କୋଲକତା:ଚଳନ୍ତା ଟ୍ରେନରେ ମହିଳଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଜଣେ ମହିଳା ତାଙ୍କ ଝିଅ ସହତ ଟ୍ରେନରେ ଯାତ୍ରା କରିବା ସମୟରେ 2 ଜଣ ଯୁବକ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ମହିଳା ଜଣକ ପ୍ରତିବାଦ କରିବାରୁ ତାଙ୍କ ଝିଅକୁ ଚଳନ୍ତା ଟ୍ରେନରୁ ଫୋପାଡି ଦେବାକୁ ଧମକ ଦେଇଥିଲେ । ଏଭଳି ଏକ ଘଟଣା ଘଟିଛି ପଶ୍ଚିମବଙ୍ଗର ଆଲିପୁରଦୁଆର ଠାରେ । ଶନିବାର ଦିନ ଜଣେ ମହିଳା ନିଜ ଝିଅ ସହିତ ସିଫଙ୍ଗ ଏକ୍ସପ୍ରେସ୍ରେ ଆଲିପୁରଦୁଆର ଆସୁଥିଲେ । ଟ୍ରେନଟି ଆସାମର ଫକିରଗ୍ରାମରୁ ଆଲିପୁରଦୁଆର ଅଭିମୁଖେ ବାହାରିଥିଲା । ଟ୍ରେନ୍ଟି ଫକିରଗ୍ରାମରୁ ଛାଡ଼ିବା ପରେ ପ୍ରାୟ ଅଧିକାଂଶ ଯାତ୍ରୀ ଓଲ୍ହାଇ ଯାଇଥିଲେ ଯାହାଫଳରେ ବଗିଗୁଡିକ ପ୍ରାୟ ଫାଙ୍କା ହୋଇଯାଇଥିଲା ଏବଂ ଜଣେ ବି ସୁରକ୍ଷା କର୍ମୀ ସେଠାରେ ନଥିଲେ । ଏହାର ସୁଯୋଗ ନେଇ 2 ଜଣ ଯୁବକ ମହିଳାଙ୍କ ସହ ଦୁଷ୍କର୍ମ କରିଥଲେ ।
ଏହା ମଧ୍ୟ ପଢନ୍ତୁ....ସଙ୍କଟମୋଚନ ସାଜିଲେ ରେଳବାଇ ଅଧିକାରୀ, ବଞ୍ଚାଇଲେ ବୃଦ୍ଧଙ୍କ ଜୀବନ
ସୂଚନାଯୋଗ୍ୟ ମହିଳା ଜଣକ ଟ୍ରେନରେ ଯାତ୍ରା କରିବା ସମୟରେ ଜଣେ ଯୁବକ ମହିଳାଙ୍କ ସହିତ ଅସଦାଚରଣ କରିଥିଲେ । ମହିଳା ଜଣକ ଏହାର ପ୍ରତିବାଦ କରାବାରୁ ଅଭିଯୁକ୍ତ ଜଣଙ୍କ ମହିଳାଙ୍କୁ ମାଡ ମାରିବା ସହ ତାଙ୍କ କଥାରେ ଯଦି ସେ ରାଜି ନ ହେଲେ ତାହାଲେ ତାଙ୍କ ଝିଅକୁ ଚଳନ୍ତା ଟ୍ରେନରୁ ଫୋପାଡି ଦେବେ ବୋଲି ଧମକ ଦେଇଥିଲେ । ସେହି ସମୟରେ ଅନ୍ୟ ଜଣେ ଯୁବକ ଆସି ମହିଳାଙ୍କୁ ନିର୍ଯାତନା ଦେବା ସହ ତାଙ୍କ ସହ ଦୁଷ୍କର୍ମ କରିଥଲେ ଏବଂ ଅଭିଯୋଗ କଲେ ଜୀବନରୁ ମାରିଦେବାକୁ ଧମକ ବି ଦେଇଥିଲେ ।