ଡେରାଡୁନ:ମେ 3 ତାରିଖରୁ ଆରମ୍ଭ ହୋଇଛି ଚାରିଧାମ ଯାତ୍ରା(Chardham Yatra) । ତୀର୍ଥଯାତ୍ରୀଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଥିଲେ ମଧ୍ୟ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୦ ଦିନ ମଧ୍ୟରେ ମୋଟ ୫୭ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି ।
ଉତ୍ତରାଖଣ୍ତ ସ୍ବାସ୍ଥ୍ୟ ନିର୍ଦ୍ଦେଶକ (Uttarakhand Director-General DG Shailja Bhatt ) ଶୈଳଜା ଭଟ୍ଟ କହିଛନ୍ତି ଯେ, ‘ହୃଦଘାତ ଓ ମାଉନଟେନ ସିକନେସ୍ (mountain sickness) ଯୋଗୁଁ ଅଧିକାଂଶ ତୀର୍ଥ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡିଛି । ତୀର୍ଥଯାତ୍ରୀଙ୍କ ସୁରକ୍ଷିତ ଯାତ୍ରା ପାଇଁ ପାହାଡି ରାସ୍ତାରେ ଶ୍ରଦ୍ଧାଳୁଙ୍କ ହେଲଥ ସ୍କ୍ରିନିଂ କରାଯିବା ସହ ସ୍ବାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯାଉଛି ।