ଅମରାବାତୀ: ଆନ୍ଧ୍ରପ୍ରଦେଶ ତିରୁପତି ଜିଲ୍ଲାରେ ଅତ୍ୟନ୍ତ ହୃଦୟ ବିଦାରକ ଘଟଣା ଘଟିଛି । ଏଠାରେ କଲରାପତରିଆ ବାଘ ଆକ୍ରମଣରେ ଜଣେ ୬ ବର୍ଷୀୟା ନାବାଳିକାର ମୃତ୍ୟୁ ହୋଇଛି । ମୃତ ଝିଅଟିର ନାମ ଲକ୍ଷିତା । ଗତକାଲି (ଶୁକ୍ରବାର) ବିଳମ୍ବିତ ରାତିରେ ଝିଅଟି ନିଜ ପରିବାର ସହିତ ଚାଲି ଚାଲି ପ୍ରଭୁ ବାଲାଜୀଙ୍କ ଦର୍ଶନ ପାଇଁ ତିରୁମାଳା ଯାଉଥିବା ବେଳେ ବାଟରେ ତାକୁ ବାଘ ଟେକି ନେଇଯାଇଥିଲା । ପୋଲିସ ବହୁ ଖୋଜାଖୋଜି କରିବା ପରେ ଆଜି (ଶନିବାର) ସକାଳୁ ଜଙ୍ଗଲ ଭିତରୁ ତା'ର ମୃତଦେହ ଉଦ୍ଧାର କରାଯାଇଛି ।
ସୂଚନା ଅନୁଯାୟୀ, ଶୁକ୍ରବାର ରାତି ପ୍ରାୟ ୮ଟା ବେଳେ ୬ ବର୍ଷୀୟା ଲକ୍ଷିତା ନିଜ ପରିବାର ସହ ଚାଲି ଚାଲି ବାଲାଜୀ ପ୍ରଭୁଙ୍କ ଦର୍ଶନ ପାଇଁ ବାହାରି ଥିଲା । ରାତି ୧୧ଟାରେ ପୁରା ପରିବାର ଲକ୍ଷ୍ମୀନରସିଂହ ସ୍ବାମୀ ମନ୍ଦିରରେ ପହଞ୍ଚିଥିଲେ । ସେଠାରେ ଦର୍ଶନ ସାରି ବାଲାଜୀ ମନ୍ଦିରକୁ ଯାତ୍ରା ଆରମ୍ଭ କରିଥିଲେ । ହେଲେ ମନ୍ଦିରରେ ପହଞ୍ଚିବା ପୂର୍ବରୁ ବାଟରେ ଗୋଟିଏ କଲରାପତରିଆ ବାଘ ଆସି କୁନି ଝିଅଟି ଉପରକୁ ଆକ୍ରମଣ କରିଥିଲା । ଏହାଦେଖି ଭୟରେ ପରିବାର ଲୋକେ ଚିତ୍କାର କରିଥିଲେ । ଫଳରେ ବାଘଟି ଲକ୍ଷିତାଙ୍କୁ ଟେକି ନେଇ ଜଙ୍ଗଲକୁ ପଳାଇଥିଲା । ଏହା ପରେ ଝିଅର ବାପାମାଆ ସ୍ଥାନୀୟ ପୋଲିସ ଷ୍ଟେସନରେ ପହଞ୍ଚି ଅଭିଯୋଗ କରିଥିଲେ ।
ଏହାମଧ୍ୟ ପଢନ୍ତୁ: Watch: ଦାର୍ଜିଲିଂ ପ୍ରାଣୀ ଉଦ୍ୟାନରେ କୁନି ଅତିଥି, ଜନ୍ମ ନେଲେ ବରଫ ଚିତା ଶାବକ