ଓଡିଶା

odisha

ରାଜ୍ୟସଭାରୁ ୬ TMC ସାଂସଦ ନିଲମ୍ବିତ

By

Published : Aug 4, 2021, 3:37 PM IST

ହଟଗୋଳ ଯୋଗୁଁ ଉଠୁଛି ପଡୁଛି ଉଭୟ ଲୋକସଭା ଓ ରାଜ୍ୟସଭା । ହଙ୍ଗାମା କାରଣରୁ ୬ ସାଂସଦଙ୍କ ଉପରେ ହୋଇଛି କାର୍ଯ୍ୟାନୁଷ୍ଠାନ । ଅଧିକ ପଢନ୍ତୁ...

ରାଜ୍ୟସଭାରୁ ୬ ସାଂସଦ ନିଲମ୍ବିତ
ରାଜ୍ୟସଭାରୁ ୬ ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନରେ ଥମୁନି ଝଡ । ହଟଗୋଳ ଯୋଗୁଁ ଉଠୁଛି ପଡୁଛି ଉଭୟ ଲୋକସଭା ଓ ରାଜ୍ୟସଭା । ଏହାରି ମଧ୍ୟରେ ହଙ୍ଗାମା କାରଣରୁ ୬ ସାଂସଦଙ୍କ ଉପରେ ହୋଇଛି କାର୍ଯ୍ୟାନୁଷ୍ଠାନ ।

ହୋହାଲ୍ଲା ଓ ବିଶୃଙ୍ଖଳିତ ଆଚରଣ ଯୋଗୁଁ ତୃଣମୂଳ କଂଗ୍ରେସର ୬ ଜଣ ସାଂସଦଙ୍କୁ ଗୋଟିଏ ଦିନ ପାଇଁ କରାଯାଇଛି ନିଲମ୍ବିତ । ସକାଳେ ଯେତେବେଳେ ରାଜ୍ୟସଭା ଅଧ୍ୟକ୍ଷ ଚାଷୀଙ୍କ ଉପରେ ଚର୍ଚ୍ଚା ପାଇଁ ନୋଟିସ ସ୍ବୀକାର କରିଥିଲେ, ସେତେବେଳେ ବିରୋଧୀ ଦଳର ସାଂସଦ ସାମ୍ନାକୁ ଆସି ପେଗାସସ ଜାସୁସି କାଣ୍ଡରେ ଚର୍ଚ୍ଚା ଦାବି କରି ହଙ୍ଗାମା ଆରମ୍ଭ କରିଦେଇଥିଲେ ।

ପେଗାସସ ଜାସୁସି ବିବାଦ ସହ ବିଭିନ୍ନ ବିଷୟ ଉପରେ ଚର୍ଚ୍ଚା ଦାବି ନେଇ ଅଡି ବସିଥିଲେ ବିରୋଧୀ । ବୁଧବାର ରାଜ୍ୟସଭା ଆରମ୍ଭ ହେବାର ମାତ୍ର ୧୫ ମିନିଟ ପରେ ଦିନ ୨ଟା ପର୍ଯ୍ୟନ୍ତ ମୁଲତବୀ ହୋଇଯାଇଥିଲା ଗୃହକାର୍ଯ୍ୟ । ବୈଠକ ଆରମ୍ଭ ହେବା ପରେ ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ଆବଶ୍ୟକ ଦସ୍ତାବିଜ ସଂସଦରେ ରଖିଥିଲେ ।

କଂଗ୍ରେସର ମଲ୍ଲିକାର୍ଜୁନ ଖଡଗେ, କେସି ଭେନୁଗୋପାଳ, ତୃଣମୂଳ କଂଗ୍ରେସର ସୁଖେନ୍ଦୁ ଶେଖର ରାୟ, ବାମଦଳ ସାଂସଦ ବିନୟ ବିଶ୍ବମଙ୍କ ପକ୍ଷରୁ ମଧ୍ୟ ବିଭିନ୍ନ ବିଷୟ ଉପରେ ଚର୍ଚ୍ଚା ପାଇଁ ନିୟମ ୧୬୭ ଆଧାରରେ ନୋଟିସ ମିଳିଥିଲା, ଯାହାକୁ ସ୍ବୀକାର କରାଯାଇନଥିବା କହିଥିଲେ ଅଧ୍ୟକ୍ଷ । ନାଇଡୁ ଏତିକି କହିବାକ୍ଷଣି ବିରୋଧୀ ଦଳ ସାଂସଦ ସାମ୍ନାକୁ ଆସି ନିଜ ଦାବି ଉପରେ ଚର୍ଚ୍ଚା କରିବାକୁ କହିବା ସହ ହଙ୍ଗାମା କରିଥିଲେ ।

ହଙ୍ଗାମା ବଢୁଥିବାର ଦେଖି ବିଶୃଙ୍ଖଳା ସୃଷ୍ଟି କରୁଥିବା ତୃଣମୂଳ କଂଗ୍ରେସର ୬ ସାଂସଦଙ୍କୁ ନିଲମ୍ବିତ କରିଦେଇଥିଲେ ରାଜ୍ୟସଭା ଅଧ୍ୟକ୍ଷ । ନିଲମ୍ବିତ ସାଂସଦଙ୍କ ମଧ୍ୟରେ ଡୋଲାସେନ, ନଦୀମୁଲ ହକ, ଅବୀର ରଞ୍ଜନ ବିଶ୍ବାସଙ୍କ ନାଁ ସାମିଲ ରହିଛି । ସେହିପରି ଶାନ୍ତା ଛେତ୍ରୀ, ଅର୍ପିତା ଘୋଷ ଓ ମୌସମ ନୁରଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି ।

ABOUT THE AUTHOR

...view details