ଓଡିଶା

odisha

ETV Bharat / bharat

ଭିିଡିଓ ଦେଖୁଥିବା ବେଳେ ଫାଟିଲା ମୋବାଇଲ, ନାବାଳିକା ମୃତ

କେରଳରେ ଭିଡିଓ ଦେଖୁଥିବା ବେଳେ ମୋବାଇଲ ଫାଟି ଗଲା ନାବାଳିକାଙ୍କ ଜୀବନ । ତଦନ୍ତ କରୁଛି ପୋଲିସ । ଅଧିକ ପଢନ୍ତୁ

ଭିିଡିଓ ଦେଖୁଥିବା ବେଳେ ଫାଟିଲା ମୋବାଇଲ, ନାବାଳିକା ମୃତ
ଭିିଡିଓ ଦେଖୁଥିବା ବେଳେ ଫାଟିଲା ମୋବାଇଲ, ନାବାଳିକା ମୃତ

By

Published : Apr 25, 2023, 10:27 PM IST

ଥିରୁଅନନ୍ତପୁରମ: ଭିଡିଓ ଦେଖୁଥିବା ବେଳେ ମୋବାଇଲ ବିସ୍ଫୋରଣରେ ଜଣେ ନାବାଳିକାଙ୍କର ମୃତ୍ୟୁ ଘଟିଛି । କେରଳ ପାଲକ୍କଡରେ ଏପରି ଏକ ଅଭାନୀୟ ଘଟଣା ଘଟିଥିବା ସୂଚନା ମିଳିଛି । ଗତକାଲି ରାତିରେ ନାବାଳିକାଜଣଙ୍କ ଏକ ମୋବାଇଲରେ ଭିଡିଓ ଦେଖୁଥିଲେ । ଏହି ସମୟରେ ମୋବାଇଲଟି ହଠାତ ବିସ୍ଫୋରଣ ହୋଇଥିଲା । ନାବାଳିକାଟିର ମୁଁହ ସମେତ ଶରୀରର ଅନ୍ୟ କିଛି ଅଂଶରେ ଗମ୍ଭୀର ଆଘାତ ଲାଗିଥିଲା । ହସ୍ପିଟାଲ ନେବା ପୂର୍ବରୁ ଘଟଣାସ୍ଥଳରେ ହିଁ ସେ ଆଖି ବୁଜିଥିଲେ ।

ମିଳିଥିବା ସୂଚନା ଅନୁସାରେ, ପାଲକ୍କଡ ଜିଲ୍ଲାର ଥିରୁଭିଲଓ୍ବାମାଲା ଗ୍ରାମର ଅଶୋକ କୁମାରଙ୍କ 8 ବର୍ଷୀୟା ନାବାଳିକା ଝିଅ ଆଦିତ୍ୟାଶ୍ରୀ ତୃତୀୟ ଶ୍ରେଣୀରେ ପାଠ ପଢୁଥିଲେ । ସେ ଗତକାଲି (ସୋମବାର) ରାତି ପ୍ରାୟ 10.30 ରେ ମୋବାଇଲରେ ଭିଡିଓ ଦେଖୁଥିଲେ । ହଠାତ ସେହି ସମୟରେ ମୋବାଇଲଟି ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣର ଶବ୍ଦରେ ଘର ଲୋକ ଓ ପଡୋଶୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ଆଦିତ୍ୟାଶ୍ରୀଙ୍କ ମୁଁହ ସମେତ ଶରୀର ଅନ୍ୟ କିଛି ଭାଗ ଗମ୍ଭୀର ଭାବେ ଜଳି ଯାଇଥିଲା । ସେ ଘଟଣା ସ୍ଥଳରେ ହିଁ ଆଖି ବୁଜିଥିଲେ । ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ସୁଦ୍ଧା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ସୂଚନା ପାଇଁ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି । ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ବିସ୍ଫୋରଣ ହୋଇଥିବା ମୋବାଇଲର ଅଂଶକୁ ଜବତ କରି ପୋଲିସ ଫେରନସିକ ଲ୍ୟାବକୁ ପଠାଇଛି । କେଉଁ କାରଣରୁ ମୋବାଇଲଟି ହଠାତ ବିସ୍ଫୋରଣ ହେଲା, ତାହା ପୋଲିସ ସ୍ପଷ୍ଟ କରିନଥିବା ବେଳେ ତଦନ୍ତ ପରେ ସ୍ପଷ୍ଟ ହେବା ନେଇ ପୋଲିସ ସୂଚନା ଦେଇଛି । ଅନ୍ୟପଟେ ମୋବାଇଲ ବ୍ୟବହାରକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି ।


ଏହା ମଧ୍ୟ ପଢନ୍ତୁ:-Parkash Singh Badal Passes Away: 95 ବର୍ଷରେ ପ୍ରକାଶ ସିଂ ବାଦଲଙ୍କ ପରଲୋକ

ପୂର୍ବରୁ ମଧ୍ଯ ଅନେକ ସମୟରେ ଏପରି ଅଘଟଣ ସାମ୍ନାକୁ ଆସିଛି । କେବଳ ଗୋଟିଏ ନୁହେଁ ବରଂ ଏକାଧିକ କମ୍ପାନୀର ମୋବାଇଲରେ ବିସ୍ଫୋରଣ ଘଟି ବ୍ୟବହାରକାରୀଙ୍କ ଜୀବନ ଯିବା କିମ୍ବା ସେ ଆହତ ହେବା ଖବର ସାମ୍ନାକୁ ଆସିଛି । କେତେବେଳେ ବ୍ୟବହାର କରୁଥିବା ବେଳେ ତ, କେବେ ପକେଟରେ ଥିବା ସମୟରେ ମଧ୍ୟ ମୋବାଇଲ ବିସ୍ଫୋରଣ ହେବାର ନଜିର ରହିଛି । ଏପର୍ଯ୍ୟନ୍ତ ମୋବାଇଲ ବ୍ୟାଟେରୀ ବିସ୍ଫୋରଣର କୌଣସି ନିର୍ଦ୍ଦିଷ୍ଟ କାରଣ ସାମ୍ନାକୁ ଆସିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details