ଓଡିଶା

odisha

ETV Bharat / bharat

ପିନାରାୟୀଙ୍କ ଐତିହାସିକ ବିଜୟ, ଶୋଭାଯାତ୍ରାରେ 9 ମନ୍ତ୍ରୀ ସାମିଲ - ପିନାରାୟୀଙ୍କ ବିଜୟ ଶୋଭାଯାତ୍ରା

କେରଳରେ ସିପିଆଇର ଐତିହାସିକ ବିଜୟ ପରେ ପିନାରାୟୀଙ୍କ ବିଜୟ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି 9 ମନ୍ତ୍ରୀ । ଅଧିକ ପଢନ୍ତୁ...

କେରଳ ନିର୍ବାଚନ: ପିନାରାୟୀଙ୍କ ବିଜୟ ଶୋଭାଯାତ୍ରାରେ 9 ମନ୍ତ୍ରୀ ସାମିଲ
କେରଳ ନିର୍ବାଚନ: ପିନାରାୟୀଙ୍କ ବିଜୟ ଶୋଭାଯାତ୍ରାରେ 9 ମନ୍ତ୍ରୀ ସାମିଲ

By

Published : May 3, 2021, 7:48 AM IST

ଥିରୁଅନନ୍ତପୁରମ: କେରଳରେ ମୁଖ୍ୟମନ୍ତ୍ରରୀ ପିନାରାୟୀ ବିଜୟନଙ୍କ ଐତିହାସିକ ବିଜୟ । ଦୀର୍ଘ 40 ବର୍ଷ ପରେ ଲଗାତାର 2 ଥର ଶାସନଭାର ଗ୍ରହଣ କରିଛନ୍ତି ପିନାରାୟୀ । ପୂର୍ବରୁ ଦେଇଥିବା ଦୃଢୋକ୍ତି ଶେଷରେ ସତ୍ୟ ପ୍ରମାଣିତ ହୋଇଛି । ପିନାରାୟୀଙ୍କ ଏହି ବଡ ଧରଣର ବିଜୟ ପରେ କରିଥିଲେ ଶୋଭାଯାତ୍ରା । ଯେଉଁଥିରେ ତାଙ୍କ କ୍ୟାବିନେଟର 9 ଜଣ ମନ୍ତ୍ରୀ ସାମିଲ ହୋଇଛନ୍ତି ।

ପିନାରାୟୀ ସରକାର ଦୀର୍ଘ 40 ବର୍ଷର ରେକର୍ଡ ଭାଙ୍ଗିବାରେ ଚଳିତ ନିର୍ବାଚନରେ ସକ୍ଷମ ହୋଇଛି । ପୂର୍ବରୁ ଏଲଡିଏଫ ଓ କଂଗ୍ରେସ ନେତୃତ୍ବାଧୀନ ୟୁଡିଏଫ ଆଗପଛ ହୋଇ ଶାସନଭାର ଗ୍ରହଣ କରୁଥିଲେ । ମାତ୍ର ଏଥର ୟୁ଼ଡିଏଫକୁ ମାତ ଦେଇ 40 ବର୍ଷର ରେକର୍ଡ ଭାଙ୍ଗିବାରେ ସକ୍ଷମ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ପିନାରାୟୀ । ଏହି ଐତିହାସିକ ବିଜୟ ପରେ ହୋଇଥିବା ଶୋଭାଯାତ୍ରାରେ 9 ଜଣ ମନ୍ତ୍ରୀ ସାମିଲ ହୋଇଥିବା ଜଣାପଡିଛି । ସେପଟେ ସ୍ବାସ୍ଥ୍ୟମନ୍ତ୍ରୀ କେ.କେ ଶୈଳଝା ମତ୍ତନପୁର ନିର୍ବାଚନ ମଣ୍ଡଳୀରୁ 67 ହଜାର 13 ଭୋଟରେ ବିଜୟିନୀ ହୋଇଛନ୍ତି । ରାଜ୍ୟବାସୀ ପିନାରାୟୀ ସରକାରଙ୍କ ଉପରେ ଗଭୀର ବିଶ୍ବାସ ରଖନ୍ତି ବୋଲି ସେ ଫଳାଫଳ ଆସିବା ପରେ କହିଛନ୍ତି ।

ସିପିଆଇର ଅନ୍ୟତମ ନେତା ଜେ ମର୍ସିକୁତ୍ତି ବିଜେପି ପ୍ରାର୍ଥୀ ଶୋଭା ସୁରେନ୍ଦ୍ରନଙ୍କୁ 23 ହଜାର 497 ଭୋଟରେ ପରାଜିତ କରିଛନ୍ତି । କିନ୍ତୁ ଏକ୍ସିଟ ପୋଲ ସର୍ଭେ ଅନୁସାରେ ବିଜେପି କାଝାକୁତ୍ତମ ନିର୍ବାଚନ ମଣ୍ଡଳୀରେ ବିଜୟ ହାସଲ କରିବ ବୋଲି ଦର୍ଶାଇଥିବା ବେଳେ ବିଜେପି କୌଣସି ଗୋଟିଏ ବି ଆସନରେ ବିଜୟ ଲାଭ କରିପାରିନାହିଁ । ସେପଟେ ଶକ୍ତିମନ୍ତ୍ରୀ ଏମ.ଏମ ମଣି ଉଡୁମ୍ବାଞ୍ଚୋଲାରୁ 2ୟ ଥର ପାଇଁ ବିପୁଳ ମାତ୍ରା ଭୋଟରେ ବିଜୟୀ ହୋଇଛନ୍ତି । ସ୍ଥାନୀୟ ରାଜ୍ୟ ସରକାରଙ୍କ କ୍ୟାବିନେଟରେ ଥିବା ମନ୍ତ୍ରୀ ଏସି ମୌଦିନ ମଧ୍ୟ ଥ୍ରୀସୁର ଜିଲ୍ଲାର କୁନ୍ନମକୁଲାମ ନିର୍ବାଚନ ମଣ୍ଡଳୀରୁ 26 ହଜାର 631 ଭୋଟରେ ବିଜୟୀ ହୋଇଛନ୍ତି ।

ସେହିପରି ଅବକାରୀ ମନ୍ତ୍ରୀ ଟିପି ରାମକ୍ରୀଷ୍ଣନ କୋଝୋକୋଡ ଜିଲ୍ଲାର ପେରାମ୍ବାରା ନିର୍ବାଚନ ମଣ୍ଡଳୀରୁ 6173 ଭୋଟରେ ବିଜୟୀ ହୋଇଛନ୍ତି । ରାଜସ୍ବ ମନ୍ତ୍ରୀ ଇ ଚନ୍ଦ୍ରଶେଖରନ, ଜଳ ସମ୍ପଦ ମନ୍ତ୍ରୀ କେ କ୍ରୀଷ୍ଣା କୁତ୍ତି, ପୋର୍ଟସ ମନ୍ତ୍ରୀ କଦନପଲ୍ଲୀ ରାମଚନ୍ଦ୍ରନ, ପରିବହନ ମନ୍ତ୍ରୀ ଏକେ ଶଶୀନ୍ଦ୍ରନ ମଧ୍ୟ ନିଜ ନିଜ ନିର୍ବାଚନ ମଣ୍ଡଳୀରୁ ବିଜୟ ଲାଭ କରିଛନ୍ତି ।

@ANI

ABOUT THE AUTHOR

...view details