ଲକ୍ଷ୍ନୌ:ଉତ୍ତରପ୍ରଦେଶରେ ଲଜ୍ଜା । ଚକୋଲେଟ ଦେଇ 10 ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ନାବାଳିକାକୁ ଦୁଷ୍କର୍ମ କଲା 70 ବର୍ଷିୟ ବୃଦ୍ଧ । ଏନେଇ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ସାମ୍ବଲ ଜିଲ୍ଲାର ନାଖାସା ଅଞ୍ଚଳରେ । ଅଭିଯୁକ୍ତ ଜଣଙ୍କ ହେଉଛି ମୋନିସ ଖାନ ।
ଏହା ମଧ୍ୟ ପଢନ୍ତୁ-Bihar shocker: ଦୁଇ ବର୍ଷ ହେଲା ସ୍କୁଲ ଭିତରେ ନାବାଳିକାଙ୍କୁ ଦୁଷ୍କର୍ମ
ପୋଲିସର ସୂଚନା ଅନୁଯାୟୀ, ପୀଡିତା ନାବାଳିକା ଜଣଙ୍କ ତୃତୀୟ ଶ୍ରେଣୀରେ ପାଠ ପଢନ୍ତି । ସେ ଏକ ଦୋକାନକୁ ଚକୋଲେଟ କିଣିବାକୁ ଯାଇଥିଲେ । ଏହି ସମୟରେ ଅଭିଯୁକ୍ତ ମୋନିସ ଖାନ ନାବାଳିକାକୁ ପାଖକୁ ଡାକିଥିଲେ । ପୂର୍ବରୁ ଅଭିଯୁକ୍ତର ଦୋକାନକୁ ପୀଡିତଙ୍କ ମାଆ ବହୁବାର ଆସିଥିବାରୁ ନାବାଳିକା ଜଣଙ୍କ ବୃଦ୍ଧ ନିକଟକୁ ଯାଇଥିଲେ । ଏହାପରେ ଅଭିଯୁକ୍ତ ବୃଦ୍ଧ ଜଣଙ୍କ ନାବାଳିକାଙ୍କୁ ଚକୋଲେଟ ଦେଇ ଘର ଭିତରୁ ନେଇଯାଇ ଦୁଷ୍କର୍ମ କରିଥିଲା । ଏହି ସମୟରେ ବୃଦ୍ଧ ଜଣଙ୍କୁ ସ୍ଥାନୀୟ ଜଣେ ବାସିନ୍ଦା ରେଡ ହ୍ୟାଣ୍ଡରେ ଧରିବା ପରେ ଘଟଣା ସମ୍ପର୍କରେ ସମସ୍ତଙ୍କୁ କହିଥିଲେ । ପରେ ଅଭିଯୁକ୍ତକୁ ପୋଲିସର ଜିମା ଦେଇଥିଲେ । ଏନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ପୀଡ଼ିତା ବାପାଙ୍କ ଅଭିଯୋଗ ପରେ ପୋକ୍ସ ଆକ୍ଟ ସହିତ ଆଇପିସି ଧାରା 376AB ଅନୁଯାୟୀ ଅଭିଯୁକ୍ତ ବିରୋଧରେ ଏକ ମାମାଲା ରୁଜୁ କରାଯାଇଛି । ପଚରାଉଚରା ପରେ ଅଭିଯୁକ୍ତ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଏହା ମଧ୍ୟ ପଢନ୍ତୁ-ସୀମା ଡେଇଁଲା ପାଶବିକତା, 7 ବର୍ଷର ନାବାଳିକାକୁ ଦୁଷ୍କର୍ମ କରି ବାପା ପୁଅ ଗିରଫ
ଗତ ଅଗଷ୍ଟ 13 ତାରିଖରେ ହ୍ରାଇଦ୍ରାବାଦରେ ଜଣେ 7 ବର୍ଷିୟ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଖବର ସାମ୍ନାକୁ ଆସିଥିଲା । ପେଟବାସ୍ରାବାଦ ଅଞ୍ଚଳରୁ ଏଭଳି ସଙ୍ଗୀନ ଅଭିଯୋଗ ଆସିଥିବା ଦୁଷ୍କର୍ମକାରୀ ବାପା ପୁଅଙ୍କୁ ଗିରଫ କରିଥିଲା ପୋଲିସ । ଅଭିଯୁକ୍ତ ଶିବ କୁମାର ପରିବାର ସହ କର୍ଣ୍ଣାଟକରୁ ଆସି ହାଇଦ୍ରାବାଦର କୋମାପଲ୍ଲୀ ଅଞ୍ଚଳରେ ରହୁଥିଲା । ପଡ଼ୋଶୀ ଘରେ ରହୁଥିବା ଜଣେ 7 ବର୍ଷିୟା ନାବାଳିକା ବିଭିନ୍ନ ସମୟରେ ଶିବ କୁମାର ଘରକୁ ଯାତାୟତ କରୁଥିଲା । ଅଗଷ୍ଟ 12 ତାରିଖ ଦିନ ନାବାଳିକାର ପରିବାର ଲୋକେ କାମ କରିବା ପାଇଁ ପାଖ ବାହାଦୁରପଲ୍ଲୀ ଯାଇଥିବା ସମୟରେ ଏହାର ସୁଯୋଗ ନେଇ ପୀଡିତା ଜଣକୁ ମୋବାଇଲ ଏବଂ ସିଙ୍ଗଡା ଖାଇବା ଦେବା ବାହାନାରେ ଘରକୁ ଡାକିଥିଲା ଅଭିଯୁକ୍ତ । ଏହାପରେ ଦୁଷ୍କର୍ମ କରିଥିବା ପରେ ତାର 19 ବର୍ଷିୟ ପୁଅ ସ୍ୟାମେଲ୍ ମଧ୍ୟ ଦୁଷ୍କର୍ମ କରିଥିଲା ।