ଓଡିଶା

odisha

ETV Bharat / bharat

ନନ୍ଦିଗ୍ରାମରେ ସାମ୍ବାଦିକଙ୍କ ଗାଡ଼ି ଉପରକୁ ଆକ୍ରମଣ

ପଶ୍ଚିମବଙ୍ଗରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ହିଂସାକାଣ୍ଡ ଦେଖାଦେଇଛି। ହିଂସାକାଣ୍ଡରୁ ବର୍ତ୍ତି ପାରିଲା ନାହିଁ ସାମ୍ବାଦିକଙ୍କ ଗାଡି଼। ଅଧିକ ପଢ଼ନ୍ତୁ...

ନନ୍ଦିଗ୍ରାମରେ ସାମ୍ବାଦିକଙ୍କ ଗାଡ଼ି ଉପରକୁ ଆକ୍ରମଣ
ନନ୍ଦିଗ୍ରାମରେ ସାମ୍ବାଦିକଙ୍କ ଗାଡ଼ି ଉପରକୁ ଆକ୍ରମଣ

By

Published : Apr 1, 2021, 2:28 PM IST

କୋଲକାତା: ପଶ୍ଚିମବଙ୍ଗରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ହିଂସାକାଣ୍ଡ ଦେଖାଦେଇଛି। ହିଂସାକାଣ୍ଡରୁ ବର୍ତ୍ତି ପାରିଲା ନାହିଁ ସାମ୍ବାଦିକଙ୍କ ଗାଡି଼। ନନ୍ଦିଗ୍ରାମର 170 ନମ୍ବର ବୁଥ ନିକଟରେ ସାମ୍ବାଦିକଙ୍କ ଗାଡ଼ି ଉପରକୁ ଆକ୍ରମଣ ହୋଇଛି। ଏହି ଘଟଣାକୁ ପାକିସ୍ତାନୀଙ୍କ କାମ ବୋଲି କହିଛନ୍ତି ନନ୍ଦିଗ୍ରାମ ବିଧାନସଭା ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ।

ଏହି ଘଟଣାକୁ ନେଇ ପୋଲିସ ଓ ସିଆରପିଏଫଙ୍କୁ ଅବଗତ କରାଇଛନ୍ତି ଶୁଭନ୍ଦୁ ଅଧିକାରୀ। କିଛି ଦୁର୍ବୃତ୍ତ ଜୟ ବାଙ୍ଗଲା ସ୍ଲୋଗାନ ଦେଇ ବୁଥ ପାଖରେ ହଟ୍ଟଗୋଳ କରୁଥିଲେ। ମିଡିଆ ଏହି ଘଟଣାକୁ ନେଇ ପଚରାଉଚରା କରୁଥିବା ବେଳେ ତାଙ୍କ ଗାଡ଼ି ଉପରକୁ ଆକ୍ରମଣ କରାଯାଇଥିବା ଦେଖିବାକୁ ମିଳିଛି। କିଛି ବିଶେଷ ସମୁଦାୟ ଭୋଟର ଏଭଳି ଘଟଣା ଘଟାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ଶୁଭେନ୍ଦୁ ଅଧିକାରୀ।

ପଶ୍ଚିମବଙ୍ଗରେ ଜଙ୍ଗଲ ରାଜ ଚାଲିଥିବାରୁ ସମ୍ବିଧାନ ଚତୁର୍ଥ ସ୍ତମ୍ବ ଏଠାରେ ସୁରକ୍ଷିତ ନୁହେଁ। ଏହି ଘଟଣାକୁ ସଭିଏଁ ଦେଖିବା ଦରକାର ଓ ବାକିଥିବା 6ଟି ପର୍ଯ୍ୟାୟ ନିର୍ବାଚନରେ ଏହାର ଉତ୍ତର ଦେବା ଉଚିତ ବୋଲି କହିଛନ୍ତି ଶୁଭେନ୍ଦୁ ଅଧିକାରୀ।

ଦ୍ବିତୀୟ ପର୍ଯ୍ଯାୟରେ ପଶ୍ଚିମବଙ୍ଗର ମୋଟ 30ଟି ବିଧାନସଭା ଆସନରେ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇଛି। ସେଥିମଧ୍ୟରେ ନନ୍ଦିଗ୍ରାମ ବିଧାନସଭା ଆସନ ଉପରେ ସଭିଙ୍କ ନଜର ରହିଛି। କାରଣ ଏହି ଆସନରୁ ତୃଣମୂଳ କଂଗ୍ରେସର ମମତା ବାନାର୍ଜୀ ଓ ବିଜେପିର ଶୁଭେନ୍ଦୁ ଅଧିକାରୀ ପ୍ରତିଦ୍ବନ୍ଦିତା କରୁଛନ୍ତି। ମୋଟ 8 ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ ଭୋଟିଂ ହେବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details