭିଯୋଗ ହୋଇଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଏହା ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।
ଫିଲ୍ମରେ ଅଭିନେତ୍ରୀ ଶ୍ରୀଦେବୀ ୨ କୋଟି ଟଙ୍କା ଅନ୍ୟ ମହିଳାଙ୍କୁ ନିଜ ସ୍ବାମୀକୁ ବିକ୍ରି କରିଥିଲେ । କର୍ଣ୍ଣାଟକ ମାଣ୍ଡ୍ୟାର ଏକ ଗ୍ରାମରେ ମହିଳା ଜଣକ ଅନ୍ୟ ଜଣେ ମହିଳାଙ୍କୁ ୫ ଲକ୍ଷ ଟଙ୍କାରେ ନିଜ ସ୍ବାମୀଙ୍କୁ ବିକ୍ରି କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ସ୍ବାମୀଙ୍କ ଅନ୍ୟ ଜଣେ ମହିଳା ସହ ସମ୍ପର୍କ ଥିବା ଜାଣିବା ପରେ ପତ୍ନୀ ଏଭଳି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । ଅନ୍ୟ ଜଣେ ମହିଳା ସହ ସ୍ବାମୀକୁ ଅସଂଯତ ଅବସ୍ଥାରେ ଦେଖିଥିଲା ପତ୍ନୀ । ଏହାପରେ ୨ ମହିଳାଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା । ଏହାପରେ ୨ ଜଣ ମହିଳା ଘଟଣାକୁ ପଞ୍ଚାୟତରେ ଉଠାଇଥିଲେ ।
ଏହା ବି ପଢନ୍ତୁ- Mother Sold Daughter For Lover: ଝିଅକୁ ବିକି ପୁଅକୁ ହଷ୍ଟେଲରେ ଛାଡ଼ି ପ୍ରେମିକ ସହ ଫେରାର ମାଆ