ଓଡିଶା

odisha

ETV Bharat / bharat

ଦୁଇବର୍ଷ ହେଲା କାର ଭିତରେ ରହୁଥିଲେ ମହିଳା, ଗଣିବେ ଜୋରିମାନା

ଦୀର୍ଘ ୨ବର୍ଷ ହେଲା ଗୋଟିଏ କାର ଭିତରେ ରହୁଛନ୍ତି ମହିଳା । ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି ହାଇଦ୍ରାବାଦର ଏସଆର ନଗର ପୋଲିସ ଷ୍ଟେସନ ଅନ୍ତର୍ଗତ ମଦୁରା ନଗରରେ । ଅଧିକ ପଢନ୍ତୁ

ଦୁଇବର୍ଷ ହେଲା କାର ଭିତରେ ରହୁଥିଲେ ମହିଳା, ଜରିମାନା ଲଗାଇଲା ଟ୍ରାଫିକ ପୋଲିସ
ଦୁଇବର୍ଷ ହେଲା କାର ଭିତରେ ରହୁଥିଲେ ମହିଳା, ଜରିମାନା ଲଗାଇଲା ଟ୍ରାଫିକ ପୋଲିସ

By

Published : Mar 30, 2022, 1:22 PM IST

ହାଇଦ୍ରାବାଦ:ଦୀର୍ଘ ୨ବର୍ଷ ହେଲା ଗୋଟିଏ କାର ଭିତରେ ରହୁଛନ୍ତି ମହିଳା । ଘଟଣାଟି ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ । ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି ହାଇଦ୍ରାବାଦର ଏସଆର ନଗର ପୋଲିସ ଷ୍ଟେସନ ଅନ୍ତର୍ଗତ ମଦୁରାନଗରରେ । ଏନେଇ ସ୍ଥାନୀୟ ବାସିନ୍ଦା ପୋଲିସକୁ ଖବର ଦେବାପରେ ମଙ୍ଗଳବାର ଦିନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ମହଳା ଜଣକ ମଦୁରା ନଗରର ମୁଖ୍ୟ ରାସ୍ତାରେ ଏକ ଭଙ୍ଗା ମାରୁତି ଓମନି କାର(AP31Q-6434)ରେ ରହିଆସୁଛନ୍ତି । ପୋଲିସର ପଚରାଉଚରା ସମୟରେ ମହିଳାଜଣକ ନିଜ ନାମ ଗୁରମ ଅନୀତା ଏବଂ ବୟସ ୩୦ ବର୍ଷ ବୋଲି ସୂଚନା ଦେଇଥିଲେ ।ଏସଆର ନଗର ଇନ୍ସପେକ୍ଟର ସୈଦୁଲୁଙ୍କ କହିବା ଅନୁଯାୟୀ, ମହିଳା ଜଣକ ରହୁଥିବା କାରଟି ଅନୀତାଙ୍କ ନାମରେ ହିଁ ରହିଛି ।

ପଚରାଉଚରା ସମୟରେ ପୋଲିସକୁ ଅନୀତା କହିଥିଲେ ଯେ, ସେ ପୂର୍ବରୁ ରାଜଦୂତ ହଷ୍ଟେଲରେ ରହୁଥିଲେ । ହଷ୍ଟେଲ ଫିସ ଦେଇ ନପାରିବା କାରଣରୁ ଦୁଇ ବର୍ଷ ପୂର୍ବେ ଅନୀତାଙ୍କୁ ବାହାର କରିଦେଇଥିଲେ ହଷ୍ଟେଲ ମ୍ୟାନେଜେର । ଏହାପର ଠାରୁ ସେ ନିଜର ଜିନିଷ ପତ୍ର ସାଙ୍ଗରେ ଆଣି ସେହି କାର ଭିତରେ ଦୁଇବର୍ଷ ହେଲା ରହୁଛନ୍ତି । ସେହିଦିନ ଠାରୁ ସ୍ଥାନୀୟ ବାସିନ୍ଦା ଅନୀତାଙ୍କୁ ଖାଇବା ଦେବା ସହ ୨ ବର୍ଷ ହେଲା କାର ଭିତରେ ଶୋଉଛନ୍ତି ।

ଅନ୍ୟପଟେ ରାସ୍ତାରେ କାର ପାର୍କିଂ କରିଥିବା କାରଣରୁ ଟ୍ରାଫିକ ପୋଲିସ ଦୁଇ ବର୍ଷ ଜରିମାନା ମଧ୍ୟ ଦେଇଛି । ମହିଳାଙ୍କୁ ପଚରାଉଚରା କରୁଥିବା ପୋଲିସ ଜଣକ ଅନୀତାଙ୍କୁ କହିଥିଲେ ଯେ, କାରରେ ରହିବା ଭଲ ନୁହେଁ ଏବଂ ଘରକୁ ଯାଆନ୍ତୁ । କିନ୍ତୁ ଅନୀତା ପୋଲିସ ସହ ସହମତ ହୋଇନଥିଲେ । ତାଙ୍କୁ ପୁନର୍ବାର ପରାମର୍ଶ ଦିଆଯିବ ବୋଲି ଇନ୍ସପେକ୍ଟର ସୂଚନା ଦେଇଛନ୍ତି ।

ABOUT THE AUTHOR

...view details