ନୂଆଦିଲ୍ଲୀ: ଆଜି 2021 ନୂଆବର୍ଷର ପ୍ରଥମ ଦିନ। ଏହି ଅବସରରେ ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମଲାଲାଙ୍କ ପାଖରେ ଲାଗି ହୋଇଛି 56 ଭୋଗ। ମନ୍ଦିରର ମୁଖ୍ୟ ପୂଜାରୀ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ ଦ୍ବାରା ଭୋଗ ଲଗାଯାଇଥିଲା।
ଲକ୍ଷ୍ନୌର ପ୍ରସିଦ୍ଧ ଦୋକାନ 'ମଧୁରିମା'ରୁ '56 ଭୋଗ ପ୍ରସାଦ'କୁ ନିର୍ଦ୍ଦେଶ ଦିଆଯାଇଥିଲା। ସକାଳ 11 ଟା ସମୟରେ ପ୍ରଭାତ ଆରତୀ ପରେ 56 ପ୍ରକାରର ମିଠା ଏବଂ ଅନ୍ୟାନ୍ୟ ସୁସ୍ବାଦୁ ବ୍ୟଞ୍ଜନ ପ୍ରଭୁ ରାମଙ୍କୁ ଅର୍ପଣ କରାଯାଇଛି।