ଓଡିଶା

odisha

ETV Bharat / bharat

ଆଜି ଭାରତୀୟ ବାୟୁସେନା ଦିବସ, ଶକ୍ତି ଓ ପରାକ୍ରମ ଦେଖି ଥରି ଉଠନ୍ତି ଶତ୍ରୁ

ଆଜି ଭାରତୀୟ ବାୟୁସେନା ଦିବସ । ଆମେରିକା, ଚୀନ ଓ ଋଷିଆ ପରେ ବିଶ୍ବର ଚତୁର୍ଥ ସର୍ବବୃହତ୍ ବାୟୁଶକ୍ତି ହେଉଛି ଆମ ବାୟୁସେନା । ଯାହାର ଶକ୍ତି ଆଗରେ ଥରି ଉଠନ୍ତି ଶତ୍ରୁ । ଆଜି ସେହି ବାୟୁସେନାକୁ ପୁରିଛି ୮୯ ବର୍ଷ । ଅଧିକ ପଢନ୍ତୁ...

ଆଜି ଭାରତୀୟ ବାୟୁସେନା ଦିବସ
ଆଜି ଭାରତୀୟ ବାୟୁସେନା ଦିବସ

By

Published : Oct 8, 2021, 8:29 AM IST

Updated : Oct 8, 2021, 9:44 AM IST

ହାଇଦ୍ରାବାଦ: ଖୋଲା ଆକାଶର ଜାଗ୍ରତ ପ୍ରହରୀ । ରାଷ୍ଟ୍ରର ସୁରକ୍ଷା କ୍ଷେତ୍ରରେ ବଳିଷ୍ଠ ଶକ୍ତି, ବିଶ୍ବର ଚତୁର୍ଥ ବୃହତ୍ତମ ଏୟାରଫୋର୍ସ ଭାରତୀୟ ବାୟୁସେନା(IAF ) । ରାଫଲ, ତେଜସ, ସୁଖୋଇ ଏବଂ ଗ୍ଲୋବେମାଷ୍ଟର ଭଳି ଅତ୍ୟାଧୁନିକ ବିମାନ ଦ୍ବାରା ସଜ୍ଜିତ ଆମ ବାୟୁସେନା । ଯାହାଙ୍କ ଗୋଟିଏ ଝଙ୍କାରରେ ଭୟ ଓ ଆତଙ୍କରେ ଥରି ଉଠନ୍ତି ଶତ୍ରୁ । ଆଜି ସେହି ଭାରତୀୟ ବାୟୁସେନାକୁ ପୁରିଛି ୮୯ ବର୍ଷ । ପ୍ରତିବର୍ଷ ଅକ୍ଟୋବର ୮ ତାରିଖରେ ଦେଶ ପାଳନ କରୁଛି ଭାରତୀୟ ବାୟୁସେନା ପ୍ରତିଷ୍ଠା ଦିବସ ।

ଆଜି ଭାରତୀୟ ବାୟୁସେନା ଦିବସ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 89ତମ ଭାରତୀୟ ବାୟୁସେନା ଦିବସ ଅବସରରେ ବାୟୁସେନାର ସମସ୍ତ ଯୋଦ୍ଧା ଏବଂ ସେମାନଙ୍କ ପରିବାରକୁ ଶୁଭେଚ୍ଛା ଜଣାଇଛନ୍ତି ।

ସେହିପରି ବିଭିନ୍ନ ଚ୍ୟାଲେଞ୍ଜକୁ ତତ୍ପରତାର ସହ ପୁରା କରିବା ଏବଂ ଦୃଢତାର ସହ ଜାବାବ ଦେଇ ରାଷ୍ଟ୍ରର ସେବା କରୁଥିବା ଆମ ବାୟୁସେନାର ଯୋଦ୍ଧାଙ୍କ ପାଇଁ ଅତ୍ୟନ୍ତ ଗର୍ବିତ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ର ରାଜନାଥ ସିଂ ।

ଭାରତୀୟ ବାୟୁସେନା ଦିବସରେ ବାୟୁସେନାର ଅଧିକାରୀ, ସୈନିକ ଏବଂ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ।

ଭାରତୀୟ ବାୟୁସେନା ଦିବସର ଇତିହାସ:

୧୯୩୨ ମସିହା ଅକ୍ଟୋବର ୮ ତାରିଖରେ ପ୍ରତିଷ୍ଠା ହୋଇଥିଲା ଭାରତୀୟ ବାୟୁସେନା । ୟୁକେର ରୟାଲ ଏୟାର ଫୋର୍ସକୁ ସହାୟତା ଯୋଗାଇବା ପାଇଁ ତତ୍କାଳୀନ ପରାଧୀନ ଭାରତରେ ବାୟୁସେନାର ଗଠନ ହୋଇଥିଲା । ହେଲେ ଦ୍ବିତୀୟ ବିଶ୍ବଯୁଦ୍ଧରେ ଏହାର ଗୁରୁତ୍ବପୂର୍ଣ୍ଣ ଭୂମିକା ରୟାଲ ଇଣ୍ଡିଆନ ଏୟାର ଫୋର୍ସ ଭାବେ ବିଶ୍ବ ଦରବାରରେ ପରିଚିତ କରାଇଥିଲା । ୧୯୫୦ ମସିହାରେ ଯେତେବେଳେ ଦେଶ ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହେଲା, ସେହି ସମୟରେ ଏହା ଭାରତୀୟ ବାୟୁସେନା ନାମରେ ନାମିତ ହୋଇଥିଲା ।

ପ୍ରଥମେ ଦିଲ୍ଲୀର ପାଲାମ ବିମାନବନ୍ଦରରେ ଦିବସ ପାଳନର ମୁଖ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା । ମାତ୍ର ୨୦୦୬ ପରଠାରୁ ଉତ୍ତରପ୍ରଦେଶ ଗାଜିଆବାଦସ୍ଥିତ ହିନ୍ଦନ ବିମାନଘାଟିରେ ତାହା ପାଳିତ ହେଉଛି ।

ଭାରତୀୟ ବାସୁୟେନା ବାବଦରେ କିଛି ରୋଚକ ତଥ୍ୟ:

  • ଆମେରିକା, ଚୀନ ଓ ଋଷିଆ ପରେ ବିଶ୍ବର ଚତୁର୍ଥ ସର୍ବବୃହତ୍ ବାୟୁଶକ୍ତି ହେଉଛି ଭାରତୀୟ ବାୟୁସେନା ।
  • ଭାରତୀୟ ବାୟୁସେନାରେ c-17 ଗ୍ଲୋବେମାଷ୍ଟର ପରି ବୃହତ୍ କାର୍ଗୋ ବିମାନ ରହିଛି । ଯାହା ଭାରି ଟ୍ୟାଙ୍କ ବହନ କରିବାକୁ ସକ୍ଷମ ।
  • ଆମ ଭାରତୀୟ ବାୟୁସେନାର ମୋଟ 'ନଭମ ସ୍ପର୍ଶମ ଦୀପ୍ତମ' ଅଟେ । ଯାହାର ଅର୍ଥ ଗୌରବର ସହ ଆକାଶକୁ ସ୍ପର୍ଶ କରିବା । ଭଗବତ ଗୀତାର ୧୧ତମ ଅଧ୍ୟାୟରୁ ଏହା ନିଆଯାଇଛି ।
  • ଆମ ବାୟୁସେନାରେ ପ୍ରାୟ ୧୪୦୦୦ ଏୟାରକ୍ରାଫ୍ଟ ଏବଂ ୧, ୭୦,୦୦୦ରୁ ଅଧିକ ସୈନିକ ରହିଛନ୍ତି । ଉତ୍ତରପ୍ରଦେଶର ଗାଜିଆବାଦସ୍ଥିତ ହିନ୍ଦନ ଏୟାରଫୋର୍ସ ଷ୍ଟେସନ ଏସିଆର ସର୍ବବୃହତ ଏବଂ ବିଶ୍ବର ଅଷ୍ଟମ ବୃହତ ବିମାନ ଘାଟି ଅଟେ ।
  • ଦେଶରେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରିଲିଫ କାର୍ଯ୍ୟରେ IAF ସର୍ବଦା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଉତ୍ତରଖଣ୍ଡରେ ସୃଷ୍ଟି କୃତ୍ରିମ ବନ୍ୟା ସମୟରେ ଫସି ରହିଥିବା ସାଧାରଣ ନାଗରିକଙ୍କ ଉଦ୍ଧାର କରି ଭାରତୀୟ ବାୟୁସେନା ବିଶ୍ବ ରେକର୍ଡ କରିଛି ।
  • IAF ବିଭିନ୍ନ ଅପରେସନ ଯେପରିକି ଅପରେସନ ପୁମାଲାଇ, ଅପରେସନ ବିଜୟ, ଅପରେସନ ମେଘଦୂତ ଭଳି ଅନେକ ଅପରେସନର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ଅଟେ | ଫେବୃୟାରୀ ୨୬ ତାରିଖରେ ଯେତେବେଳେ ପୁରା ଦେଶ ଶୋଇଥିଲା, ସକାଳ ପ୍ରାୟ ୩ଟା ୩୦ ସମୟରେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ମିରାଜ୍ ୨୦୦୦ କଣ୍ଟ୍ରୋଲ ଲାଇନ ଅତିକ୍ରମ କରି ଆତଙ୍କବାଦୀ ସଙ୍ଗଠନ ଜୈସ-ଏ-ମହମ୍ମଦ ଉପରେ ଆକ୍ରମଣ କରିଥିଲା । ଯାହା ଥିଲା ପୁଲୱାମା ଆକ୍ରମଣରେ ପ୍ରାଣ ହରାଇଥିବା ବୀର ଯବାନଙ୍କ ମୃତ୍ୟୁର ଥିଲା ପ୍ରତିଶୋଧ ।
  • ସେହିପରି ଭାରତୀୟ ବାୟୁସେନାରେ ମହିଳା ଫାଇଟର ପାଇଲଟ ମଧ୍ୟ ରହିଛନ୍ତି । ମହିଳା ନାଭିଗେଟର ଏବଂ ଅଫିସର IAFରେ ନିଜ ସେବା ପ୍ରଦାନ କରୁଛନ୍ତି ।
  • ଜାତିସଂଘ ଶାନ୍ତି ମିଶନରେ ମଧ୍ୟ ଭାରତୀୟ ବାୟୁସେନା ସାମିଲ ରହିଛି ।

ହିନ୍ଦନ ବିମାନଘାଟିରେ ଭାରତୀୟ ବାୟୁସେନା ଦିବସ ପାଳନ ହୋଇଆସୁଛି । ବାୟୁସେନା ମୁଖ୍ୟଙ୍କ ଦ୍ବାରା ବିଭିନ୍ନ କର୍ମଚାରୀଙ୍କୁ ପଦକ ପ୍ରଦାନ କରି ଉତ୍ସବ ପାଳନ ପୂର୍ବକ ବିଭିନ୍ନ ଆକର୍ଷଣୀୟ କାର୍ଯ୍ୟକ୍ରମ ଆୟୋଜିତ କରାଯାଏ । ଏଥର ଉତ୍ସବ ପ୍ରଦର୍ଶନୀରେ ଯୁଦ୍ଧବିମାନ ତେଜାସ, ମିଗ୍-୨୯ ଓ ମିଗ୍ -୨୧ ସମେତ ସୁଖୋଇ-୩୦ ଓ ନୂଆକରି ସାମିଲ ହୋଇଥିବା ରାଫେଲ ଯୁଦ୍ଧ ବିମାନ ମୁଖ୍ୟ ଆକର୍ଷଣ ରହିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 8, 2021, 9:44 AM IST

ABOUT THE AUTHOR

...view details