ଓଡିଶା

odisha

By

Published : May 18, 2021, 7:58 AM IST

ETV Bharat / bharat

ଗୋଟିଏ ଦିନରେ 50 ଡାକ୍ତରଙ୍କ ଜୀବନ ନେଲା କୋରୋନା

ଗୋଟିଏ ଦିନରେ 50 ଜଣ ଡାକ୍ତରଙ୍କ କୋରୋନା ଜନିତ ମୃତ୍ୟୁ । ଭାରତୀୟ ମେଡିକାଲ ଆସୋସିଏନସନ ଦ୍ବାରା ପ୍ରଦତ୍ତ ତଥ୍ୟରୁ ସୂଚନା । ଅଧିକ ପଢନ୍ତୁ...

ଗୋଟିଏ ଦିନରେ 50 ଡାକ୍ତରଙ୍କ ଜୀବନ ନେଲା କୋରୋନା
ଗୋଟିଏ ଦିନରେ 50 ଡାକ୍ତରଙ୍କ ଜୀବନ ନେଲା କୋରୋନା

ନୂଆଦିଲ୍ଲୀ:ଲଗାମ ଛଡା ହୋଇଛି ସଂକ୍ରମଣ । ଗଡି ଚାଲିଛି ଗୋଟିଏ ପରେ ଗୋଟିଏ ମୁଣ୍ଡ । ଯେଉଁଥିରୁ ବାଦ୍ ପଡୁନାହାନ୍ତି ଆଗଧାଡିର କୋରୋନା ଯୋଦ୍ଧା ଡାକ୍ତର । କୋରୋନାର ଦ୍ବିତୀୟ ଲହରରେ ଏଯାବତ୍ 244 ଜଣ ଡାକ୍ତରଙ୍କ ଜୀବନ ଗଲାଣି । ଯାହାମଧ୍ୟରେ କେବଳ ଗୋଟିଏ ଦିନରେ ଦେଶରେ 50 ଜଣ ଡାକ୍ତରଙ୍କ ମୃତ୍ୟୁ ଘଟିଛି । ଭାରତୀୟ ମେଡିକାଲ ଆସୋସିଏସନ ଦ୍ବାରା ପ୍ରଦତ୍ତ ତଥ୍ୟରୁ ଏନେଇ ସୂଚନା ମିଳିଛି ।

244 ଜଣ ଡାକ୍ତରଙ୍କ ମଧ୍ୟରେ ବିହାରରେ ସର୍ବାଧିକ 69 ମୃତ୍ୟୁସଂଖ୍ୟା ରେକର୍ଡ କରାଯାଇଛି । ଏହାପଛକୁ ଉତ୍ତରପ୍ରଦେଶରେ 34 ଏବଂ ଦିଲ୍ଲୀରେ 27 ଡାକ୍ତରଙ୍କ ଜୀବନ ନେଇଛି ଘାତକ କୋରୋନା । କୋରୋନାରେ ପ୍ରାଣ ହରାଇଥିବା ସବୁଠୁ କମ୍ ବୟସ୍କ ଡାକ୍ତର ହେଉଛନ୍ତି 26 ବର୍ଷୀୟ ଡାକ୍ତର ଆନସ ମୁଜାହିଦ । ଯିଏ ଦିଲ୍ଲୀର ଗୁରୁ ତେଗ୍ ବାହାଦୂର ହସ୍ପିଟାଲରେ କାର୍ଯ୍ୟ କରୁଥିଲେ । ତେବେ ମୃତ ଡାକ୍ତରଙ୍କ ମଧ୍ୟରେ କେବଳ 3 ପ୍ରତିଶତ ଡାକ୍ତର ଟିକା ନେଇଥିବା ଜଣାପଡିଛି ।

ଆଇଏମଏ ଅନୁଯାୟୀ, ଏ ପର୍ଯ୍ୟନ୍ତ କୋରୋନାରେ ପାଖାପାଖି 1 ହଜାର ଡାକ୍ତରଙ୍କ ମୃତ୍ୟୁ ଘଟିଲାଣି । କୋରୋନା ପ୍ରଥମ ଲହରରେ 736 ଜଣ ଡାକ୍ତର ଆଖି ବୁଜିଥିବାବେଳେ ଦ୍ବିତୀୟ ଲହରରେ 244 ଜଣଙ୍କ ମୃତ୍ୟୁ ଘଟିଛି । ଅପରପକ୍ଷେ ଭାରତରେ ଟୀକାକରଣ ଡ୍ରାଇଭରେ ଏଯାବତ୍ କେବଳ 66 ପ୍ରତିଶତ ସ୍ବାସ୍ଥ୍ୟକର୍ମୀ ଟୀକା ନେଇଛନ୍ତି । ଯାହା ଆଇଏମଏ ସ୍ପଷ୍ଟ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details