ଓଡିଶା

odisha

ETV Bharat / bharat

'କୁର୍ମାସନ' କରି ଗିନିଜ ଓ୍ବାର୍ଲଡ ରେକର୍ଡ କଲେ 9 ମାସର ଗର୍ଭବତୀ - jyoti

ଆନ୍ଧ୍ରପ୍ରଦେଶ ବିଶାଖାପାଟନମ ଜିଲ୍ଲାର ଅନକାପଲ୍ଲୀର ଜ୍ୟୋତି ଯିଏକି ଡେଲିଭରିର 5 ଦିନ ପୂର୍ବରୁ 10 ମିନିଟ ପର୍ଯ୍ୟନ୍ତ କୁର୍ମାସନ କରି ଗିନିଜ ଓ୍ବାର୍ଲଡ ରେକର୍ଡ କରିଛନ୍ତି । ଅଧିକ ପଢନ୍ତୁ...

କୁର୍ମାସନ କରି ଗିନିଜ ଓ୍ବାର୍ଲଡ ରେକର୍ଡରେ ନାଁ କରିଲେ 9 ମାସର ଗର୍ଭବତୀ
କୁର୍ମାସନ କରି ଗିନିଜ ଓ୍ବାର୍ଲଡ ରେକର୍ଡରେ ନାଁ କରିଲେ 9 ମାସର ଗର୍ଭବତୀ

By

Published : May 27, 2021, 8:45 PM IST

ଅମରାବତୀ:ଯେଉଁ ସମୟରେ ସମ୍ପୂର୍ଣ୍ଣ ବିଶ୍ରାମ ନେବା କଥା, ସେହି ସମୟରେ କୁର୍ମାସନ କରି ଗିନିଜ ଓ୍ବାର୍ଲଡ ରେକର୍ଡ କରିଛନ୍ତି ଜଣେ 9 ମାସର ଗର୍ଭବତୀ । କିଛି କ୍ଷଣଙ୍କ ପାଇଁ ପୁଣି ନୁହଁ ଦୀର୍ଘ ସମୟ ଧରି ସେ ଏହି ଆସନରେ ବସି ପାରୁଛନ୍ତି । ଯାହା ବେଶ ଆଶ୍ଚର୍ଯ୍ୟଜନକ ସହ ମଜାଦାର ମଧ୍ୟ ଅଟେ ।

କୁର୍ମାସନ କରି ଗିନିଜ ଓ୍ବାର୍ଲଡ ରେକର୍ଡରେ ନାଁ କରିଲେ 9 ମାସର ଗର୍ଭବତୀ
କୁର୍ମାସନ କରି ଗିନିଜ ଓ୍ବାର୍ଲଡ ରେକର୍ଡରେ ନାଁ କରିଲେ 9 ମାସର ଗର୍ଭବତୀ

ଏହି ସମୟରେ ସାଧାରଣତଃ ଅନ୍ୟ ମହିଳାମାନେ ନିଜର ସାଧାରଣ କାମ କରିବେ ଅସମର୍ଥ ହୋଇଥାନ୍ତି । କିନ୍ତୁ ଏହି ମହିଳା ଜଣକ କୁର୍ମାସନାକୁ ଅତି ସହଜରେ ବିନା ସଙ୍କୋଚରେ କରିପାରୁଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶ ବିଶାଖାପାଟନମ ଜିଲ୍ଲାର ଅନକାପଲ୍ଲୀରେ ।

ଉକ୍ତ ମହିଳା ଜଣଙ୍କ ହେଲେ ଅନକାପଲ୍ଲୀର ଜ୍ୟୋତି । ଜ୍ୟୋତି ହେଉଛନ୍ତି ଜଣେ ଡ୍ୟାନ୍ସ ମାଷ୍ଟର। ସେ ତାଙ୍କ ଡେଲିଭରିର 5 ଦିନ ପୂର୍ବରୁ ଏହି ଆସନ କରି ଦୀର୍ଘ 10 ମିନିଟ ପର୍ଯ୍ୟନ୍ତ ଏହି ଆସନରେ ରହି ସମସ୍ତଙ୍କୁ ହତଚକିତ କରିଦେଇଛନ୍ତି ।

କୁର୍ମାସନ କରି ଗିନିଜ ଓ୍ବାର୍ଲଡ ରେକର୍ଡରେ ନାଁ କରିଲେ 9 ମାସର ଗର୍ଭବତୀ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details