ନୂଆଦିଲ୍ଲୀ:ମିଥ୍ଯା ତଥା ଭାରତ ବିରୋଧୀ କଣ୍ଟେଣ୍ଟ ପ୍ରସାରିତ କରୁଥିବା 8 ୟୁଟ୍ୟୁବ ଓ ଗୋଟିଏ ଫେସବୁକ ଆକାଉଣ୍ଟକୁ ଅଚଳ କରିଛି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ । ଏହି ଆକାଉଣ୍ଟଗୁଡିକ ଭାରତରେ କାର୍ଯ୍ୟକ୍ଷମ ଥିବାବେଳେ ପାକିସ୍ତାନରୁ ଅପରେଟ ହୋଇଆସୁଥଲା । ତେବେ ଏମାନେ ଭାରତର ସୁରକ୍ଷା ସମ୍ପର୍କିତ ଓ ଅନ୍ୟ କିଛି ପ୍ରସଙ୍ଗରେ ମିଥ୍ୟା, ବିଭ୍ରାନ୍ତିକର ଖବର ଓ କଣ୍ଟେଣ୍ଟ ପ୍ରସାରିତ କରୁଥିବା ଜଣାପଡିବା ପରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ଆଇନ 2021 ଅନୁସାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ମନ୍ତ୍ରଣାଳୟ କହିଛି ।
ଅଚଳ କରାଯାଇଥିବା ଚ୍ୟାନେଲଗୁଡିକରେ ପ୍ରାୟ 85 ଲକ୍ଷ ୟୁଜର୍ସ ଥିଲେ । ଏଗୁଡିକର ମିଳିତ ଭ୍ୟୁ ମଧ୍ୟ 114 କୋଟି ଥିବା ନେଇ ଜଣାପଡିଛି । ଏହି ଚ୍ୟାନେଲଗୁଡିକ ନିଜ କଣ୍ଟେଣ୍ଟ ମାଧ୍ୟମରେ ଭାରତୀୟ ସମାଜରେ ବିବାଦୀୟ କଥାବସ୍ତୁ ପ୍ରସାରିତ କରି ସାମ୍ପ୍ରଦାୟିକ ଅସ୍ଥିରତା ସୃଷ୍ଟି କରିବା ଓ ସଦଭାବନାକୁ ଆଘାତ ପହଞ୍ଚଇବା ପରି କଣ୍ଟେଣ୍ଟ ପ୍ରସାରିତ କରୁଥିଲେ ।