ଓଡିଶା

odisha

ETV Bharat / bharat

କୋରୋନା କବଳରେ ଶିକ୍ଷାନୁଷ୍ଠାନ, ନର୍ସିଂ କଲେଜରୁ 93 ଆକ୍ରାନ୍ତ ଚିହ୍ନଟ - ନର୍ସିଂ କଲେଜ

ଉତ୍ତରାଖଣ୍ଡର ଏକ ସରକାରୀ ନର୍ସିଂ କଲେଜରୁ 93 ଛାତ୍ରଛାତ୍ରୀ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଅଧିକ ପଢନ୍ତୁ...

କୋରୋନା କବଳରେ ଶିକ୍ଷାନୁଷ୍ଠାନ, ନର୍ସିଂ କଲେଜରୁ 93 ଆକ୍ରାନ୍ତ ଚିହ୍ନଟ
କୋରୋନା କବଳରେ ଶିକ୍ଷାନୁଷ୍ଠାନ, ନର୍ସିଂ କଲେଜରୁ 93 ଆକ୍ରାନ୍ତ ଚିହ୍ନଟ

By

Published : Apr 25, 2021, 7:50 AM IST

ଡେରାଡୁନ: ଉତ୍ତରାଖଣ୍ଡର ସରସିଂଧର ଅଞ୍ଚଳରେ ଥିବା ସରକାରୀ ନର୍ସିଂ କଲେଜରୁ ଏକାସଙ୍ଗରେ 93 ଜଣ ଛାତ୍ରଛାତ୍ରୀ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିଲାଗି କଲେଜର ସମସ୍ତ ହଷ୍ଟେଲକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ମୋଟ 200 ଜଣ ଛାତ୍ରଛାତ୍ରୀଙ୍କ ନମୁନା ସଂଗ୍ରହ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ 93 ଜଣ ପଜିଟିଭ ବାହାରିଛନ୍ତି ।

ଏହି କଲେଜରୁ ମୋଟ 200 ଜଣଙ୍କ ନମୁନା ସଂଗ୍ରହ କରାଯାଇଥିବା ବେଳେ ତନ୍ମଧ୍ୟରୁ 65 ଜଣ ଛାତ୍ରଙ୍କ ରିପୋର୍ଟ ନେଗେଟିଭ ଆସିଥିଲା । ପରେ ସେମାନଙ୍କୁ ଘରକୁ ପଠାଇ ଦିଆଯାଇଛି । ଆଉ କିଛି ଛାତ୍ରଙ୍କ ରିପୋର୍ଟ ଆସିନଥିବା ବେଳେ 93 ଜଣ ପଜିଟିଭ ବାହାରିଛନ୍ତି । ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ କଲେଜର ହଷ୍ଟେଲଗୁଡିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଏହାରି ମଧ୍ୟରେ ରାଜ୍ୟରେ ଗତ 24 ଘଣ୍ଟା ମଧ୍ୟରେ 5084 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 81 ଜଣଙ୍କର ମୃତ୍ୟୁ ଘଟିଛି ।

ସେପଟେ ରାଜ୍ୟରେ ବର୍ତ୍ତମାନ 33 ହଜାର 330 ଜଣ ସକ୍ରିୟ ରହିଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା 2102 ଜଣ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1 ଲକ୍ଷ 47 ହଜାର 433 ଜଣ ରହିଥିବା ବେଳେ ସୁସ୍ଥ ସଂଖ୍ୟା 1 ଲକ୍ଷ 8 ହଜାର 916ରେ ପହଞ୍ଚିଛି । ଉତ୍ତରାଖଣ୍ଡରେ ସଂକ୍ରମଣ ବଢୁଥିବାରୁ ଏପ୍ରିଲ 23 ତାରିଖଠାରୁ ଏପ୍ରିଲ 28 ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

@ANI

ABOUT THE AUTHOR

...view details