ଓଡିଶା

odisha

By

Published : Nov 16, 2020, 12:56 PM IST

ETV Bharat / bharat

ପୋଲରେ ପିଟି ହେଲା କାର, ଗୋଟିଏ ପରିବାରର ଛଅ ମୃତ

ଉତ୍ତର ପ୍ରଦେଶର ସିଦ୍ଧାର୍ଥନଗରରେ ଥିବା ଏକ ପୋଲରେ ପିଟି ହେଲା କାର । ଛଅ ମୃତ ଚାରି ଆହତ । ଅଧିକ ପଢନ୍ତୁ...

6 killed in road accident in UP
ପୋଲରେ ପିଟି ହେଲା କାର, ଛଅ ମୃତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ସିଦ୍ଧାର୍ଥନଗରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ଗୋଟିଏ ପରିବାରର ଛଅ ଜଣଙ୍କ ଅକାଳରେ ମୃତ୍ୟୁ ହୋଇଥିବା ବେଳେ ଚାରିଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି ।

ସୂଚନାଅନୁସାରେ ସୋମବାର ଗୋଟିଏ ପରିବାର ଏସୟୁଭି କାର ଯୋଗେ ଏକ ଉତ୍ସବରୁ ଫେରିବା ସମୟରେ କାରଟି ପୋଲ ସହ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ହିଁ ଛଅ ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତ ଛଅଜଣଙ୍କ ମଧ୍ୟରେ ଦୁଇଜଣ ପୁରୁଷ,ଦୁଇଜଣ ମହିଳା ହୋଇଥିବା ବେଳେ ଦୁଇଜଣ ଶିଶୁ ରହିଛନ୍ତି । ଦୁର୍ଘଟଣାରେ ଚାରିଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରାଯାଇ ଗୋରଖପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ କୁହୁଡି ପଡିଥିବାରୁ ରାସ୍ତା ସ୍ପଷ୍ଟ ଦେଖା ଯାଉନଥିଲା । ଗାଡିଟି ଦ୍ରୁତ ଗତିରେ ଥିବାରୁ ଦୁର୍ଘଟଣାଗସ୍ତ ହୋଇଥିବା ଜଣା ପଡିଛି । ମୃତଦେହ ଗୁଡିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

@IANS

ABOUT THE AUTHOR

...view details