ଜୟପୁର : ଦେଶରେ ଜାରି ରହିଛି କୋରୋନାର ଦ୍ବିତୀୟ ଲହର । ପ୍ରତିଦିନ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଏବେ ଦୁଇ ଲକ୍ଷ ମୁହାଁ । ସଂକ୍ରମଣକୁ ରୋକ ଲଗାଇବା ପାଇଁ ରାଜସ୍ଥାନ ସରକାର ନେଇଛନ୍ତି ବଡ ନିଷ୍ପତି । ରାଜ୍ୟରେ ନାଇଟ କର୍ଫ୍ୟୁକୁ କଡାକଡି କରିଛନ୍ତି । ରାଜ୍ୟର ବିଭିନ୍ନ ସହରରେ ନାଇଟ କର୍ଫ୍ୟୁକୁ ଲାଗୁ କରିଛନ୍ତି । ସନ୍ଧ୍ୟା 6ଟାରୁ ସକାଳ 6 ଟା ପର୍ଯ୍ୟନ୍ତ ଏହା ଲାଗୁ ହେବ । ଆସନ୍ତାକାଲି ଠାରୁ ଏପ୍ରିଲ 30 ତାରିଖ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ।
ବଢୁଛି ସଂକ୍ରମଣ, ରାଜସ୍ଥାନରେ କାଲିଠୁ ନାଇଟ କର୍ଫ୍ୟୁ
ବଢୁଛି ସଂକ୍ରମଣ । ରାଜସ୍ଥାନରେ କାଲିଠୁ ନାଇଟ କର୍ଫ୍ୟୁ । ସଂନ୍ଧ୍ୟା 6ଟାରୁ ସକାଳ 6 ଟା ପର୍ଯ୍ୟନ୍ତ ଏହା ଲାଗୁ ହେବ । ଅଧିକ ପଢନ୍ତୁ...
ମଙ୍ଗଳବାର ଦିନ ରାଜସ୍ଥାନରେ 5,528 କୋଭିଡ ମାମଲା ଚିହ୍ନଟ ହୋଇଥିବା ବେଳେ ଜୟପୁରରେ ସର୍ବାଧିକ 989 ସଂକ୍ରମିତ ଚିହ୍ନଟ ହୋଇଥିଲା । ଏହା ଥିଲା ତୃତୀୟ ଦିନ ଯେଉଁଥିରେ ସଂକ୍ରମିତଙ୍କ ସଂଖ୍ୟା 5 ହଜାର ଟପିଥିଲା । ନୂଆ ଆକ୍ରାନ୍ତଙ୍କୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା 40 ହଜାର 690କୁ ବୃଦ୍ଧି ପାଇଛି । ଏହାସହ 28 ଜଣଙ୍କର ମୃତ୍ୟୁ ହୋଇଥିଲା । ସେପଟେ, ଜୟପୁରରେ ସଂକ୍ରମଣ ରୋକିବାକୁ ଜିଲ୍ଲାପାଳ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଥିଲେ । ଯେଉଁଥିରେ ବିଭିନ୍ନ ଧର୍ମାକ ଅନୁଷ୍ଠାନର ମୁଖ୍ୟମାନେ ଯୋଗ ଦେଇଥିଲେ । ସଂକ୍ରମଣ ଉପରେ ରୋକ ଲଗାଇବା ପାଇଁ ଧର୍ମାନୁଷ୍ଠାନ ଗୁଡିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଯୋଧପୁର 770 ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଉଦୟପୁର 729 , କୋଟା 616, ଅଜମେର 239, ପାଲିରେ 206 ଓ ଡୁଙ୍ଗରପୁର 201 ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ