ଓଡିଶା

odisha

ETV Bharat / bharat

Rahul Bungalow: ଘର ଖାଲି କରୁଛନ୍ତି ରାହୁଲ, ଏମିତି କହି ଭାବବିହ୍ବଳ ହେଲେ ଘର ଆଗର ଆଇସକ୍ରିମ ବିକାଳୀ - ଘର ଖାଲି କରୁଛନ୍ତି ରାହୁଲ

କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିଜ ସରକାରୀ ବାସଭବନ ଖାଲି କରିବା ଆରମ୍ଭ ପରେ ଦୁଃଖିତ ହୋଇପଡିଛନ୍ତି ଜଣେ ଆଇସକ୍ରିମ ବିକାଳୀ । ଯିଏକି ଗତ ୨ବର୍ଷ ଧରି ତାଙ୍କ ଘରେ ଆଗରେ କରୁଥିଲେ ବ୍ୟବସାୟ । ରାହୁଲଙ୍କ ଘର ଖାଲିକୁ ସେ କିଛି ଏପରି କହିଛନ୍ତି । ଅଧିକ ପଢନ୍ତୁ

A small story on Rahul Gandhi and an ice cream seller
A small story on Rahul Gandhi and an ice cream seller

By

Published : Apr 16, 2023, 6:57 AM IST

ନୂଆଦିଲ୍ଲୀ:ସରକାରଙ୍କ ନିର୍ଦ୍ଦେଶ ପରେ ନିଜ ସରକାରୀ ବାସଭବନ ଖାଲି କରିବା ଆରମ୍ଭ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଗତ ଶୁକ୍ରବାର ତାଙ୍କ ବଙ୍ଗଳା ସମ୍ମୁଖରେ କିଛି ଟ୍ରକକୁ ଦେଖିବାକୁ ମିଳିଛି । ଏହାକୁ ଦେଖି ଦୁଃଖିତ ହୋଇପଡ଼ିଛନ୍ତି ରାହୁଲଙ୍କ ଘର ଆଗରେ ଆଇସକ୍ରିମ ବିକ୍ରି କରୁଥିବା ଜଣେ ବିକାଳୀ । ସେ ପୁରୁଣା ଦିନକୁ ମନେ ପକାଇ ହୋଇପଡିଛନ୍ତି ଭାବବିହ୍ବଳ । ରାହୁଲ ଘର ଖାଲି ହେବା ଦିନଠୁ ତାଙ୍କୁ ଉକ୍ତ ସ୍ଥାନଟି ଖାଲି ଖାଲି ଲାଗୁଥିବା ସେ କହିଛନ୍ତି ।

ରାହୁଲଙ୍କ ସାଂସଦ ରଦ୍ଦ ପରେ ତାଙ୍କ ନୂଆଦିଲ୍ଲୀ ୧୨ ତୁଘଲକ ଲେନ ସ୍ଥିତ ସରକାରୀ ବାସଭବନକୁ ଖାଲି କରିବାକୁ ନିର୍ଦ୍ଦେଶ ଆସିଥିଲା । ଆସନ୍ତା ୨୨ ତାରିଖ ସୁଦ୍ଧା ତାଙ୍କୁ ବଙ୍ଗଳା ଖାଲି କରିବାକୁ ନିର୍ଦ୍ଦେଶ ରହିଥିବା ବେଳେ ସେ ଘର ଖାଲି କରିବା ଆରମ୍ଭ କରିଛନ୍ତି । ଶୁକ୍ରବାର ତାଙ୍କ ବାସଭବନ ସମ୍ମୁଖରେ ଟ୍ରକ ଦେଖିବାକୁ ମିଳିଛି । ତାଙ୍କ ସାଂସଦ ପଦ ରଦ୍ଦ ପରେ ରାହୁଲ ନିଜ ବାସଭବନକୁ ଏତେଟା ଆସୁନଥିବା କହିଛନ୍ତି ଆଇସକ୍ରିମ ବିକାଳୀ ଜଣକ । ରାହୁଲ ଜଣେ ବଡ ରାଜନେତା ହୋଇପାରନ୍ତି ହେଲେ ସେ ତାଙ୍କ ପାଇଁ ଜଣେ ସାଧାରଣ ବ୍ୟକ୍ତି ଥିଲେ । ଯିଏକି ତାଙ୍କୁ ସର୍ବଦା ଦେଖି ଏକ ସ୍ମିତ ହାସ୍ୟ ଦେଉଥିଲେ ବୋଲି ସେ କହିଛନ୍ତି ।

ଏହା ବି ପଢନ୍ତୁ- Rahul Bungalow: ଘର ଖାଲି କଲେ ରାହୁଲ, ଟ୍ରକ ଲଗେଇ ବୋହିଲେ ସାମଗ୍ରୀ

ଏନେଇ ସେ କହିଛନ୍ତି, " ମୁଁ ଏଠାରେ ଗତ ୨ବର୍ଷ ଧରି ଆଇସକ୍ରିମ ବିକ୍ରି କରୁଛି । ହେଲେ ଏବେ ମୋତେ କାହିଁ ଏହି ସ୍ଥାନଟି ଖାଲି ଖାଲି ଲାଗୁଛି । ସେ ସର୍ବଦା ମୋତେ ସ୍ମିତ ହାସ୍ୟ ସହିତ ଭେଟୁଥିଲେ । ଯାହାକି ମୋତେ ଖୁବ ଆନନ୍ଦ ଦେଉଥିଲା । ହେଲେ ଏବେ ଏଠାରେ ତାଙ୍କୁ ଦେଖିବାକୁ ମିଳୁନାହିଁ । ସେ ସମସ୍ତଙ୍କ ପାଇଁ ଜଣେ ବଡ଼ ରାଜନେତା ହୋଇପାରନ୍ତି । ହେଲେ ମୋ ପାଇଁ ଜଣେ ସାଧାରଣ ବ୍ୟକ୍ତିଥିଲେ । ଯିଏକି ସର୍ବଦା ମୋତେ ଦେଖି ହସୁଥିଲେ ।"

ବଙ୍ଗଳା ବାହାରେ ଥିବା ସୁରକ୍ଷାକର୍ମୀଙ୍କ କହିବାନୁସାରେ ରାହୁଲଙ୍କୁ ବଙ୍ଗଳା ଖାଲି କରିବା ଲାଗି ୩୦ ଦିନ ସମୟ ଦିଆଯାଇଥିଲା । ମାତ୍ର ସେ ଏବେଠୁ ଘର ଖାଲି କରିବା ଆରମ୍ଭ କରିଛନ୍ତି । ନୂଆ ବାସଭବନକୁ ଘରର ଆସବାବପତ୍ର ନେବା ଲାଗି କିଛି ସମୟ ଲାଗିବ । ଏଥିଲାଗି ସେ ଏବେଠୁ ଏହି କାର୍ଯ୍ୟ ଆରମ୍ଭ କରିଛନ୍ତି ।

ସୂଚନା ଥାଉ କି ୨୦୧୯ ନିର୍ବାଚନରେ ରାହୁଲ ମୋଦି ସାଙ୍ଗିଆକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଏହାପରେ ଗୁଜୁରାଟର ସେସନ କୋର୍ଟ ତାଙ୍କୁ ୨ବର୍ଷ ଜେଲଦଣ୍ଡାଦେଶ ଶୁଣାଇଥିଲେ । ଏହାପରଠୁ ରାହୁଲଙ୍କ ପାଇଁ ବଢିଥିଲା ଅଡୁଆ । ରାୟ ଆସିବାର ଗୋଟିଏ ଦିନ ପରେ ରାହୁଲଙ୍କ ଉଦ୍ଦେଶ୍ୟରେ ଲୋକସଭା ସଚିବାଳୟରୁ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା । ଏହାପରେ ରାହୁଲଙ୍କ ଲୋକସଭା ସାଂସଦ ପଦକୁ ରଦ୍ଦ କରାଯାଇଥିଲା । ସେ କେରଳ ୱାୟନାଡ଼ ସଂସଦୀୟ କ୍ଷେତ୍ରରୁ ସାଂସଦ ରହିଥିଲେ । ଗତ ମାର୍ଚ୍ଚ ୨୭ ତାରିଖରେ ସରକାରୀ ବାସଭବନ ଖାଲି କରିବାକୁ ରାହୁଲଙ୍କୁ ନିର୍ଦ୍ଦେଶ ଆସିଥିଲା ।

ABOUT THE AUTHOR

...view details