ଗାନ୍ଧୀନଗର: ପ୍ରେମ ପାଇଁ ନିଜକୁ ହିନ୍ଦୁ ସଜାଇଲେ ମୁସଲିମ ଯୁବକ । ଆଉ ଯୁବତୀଙ୍କୁ ନିଜ ପ୍ରେମ ଜାଲରେ ଫସାଇ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିବା ଅଭିଯୋଗ ହୋଇଛି । ଯେତେବେଳେ ଯୁବତୀଙ୍କ ହାତରେ ଅଭିଯୁକ୍ତର ଆଧାର କାର୍ଡ ଲାଗିଥିଲା ସେତେବେଳେ ପ୍ରକୃତ ପରିଚୟ ସାମନାକୁ ଆସିଛି । ଏଭଳି ଘଟଣା ଗୁଜୁରାଟ ସୁରଟ ଅଞ୍ଚଳରେ ଦେଖିବାକୁ ମିଳିଛି । ଯୁବକଙ୍କ ପ୍ରକୃତ ପରିଚୟ ଜାଣିବା ପରେ ଯୁବତୀ ଜଣକ ବେସୁ ଥାନାରେ ଅଭିଯୋଗ କରିଥିବା ବେଳେ ପୋଲିସ ପୋକ୍ସୋ ଆକ୍ଟର ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି ।
ଉଭୟ ବିଜନେସ ପାର୍ଟନର ବୋଲି ମଧ୍ୟ ଜଣାପଡ଼ିଛି । ଅଭିଯୁକ୍ତ ଜଣକ ପ୍ରଥମେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇବା ପରେ ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ଗଢିଥିଲେ । ଉଭୟ ଇଭେଣ୍ଟ ମ୍ୟାନଜମେଣ୍ଟ ପାଇଁ କାମ କରୁଥିବା ବେଳେ ପରସ୍ପରକୁ ଜାଣିଥିଲେ ପରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଯେତେବେଳେ ଇଭେଣ୍ଟ ମ୍ୟାନଜମେଣ୍ଟର କାର୍ଯ୍ୟାଳୟ ଅନ୍ୟତ୍ର ସ୍ଥାନକୁ ସିଫ୍ଟ ହେବାର ଥିଲା ସେତେବେଳେ ଯୁବତୀଙ୍କୁ ଅଭିଯୁକ୍ତର ଆଧାର କାର୍ଡ ମିଳିଥିଲା । ଯୁବତୀ ନିଜ ବୟଫ୍ରେଣ୍ଡର ପ୍ରକୃତ ପରିଚୟ ପାଇବା ପରେ ଆଶ୍ଚର୍ଯ୍ୟଚକିତ ହୋଇପଡ଼ିଥିଲେ । ଏହାପରେ ଥାନାରେ ଅଭିଯୋଗ କରିଥିଲେ ।