ଓଡିଶା

odisha

ETV Bharat / bharat

ଛାତ୍ରଛାତ୍ରୀଙ୍କ ଉପରେ ନଜର ରଖିବ ଆପ୍ଲିକେସନ, ଅବାଟରେ ଯିବେନି ପିଲାଏ - ଭିଏମ୍ଏସ୍‌ ଆପ୍

ଛାତ୍ରଛାତ୍ରୀଙ୍କ ଉପରେ ନଜର ରଖିବାକୁ ଆପ୍ଲିକେସନ୍‌ ପ୍ରସ୍ତୁତ କରିବ କଲେଜ । ମାଙ୍ଗାଲୋରର ଏକ କଲେଜ ଲାଗୁ କଲା ବ୍ୟବସ୍ଥା । ଅଭିବାବକ ଜାଣିପାରିବେ ପିଲାଙ୍କ ଲୋକେସନ୍‌ । ଅଧିକ ପଢ଼ନ୍ତୁ

ଛାତ୍ରଛାତ୍ରୀଙ୍କ ଉପରେ ନଜର ରଖିବ ଆପ୍ଲିକେସନ  କଲେଜ
ଛାତ୍ରଛାତ୍ରୀଙ୍କ ଉପରେ ନଜର ରଖିବ ଆପ୍ଲିକେସନ କଲେଜ

By ETV Bharat Odisha Team

Published : Sep 5, 2023, 7:35 AM IST

ବେଙ୍ଗାଲୁରୁ: ଦିନକୁ ଦିନ ଟେକ୍ନୋଲୋଜୀ କ୍ଷେତ୍ରରେ ଭାରତ ଅଗ୍ରଗତି କରୁଛି । ବର୍ତ୍ତମାନ ଅଭିଭାବକମାନଙ୍କ ପାଇଁ ଏକ ଆଶ୍ବସ୍ତିକର ଖବର ରହିଛି । ଏଭଳି ଏକ ନୂତନ ଆପ୍‌ ବିକଶିତ ହୋଇଛି, ଯାହା ଅଭିଭାବକମାନେ ନିଜ ପିଲାଙ୍କ ଉପରେ ସବୁ ସମୟୟରେ ନଜର ରଖି ପାରିବେ । ଏହି ଆପ୍‌ ମାଧ୍ୟମରେ ସ୍କୁଲ୍‌ କଲେଜ ପିଲାମାନଙ୍କ ଉପରେ ନଜର ରଖିପାରିବେ ଅଭିଭାବକ । ମୁମ୍ବାଇର ଏକ ସଂସ୍ଥା ଏହି ଆପ୍ ତିଆରି କରିଥିବା ଜଣା ପଡିଛି । ଏହି ଆପ୍‌କୁ କର୍ଣ୍ଣାଟକ ମାଙ୍ଗାଲୋରର ଦୁଇଟି ଶିକ୍ଷା ଅନୁଷ୍ଠାନରେ ପରୀକ୍ଷା ମୂଳକ ଭାବେ ବ୍ୟବହାର କରାଯାଇଛି ।

ସୂଚନାଯୋଗ୍ୟ ଏହି ଆପ୍‌କୁ ମାଙ୍ଗାଲୋର ମୁଦିପୁ ଜନ୍ନା ଦିପା ବିଦ୍ୟାଳୟ ଏବଂ ସୁରଜ ପିୟୁ କଲେଜରେ ପରୀକ୍ଷା ମୂଳକ ଭାବେ ଆରମ୍ଭ କରାଯାଇଛି । ଏଥିରେ ଛାତ୍ରଛାତ୍ରମାନଙ୍କ ପରିଚୟ ପତ୍ରରେ ଏକ ଡିଜିଟାଲ ଚିପ୍‌ ଲଗାଯାଇଛି । ଯାହାଫଳରେ ସେମାନଙ୍କ ପିତାମାତା ସେମାନଙ୍କ ଗତି ବିଧି ଉପରେ ନଜର ରଖି ପାରିବେ । ଛାତ୍ରଛାତ୍ରୀ ଯେତେ ବେଳେ ସ୍କୁଲରେ ପ୍ରବେଶ କରିବେ ସେତେବେଳେ ସେମାନେ ପରିଚୟ ପତ୍ରକୁ ସ୍କାନ୍‌ କରିଯିବ ଏବଂ ପ୍ରତି କ୍ଲାସରେ ଶ୍ରେଣୀ ଶିକ୍ଷକ ଏକ ଫଟୋ ଉଠାଇ ସେହି ଆପ୍‌ରେ ପକାଇବେ ଏବଂ ପୁଣି ଛାତ୍ରଛାତ୍ରୀ ଘରକୁ ଫେରିବା ସମୟରେ ମଧ୍ୟ ପରିଚୟ ପତ୍ରକୁ ସ୍କାନ୍‌ କରାଯିବ । ଯାହାଫଳରେ ସେମାନଙ୍କ ସମସ୍ତ ତଥ୍ୟ ଅଭିଭାବକମାନେ ମୋବାଇଲରେ ଆପରେ ମାଧ୍ୟମରେ ଦେଖିପାରିବେ । ଏହି ଆପ୍‌ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଉପାସ୍ତାନର ତଥ୍ୟ ବି ମିଳିପାରିବ ।

ଏହା ମଧ୍ୟ ପଢନ୍ତୁ...B-20 Business Summit: ଗ୍ରାହକଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ଭାରତର ପ୍ରାଥମିକତା

ଏହି ଆପ୍‌ଟି ସମ୍ପୁର୍ଣ୍ଣ ଡିଜିଟାଲ ମାଧ୍ୟମରେ କାର୍ଯ୍ୟ କରିବ । ଯାହାଫଳରେ ଅଭିଭାବକମାନେ ମୋବାଇଲ ଦ୍ବାରା ସେମାନଙ୍କ ସନ୍ତାନ ଉପରେ ନଜର ରଖିପାରିବେ ବୋଲି ଜଣାପଡିଛି । ଏହାକୁ ମୁମ୍ବାଇର ଭିଏମ୍‌ଏସ୍‌ ସଂସ୍ଥା ତିଆରିକରିଥିବା ସୂଚନା ମିଳିିଛି । ଏହା ବ୍ୟତୀତ ଆପ୍ ମାଧ୍ୟମରେ ସ୍କୁଲ ଫି' ପୈଠ କରାଯିବାର ବ୍ୟବସ୍ଥା ମଧ୍ୟ ରହିଛି । ଜନ୍ନା ଦିପା ବିଦ୍ୟାଳୟ ଏବଂ ସୁରଜ ପିୟୁ କଲେଜର ୮୬୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଏହା ପରୀକ୍ଷଣ ଭାବେ ଆରମ୍ଭ କରାଯାଇଛି ।

ଉକ୍ତ ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷକ କହିଛନ୍ତି "କର୍ଣ୍ଣାଟକରେ ପ୍ରଥମ ଥର ପାଇଁ ଏହି ଆପ୍ ମାଧ୍ୟମରେ ପିଲାମାନଙ୍କର ଯତ୍ନ ଉପରେ ଧ୍ୟାନ ଦେଆଯାଇଛି । ଏହି ଭିଏମ୍ଏସ୍‌ ଆପ୍ ଛାତ୍ରଛାତ୍ରୀମାନଙ୍କ ସୁରକ୍ଷାର ତଥ୍ୟ ଅଭିଭାବକମାନଙ୍କ ଯୋଗାଇବା ସହ ସ୍କୁଲର ଶିକ୍ଷକମାନଙ୍କ ଉପରେ ନଜର ରଖାଯାଇ ପାରିବ"। ଜଣେ ଛାତ୍ର ମହମ୍ମଦ ଅନୱାସ କହିଛନ୍ତି “ଏହି ଆପ୍‌ ଶିକ୍ଷକ, ସ୍କୁଲ କମିଟି ଏବଂ ଅଭିଭାବକମାନଙ୍କ ପାଇଁ ଲାଭଦାୟକ । ଏହାଦ୍ୱାରା ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କ ଉପରେ ନଜର ରଖିପାରିବେ "।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details