ଓଡିଶା

odisha

By

Published : Jul 24, 2021, 1:41 PM IST

ETV Bharat / bharat

ଗୟାରେ ଟ୍ରକ-କାର ମୁହିଁମୁହିଁ: ଚାପି ହୋଇ 7 ମୃତ

ବିହାରର ଗୟା ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଗୁରୁତର ହୋଇଛନ୍ତି । ଅଧିକ ପଢନ୍ତୁ...

7 die in Gaya road accident
ଗୟାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୭ମୃତ

ପାଟନା: ବିହାରର ଗୟା ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଶୁକ୍ରବାର ବିଳମ୍ବିତ ରାତିରେ ବିହାରର କାଞ୍ଚିଆର ଧୋବିଛତ୍ର ଜାତୀୟ ରାଜପଥରେ ସଡକ ଦୁର୍ଘଟଣା ଘଟିଛି ।

ସୂଚନା ଅନୁସାରେ, ବିଳମ୍ବିତ ରାତିରେ ଏକ କାର ସହ ମାଲବାହି ଟ୍ରକ ମଧ୍ୟରେ ଧକ୍କା ଦେଇଥିଲେ । ଫଳରେ ଘଟଣାସ୍ଥଳରେ କାର ମଧ୍ୟରେ ଥିବା ସମସ୍ତ ବ୍ୟକ୍ତି ଚାପି ହୋଇଯାଇଥିଲେ । ଗ୍ୟାସ କଟର ଯୋଗେ କାରକୁ କଟାଯାଇ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଥିଲା । ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରିଥିଲେ । ମୃତକ ୬ ଜଣଙ୍କ ଘର ଗୟା ଜିଲ୍ଲାର ବୋଲି ଜଣାପଡିଛି । ଏନେଇ ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details