ଓଡିଶା

odisha

By

Published : Dec 27, 2020, 8:08 PM IST

ETV Bharat / bharat

ହାଡ଼ଭଙ୍ଗା ଶୀତରେ ସାଧୁବାବାଙ୍କ ତପସ୍ୟା

-2 ଡ୍ରିଗ୍ରୀର ହାଡ଼ଭଙ୍ଗା ଶୀତରେ ଖୋଲା ଦେହରେ ତପ କରୁଛନ୍ତି ସାଧୁ। ଉତ୍ତରାଖଣ୍ଡର ଉତ୍ତରକାଶୀ ଯମୁନେତ୍ରୀ ଧାମରେ ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି । 3 ହଜାର ମିଟର ଉଚ୍ଚ ତୁଷାରଚ୍ଛନ୍ନ ପାହାଡ଼ ଉପରେ ଜଣେ ସାଧୁ ବାବା ତପସ୍ୟା କରୁଥିବା ଦେଖିବାକୁ ମିଳିଛି। ଅଧିକ ପଢ଼ନ୍ତୁ...

a monk doing spiritual practice in snow at yamunotri dham in uttarakhand
ହାଡ଼ଭଙ୍ଗା ଶୀତରେ ସାଧୁବାବଙ୍କ ତପସ୍ୟା

ଡେରାଡୁନ: -2 ଡ୍ରିଗ୍ରୀର ହାଡ଼ଭଙ୍ଗା ଶୀତରେ ଖୋଲା ଦେହରେ ତପ କରୁଛନ୍ତି ସାଧୁ। ଉତ୍ତରାଖଣ୍ଡର ଉତ୍ତରକାଶୀ ଯମୁନେତ୍ରୀ ଧାମରେ ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି । 3 ହଜାର ମିଟର ଉଚ୍ଚ ତୁଷାରଚ୍ଛନ୍ନ ପାହାଡ଼ ଉପରେ ଜଣେ ସାଧୁ ବାବା ଅର୍ଦ୍ଧନଗ୍ନ ଅବସ୍ଥାରେ ତପସ୍ୟା କରୁଥିବା ଦେଖିବାକୁ ମିଳିଛି। ବାବାଙ୍କ ଏଭଳି ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାକୁ ଲାଗିଛି। ଏଭଳି ଏକ ଭିଡିଓକୁ ଖୁବ ପସନ୍ଦ କରୁଛନ୍ତି ସାମାଜିକ ସୋସିଆଲ ମିଡିଆ ୟୁଜର।

ହାଡ଼ଭଙ୍ଗା ଶୀତରେ ସାଧୁବାବଙ୍କ ତପସ୍ୟା

ସ୍ଥାନୀୟ ହନୁମାନ ମନ୍ଦିରର ଜଣେ ସାଧୁ ବାବା ତୁଷାରଚ୍ଛନ୍ନ ପାହାଡ଼ ଉପରେ ବସି ତପସ୍ୟା କରୁଥିବା ଦେଖିବାକୁ ମିଳିଥିଲା। ହାଡ଼ଭଙ୍ଗା ଶୀତ ଯେପରି ତାଙ୍କ ପାଇଁ ଏକ ଗରମ ଶଯ୍ୟା ପାଲଟିଛି। ଖାଲି ସେତିକି ନୁହେଁ ଏଭଳି ଶୀତରେ ବାବା ଜଣକ ନାନା କସରତ କରୁଥିବା ମଧ୍ୟ ଦେଖିବାକୁ ମିଳିଛି। ବାବାଙ୍କ ଭିଡିଓକୁ ଦେଖି ଦେଶରେ ଶୀତ ଖେଳିଗଲା ଭଳି ମନେ ହେଉଛି।

କୁହାଯାଉଛି ବାବା ଜଣକ ବର୍ଷକ ବାର ମାସ ଏହି ପାହାଡ଼ ଉପରେ ବିତାଇଥାନ୍ତି। ସେଠାରେ ସେ ଭଗବାନ ହନୁମାନ ମାତା ଯମୁନେତ୍ରୀଙ୍କ ସାଧନା କରି ଆସୁଛନ୍ତି । ଯମୁନେତ୍ରୀ ଧାମ ସମୁଦ୍ରସ୍ଥଳରୁ 3 ହଜାର ମିଟର ଉଚ୍ଚରେ ରହିଛି। ଏଠାରୁ ଗୋଟିଏ କିଲୋମିଟର ଦୂରରେ ରହିଛି ତ୍ରିବେଣୀ ଘାଟ। ଶୀତଦିନେ ଏହି ସ୍ଥାନରେ 5ରୁ 6 ଫୁଟର ବରଫ ଜମା ହୋଇଥିବା ଦେଖିବାକୁ ମିଳିଥାଏ। ବର୍ତ୍ତମାନ ଏହି ସ୍ଥାନରେ -2 ଡିଗ୍ରୀ ତାପମାତ୍ରା ରହିଛି। ଏଭଳି ସମୟରେ ଖାଲି ଦେହରେ ଜଣେ ସାଧାରଣ ଲୋକ ସେଠାରେ ରହିବା ଏକ ପ୍ରକାର ଅସମ୍ଭବ ହୋଇ ପଡ଼ିଥାଏ। ତେବେ ସେଠାରେ ସାଧୁ ବାବା ଖୋଲା ଦେହରେ ତପସ୍ୟା କରିବାକୁ ସଭିଙ୍କୁ ଚକିତ କରିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details