ଥିରୁଅନନ୍ତପୁରମ:ହଜିଗଲା ମାନବିକତା, ବୁଢି ମାଆକୁ ନିଆଁ ଲଗାଇ ଜୀବନ ନେଇଗଲେ ଦୁଇ ନାତୁଣୀ । ୯୦ ବର୍ଷୀୟା ବୁଢି ମାଆର ଦାୟିତ୍ବ ବୁଝିବାକୁ ଅସମର୍ଥ ହେବାରୁ ନିଆଁ ଲଗାଇ ହତ୍ୟା କରିବା ପରେ ଅଳିଆ ଗଦାରେ ଫିଙ୍ଗିଦେଲେ ଦୁଇ ନାତୁଣୀ । ଏଭଳି ଅଭାବନୀୟ ଘଟଣା ଘଟିଛି ତାମିଲନାଡୁର ତିରୁନେଲଭେଲିରେ । ଏହି ଘଟଣା ଜଣାପଡିବା ପରେ ୨ ନାତୁଣୀଙ୍କୁ ଗିରଫ କରିଛି ପୋଲିସ ।
ହଜିଗଲା ମାନବିକତା, ୯୦ ବର୍ଷୀୟା ବୁଢି ମାଆକୁ ପୋଡି ମାରିଦେଲେ ନିଜ ନାତୁଣୀ
୯୦ ବର୍ଷୀୟା ବୁଢି ମାଆଙ୍କ ଯତ୍ନ ନେବାକୁ ଅସମର୍ଥ ହେବାରୁ ନିଆଁ ଲଗାଇ ହତ୍ୟା କରିବା ପରେ ଅଳିଆ ଗଦାରେ ଫିଙ୍ଗିଦେଲେ ଦୁଇ ନାତୁଣୀ । ଅଧିକ ପଢନ୍ତୁ
ଗତ ମେ' ୩ ତାରିଖ ଦିନ ପେଟାଇର ଆଧାମନଗର ରାସ୍ତା କଡରେ ଥିବା ଏକ ଅଳିଆଗଦାରେ ବୃଦ୍ଧା ଜଣଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଦେଖିବାକୁ ମିଳିଥିଲା । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା ଓ ପରେ ହସ୍ପିଟାଲକୁ ପଠାଇଥିଲା । ପରେ ସ୍ଥାନୀୟ ସିସିଟିଭି ଫୁଟେଜ ଯାଞ୍ଚ କରି ଜଣେ ଅଟୋ ଡ୍ରାଇଭରଙ୍କୁ ଗିରଫ କରିଥିଲା ।
ଏହାପରେ ସତ ସାମ୍ନାକୁ ଆସିଥିଲା । ପରିଣତ ବୟୟରେ ବୃଦ୍ଧା ଜଣଙ୍କ ନିଜ କାମ ନିଜେ ନକରିବାରୁ ଦୁଇ ନାତୁଣୀ ତାଙ୍କୁ ବୋଝ ଭାବି ହତ୍ୟା କରିବା ନେଇ ଯୋଜନା କରିଥିଲେ । ଏହାପରେ ପେଟ୍ରୋଲ ପକାଇ ତାଙ୍କୁ ନିଆଁରେ ଜାଳି ଦେଇଥିଲେ । ଦୁଇ ନାତୁଣୀଙ୍କୁ ଗିରଫ ପରେ କୋର୍ଟରେ ହାଜର କରାଯାଇଛି ।