ଓଡିଶା

odisha

ETV Bharat / bharat

ନଦୀରେ ବୁଡି ଜଣେ ଶିଶୁ ମୃତ, ଦୁଇ ଭଉଣୀଙ୍କ ମିଳୁନି ପତ୍ତା

ଗାଧୋଇବାକୁ ଯାଇ 3 ଶିଶୁ ନିଖୋଜ । ଜଣେ ଶିଶୁର ମୃତ୍ୟୁ ଘଟିଥିବା ବେଳେ ଘଟଣାସ୍ଥଳରେ ପୋଲିସର ସର୍ଚ୍ଚ ଅପରେସନ ଜାରି । ଅଧିକ ପଢନ୍ତୁ...

By

Published : May 30, 2021, 4:49 PM IST

ନଦୀରେ ବୁଡି ଜଣେ ମୃତ, 3 ଶିଶୁ ନିଖୋଜ
ନଦୀରେ ବୁଡି ଜଣେ ମୃତ, 3 ଶିଶୁ ନିଖୋଜ

ବିଜୟପୁରା: ନଦୀକୁ ଗାଧୋଇବାକୁ ଯାଇ ଜଣେ ଶିଶୁ ମୃତ । ଏପର୍ଯ୍ୟନ୍ତ 3 ଶିଶୁଙ୍କ ମିଳୁନି ପତ୍ତା । ମହାରାଷ୍ଟ୍ର-କର୍ଣ୍ଣାଟକ ସୀମାରେ ଥିବା ଲାଭାଗି ଗାଁ ନିକଟ ଭୀମା ନଦୀରେ ଗାଧୋଇବାକୁ ଯାଇଥିବା ବେଳେ 4 ଜଣ ଶିଶୁଙ୍କ ମଧ୍ୟରୁ 3 ନିଖୋଜ ଥିବାବେଳେ ଜଣେ ଶିଶୁର ମୃତ୍ୟୁ ଘଟିଛି ।

ନଦୀରେ ବୁଡି ଜଣେ ମୃତ, 3 ଶିଶୁ ନିଖୋଜ

ସୂଚନାନୁସାରେ ପିଲାମାନେ ଗତକାଲି ସନ୍ଧ୍ୟା ସମୟରେ ଗାଧୋଇବାକୁ ଯାଇଥିବା ବେଳେ ନଦୀରେ ବୁଡି ଜଣେ ଶିଶୁ ମୃତ୍ୟୁ ବରଣ କରିଛି । ଅନ୍ୟ 3 ଜଣ ନିଖୋଜ ଥିବା ନେଇ ସର୍ଚ୍ଚ ଅପରେସନ୍ ଜାରି ରହିଛି |

ଶିବାନନ୍ଦ ପାର୍ଶେଟୀଙ୍କ ଝିଅ ଆରତୀ (13)ର ମୃତଦେହ ମିଳିଥିବା ବେଳେ ଭିଟଲ ((10) ଏବଂ ଶିବାଜୀ ତାନାୱାଡେଙ୍କ ଦୁଇ ଝିଅ ସମୀକ୍ଷା (14) ଅର୍ପିତା (13) ନିଖୋଜ ଅଛନ୍ତି ।

ସେପଟେ ପରିବାର ଲୋକେ ଘରେ କାମ କରୁଥିବାବେଳେ ପିଲାମାନେ ନଦୀକୁ ଗାଧୋଇବାକୁ ଯାଇଥିଲେ । ମହାରାଷ୍ଟ୍ରର ମାଣ୍ଡ୍ରୋପ ପୋଲିସ ଷ୍ଟେସନରେ ଏନେଇ ଏକ ମାମଲା ରୁଜୁ ହେବା ସହ ପୋଲିସ ଏହାର ଖୋଳତାଡ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details