ନୂଆଦିଲ୍ଲୀ:ଅନେକଙ୍କ ସଂସାର ଉଜାଡି ଦେଇଛି କୋରୋନା । ଦୁଇ ଦୁଇଟି ଲହରରେ ଅସ୍ତବ୍ୟସ୍ତ ହୋଇଯାଇଛି ଦେଶ । ବିଶେଷକରି ଦ୍ବିତୀୟ ଲହରରେ ଦ୍ରୁତ ସଂକ୍ରମଣ ସହ ମୃତ୍ୟୁସଂଖ୍ୟା ଶିଖର ଛୁଇଁଛି । ମଙ୍ଗଳବାର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଦ୍ବିତୀୟ ଲହରରେ ଏଯାବତ୍ 577 ଜଣ ପିଲା ଅନାଥ ହୋଇଯାଇଛନ୍ତି ।
ସୂଚନାଯୋଗ୍ୟ, ଯେଉଁ ପିଲାମାନେ ମହାମାରୀରେ ନିଜ ବାପାମାଆଙ୍କୁ ହରାଇଛନ୍ତି, ବର୍ତ୍ତମାନ ସେମାନେ ନିଜ ଅନ୍ୟ ପରିବାର ସଦସ୍ୟ କିମ୍ବା ଆତ୍ମୀୟ ବର୍ଗଙ୍କ ସହ ରହୁଛନ୍ତି । ରାଜ୍ୟ ସରକାରଙ୍କ ସହଯୋଗିତାରେ କେନ୍ଦ୍ର ସରକାର ସେହି ସମସ୍ତ ଅନାଥ ପିଲାଙ୍କ ଉପରେ ନଜର ରଖିଛନ୍ତି । ଏଥିସହ ସେମାନଙ୍କ ପ୍ରତିପୋଷଣ ଏବଂ ଯତ୍ନ ବାବଦରେ ଅଣ ଆନୁଷ୍ଠାନିକ ଶିଶୁ କେୟାର ଫଣ୍ଡ ଜରିଆରେ ଦେଶର ପ୍ରତିଟି ଜିଲ୍ଲା ପାଇଁ 10 ଲକ୍ଷ ଟଙ୍କା ଲେଖାଏଁ ଅର୍ଥରାଶି ମଞ୍ଜୁର କରାଯାଇଛି ।