ମୁମ୍ବାଇ:ମହାରାଷ୍ଟ୍ର ମିରାଜ ତାଲୁକା ଅଧୀନ ଏକ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ପରିବାରର 9 ସଦସ୍ୟଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସମସ୍ତ ସଦସ୍ୟ ବିଷପାନ କରି ଆତ୍ମହତ୍ୟା କରିଥିବା ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି । ସମସ୍ତ ମୃତଦେହ ସ୍ଥାନୀୟ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ସମୂହ ଆତ୍ମହତ୍ୟାର କାରଣ ସମ୍ପର୍କରେ କିଛି ସ୍ପଷ୍ଟ ସୂଚନା ମିଳି ପାରିନାହିଁ ।
ମହାରାଷ୍ଟ୍ରରେ ଚାଞ୍ଚଲ୍ୟ: ଗୋଟିଏ ପରିବାରର 9 ସଦସ୍ୟଙ୍କ ସମୂହ ଆତ୍ମହତ୍ୟା ସନ୍ଦେହ
ମହାରାଷ୍ଟ୍ରରେ ଗୋଟିଏ ପରିବାରର 9 ସଦସ୍ୟଙ୍କ ସମୂହ ଆତ୍ମହତ୍ୟା ସନ୍ଦେହ । ସନ୍ଦେହଜନକ ଅବସ୍ଥାରେ ମିଳିଲା ମୃତଦେହ । ପୋଲିସ ତଦନ୍ତ ଆରମ୍ଭ । ଅଧିକ ପଢନ୍ତୁ
ମହାରାଷ୍ଟ୍ରରେ ଚାଞ୍ଚଲ୍ୟ: ଗୋଟିଏ ପରିବାରର 9 ସଦସ୍ୟଙ୍କ ସମୂହ ଆତ୍ମହତ୍ୟା ସନ୍ଦେହ
ମୃତକଙ୍କ ମଧ୍ୟରେ ଦୁଇ ଭାଇ, ସେମାନଙ୍କ ମା’, ଉଭୟଙ୍କ ସ୍ତ୍ରୀ ଓ ପିଲାମାନେ ରହିଛନ୍ତି । ସମସ୍ତ 9 ଜଣଙ୍କ ମୃତଦେହ ଗ୍ରାମର ପୃଥକ ଦୁଇ ସ୍ଥାନରେ ଥିବା ଘରେ ପଡିଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଏପରି ସମୂହ ଆତ୍ମହତ୍ୟା ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି । ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।
ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ