ହାଇଦ୍ରାବାଦ: ସ୍କୁଲ ଭିତରେ ୪ ବର୍ଷୀୟ ଏଲକେଜି ଛାତ୍ରୀଙ୍କୁ ଯୌନ ନିର୍ଯାତନା(A four year old girl student sexually assaulted) । ସ୍କୁଲ ପ୍ରିନ୍ସପାଲଙ୍କ ଡ୍ରାଇଭର ୪ ବର୍ଷର କୁନି ଝିଅଟିକୁ ଯୌନ ନିର୍ଯାତନା ଦେଇଥିବାର ଅଭିଯୋଗ ହୋଇଛି । ସୋମବାର ହାଇଦ୍ରାବାଦ ସହରରେ ଥିବା ଏକ ସ୍କୁଲରୁ ଏହି ପାଶବିକତା ସାମ୍ନାକୁ ଆସିଛି । ପୀଡିତା ଶିଶୁକନ୍ୟାର ବାପାମାଆଙ୍କ ଅଭିଯୋଗ ପରେ ପୋଲିସ ୩୬ ବର୍ଷୀୟ ଅଭିଯୁକ୍ତ ଡ୍ରାଇଭର ରଜନୀ କୁମାରକୁ ଗିରଫ କରିଛି । ଘଟଣାରେ ଅଧିକ ତଦନ୍ତ ଜାରି ରହିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ଅଭିଯୋଗ ଅନୁଯାୟୀ, ସୋମବାର ଦିନ ଏହି ଘଟଣା ଘଟିଥିଲା । ଗତ ୧୦ ବର୍ଷ ହେଲା ପ୍ରିନ୍ସପାଲଙ୍କ ଡ୍ରାଇଭର ରହିଥିବା ରଜନୀ ପ୍ରିନ୍ସିପାଲ ଚ୍ୟାମ୍ବର ପାଖରେ ଥିବା ଲ୍ୟାବ୍ ଭିତରେ ୪ ବର୍ଷର ଝିଅଟିକୁ ଯୌନ ନିର୍ଯ୍ୟାତନା ଦେଇଥିଲା । ସେ ଗତ ଦୁଇ ମାସ ହେଲା ଝିଅଟି ସହ ଏପରି ଭାବେ ଅସଦାଚରଣ କରିଆସୁଥିଲା । ସୋମବାର ପୀଡିତା ଛାତ୍ରୀ ସ୍କୁଲର କାନ୍ଦି କାନ୍ଦି ଘରକୁ ଫେରିଥିଲେ । ପିଲାଟିର ମାଆ ତାକୁ ପଚରାଉଚରା କରିବାରୁ ପ୍ରିନ୍ସପାଲଙ୍କ ଡ୍ରାଇଭର ତା' ସହ କରିଥିବା ବ୍ୟବହାର ସମ୍ପର୍କରେ ସେ ସବୁକଥା ଜଣାଇଥିଲା ।