ଓଡିଶା

odisha

ETV Bharat / bharat

ନେପାଳ ବସ ଦୁର୍ଘଟଣା: 9 ମୃତ, 34 ଗୁରୁତର ଆହତ

ନେପାଳ ବାଇଟାଡି ଜିଲ୍ଲାରେ ମର୍ମନ୍ତୁଦ ବସ ଦୁର୍ଘଟଣାରେ 9 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 34 ଜଣ ଆହତ ହୋଇଛନ୍ତି । ଭାରସାମ୍ୟ ହରାଇ ବସ ରାସ୍ତାରୁ ପ୍ରାୟ 500 ମିଟର ତଳକୁ ଖସି ପଡିଥିଲା । ମୃତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ । ଅଧିକ ଖବର ପଢନ୍ତୁ...

By

Published : Nov 13, 2020, 12:06 PM IST

ନେପାଳ ବସ ଦୁର୍ଘଟଣା, 9 ମୃତ 34 ଗୁରୁତର ଆହତ
ନେପାଳ ବସ ଦୁର୍ଘଟଣା, 9 ମୃତ 34 ଗୁରୁତର ଆହତ

କାଠମାଣ୍ଡୁ: ନେପାଳରେ ବାଇଟାଡି ଜିଲ୍ଲାରେ ମର୍ମନ୍ତୁଦ ବସ ଦୁର୍ଘଟଣା । ଗୁରୁବାର ବିଳମ୍ବିତ ରାତିରେ ହୋଇଥିବା ଏହି ଦୁର୍ଘଟଣାରେ 9 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 34 ଜଣ ଆହତ ହୋଇଛନ୍ତି ।

ପୋଲିସର ସୂଚନାନୁସାରେ, ଗୁରୁବାର ଦିନ ପ୍ରାୟ 11 ଟା ସମୟରେ ଦାଶରଥ ଚାନ୍ଦ ରାଜପଥ ଦେଇ ବାଇଟାଡି ସ୍ଥିତ ପତନ ମ୍ୟୁନିସିପାଲିଟି -8 ରୁ ଡାର୍କୁଲା ଜିଲ୍ଲାର ଗାନ୍ଧାରୁ ମହେନ୍ଦ୍ରନଗର ଅଭିମୁଖେ ଯାଉଥିବା ବେଳେ ବସଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ।

"ଭାରସାମ୍ୟ ହରାଇ ବସ ରାସ୍ତାରୁ ପ୍ରାୟ 500 ମିଟର ତଳକୁ ଖସି ପଡିଥିଲା । ମୃତ ବ୍ୟକ୍ତିଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡି ନାହିଁ । କିନ୍ତୁ ମୃତକଙ୍କ ମଧ୍ୟରୁ 7 ଜଣ ପୁରୁଷ ହୋଇଥିବାବେଳେ 2 ଜଣ ମହିଳା" ବୋଲି ପୋଲିସ କାର୍ଯ୍ୟାଳୟରେ ଡେପୁଟି ସୁପରିଟେଣ୍ଡେଣ୍ଟ ଗଣମାଧ୍ୟମକୁ କହିଛନ୍ତି ।

ପୋଲିସ ବସ୍‌ରୁ କେବଳ 8 ଟି ମୃତଦେହ ବାହାର କରିବାରେ ସକ୍ଷମ ହୋଇଥିବାବେଳେ ଜଣେ ମୃତକଙ୍କ ଶରୀର ବସ୍ ଭିତରେ ଅଟକି ରହିଛି । ଆହତ 34 ଜଣ ଯାତ୍ରୀଙ୍କ ମଧ୍ୟରୁ 7 ଜଣ ଗୁରୁତର ଆହତଙ୍କୁ ଧଙ୍ଗାଦୀଙ୍କୁ ଅଧିକ ଚିକିତ୍ସା ପାଇଁ ପଠାଯାଇ ଥିବାବେଳେ 27 ଜଣ ଦାଦେଲଡୁରା ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ABOUT THE AUTHOR

...view details