ଓଡିଶା

odisha

ETV Bharat / bharat

ଚର୍ଚ୍ଚାରେ କର୍ଣ୍ଣାଟକ ପୋଲିସ କନେଷ୍ଟବଳ, ସାଇବର ଠକଙ୍କ କବଳରୁ ଫେରାଇଲେ ୯ ଲକ୍ଷ - ବେଙ୍ଗାଲୁରୁରେ ସାଇବ ଠକେଇ

KYC ନାଁରେ ୯ ଲକ୍ଷ ଟଙ୍କା ଆକାଉଣ୍ଟରୁ ନେଇଗଲେ ସାଇବର ଠକ । ଅଭିଯୋଗ ପରେ ବ୍ୟାଙ୍କକୁ ଫେରିଲା ଲୁଟ୍‌ ଟଙ୍କା । ଅଧିକ ପଢନ୍ତୁ

KYC ନାଁରେ ଆକାଉଣ୍ଟରୁ ୯ ଲକ୍ଷ ଗାଏବ, କନେଷ୍ଟବଳଙ୍କ ଯୋଗୁଁ ଫେରିଲା ଟଙ୍କା
KYC ନାଁରେ ଆକାଉଣ୍ଟରୁ ୯ ଲକ୍ଷ ଗାଏବ, କନେଷ୍ଟବଳଙ୍କ ଯୋଗୁଁ ଫେରିଲା ଟଙ୍କା

By

Published : Jul 22, 2022, 11:49 AM IST

ବେଙ୍ଗାଲୁରୁ: KYC ନାଁରେ ସାଇବର ଠକେଇ (Cyber fraud) । ଆଖି ପିଛୁଳାକେ ନେଇ ଗଲେ ୯ ଲକ୍ଷ ଟଙ୍କା । ସାଇବର ଠକେଇର ଶିକାର ହେଲେ ଅବସରପ୍ରାପ୍ତ ଲୋକାୟୁକ୍ତ ରେଜିଷ୍ଟ୍ରାର । ପୋଲିସର ତ୍ବରିତ ପଦକ୍ଷପ ଯୋଗୁଁ ଲୁଟ୍‌ ହୋଇଥିବା ଟଙ୍କା ଫେରିପାଇଲେ ଅବସରପ୍ରାପ୍ତ ଅଧିକାରୀ । କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଏଭଳି ଘଟଣା ଘଟିଛି ।

ସୂଚନା ଅନୁଯାୟୀ, ଅବସରପ୍ରାପ୍ତ ଲୋକାୟୁକ୍ତ ରେଜିଷ୍ଟ୍ରାରଙ୍କୁ ଜଣେ ବ୍ୟକ୍ତି KYS ଭରିବା ନେଇ ଫୋନ୍‌ କରିଥିଲେ । ଏନେଇ ବ୍ୟାଙ୍କ ଆକାଉଣ୍ଟ ନମ୍ବର ମାଗିଥିଲା ସାଇବର ଠକ । ସମସ୍ତ ଡକ୍ୟୁମେଣ୍ଟ ଦେବା ପରେ ଅଧିକାରୀ ଜଣଙ୍କ ଆକାଉଣ୍ଟରୁ ୯ ଲକ୍ଷ ଟଙ୍କା ଗାଏବ ହୋଇଯାଇଥିଲା । ଏନେଇ ସେ ଦକ୍ଷିଣ ପୂର୍ବ ବିଭାଗର ସେନ୍ ପୋଲିସ୍ ଷ୍ଟେସନରେ ଅଭିଯୋଗ କରିଥିଲେ । ଏହାପରେ ଅଷ୍ଟାପ ସାବ ପିଞ୍ଜରା ନାମକ ଜଣେ କନେଷ୍ଟବଳ ଛୁଟିରେ ଥାଇ ମଧ୍ୟ ଅଭିଯୋଗ ଶୁଣି କାନାରା ବ୍ୟାଙ୍କ ମ୍ୟାନେଜର୍‌ଙ୍କୁ ଫୋନ୍‌ କରିଥିଲେ ।

ସେ ରାଜସ୍ଥାନର ମ୍ୟାନେଜରଙ୍କୁ ଯୋଗାଯୋଗ କରି ଟଙ୍କା ଟ୍ରାନ୍ସଫର ହୋଇଥିବା ଆକାଉଣ୍ଟକୁ ପ୍ରିଜ କରିବାକୁ କହିଥିଲେ । ଫଳରେ ଗାଏବ ହୋଇଥିବା ଟଙ୍କା ଫେରି ପାଇଥିଲେ ଅବସରପ୍ରାପ୍ତ ଅଧିକାରୀ ଜଣଙ୍କ । ସହଯୋଗ ପାଇଁ ଅଭିଯୋଗକାରୀ ଅବସରପ୍ରାପ୍ତ ଅଧିକାରୀ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି । କନେଷ୍ଟବଳଙ୍କ ଏପରି କାର୍ଯ୍ୟକୁ ସମସ୍ତେ ବେଶ ପ୍ରଶଂସା କରିଛନ୍ତି ।

ABOUT THE AUTHOR

...view details