ଓଡିଶା

odisha

By

Published : Jul 4, 2022, 12:25 PM IST

ETV Bharat / bharat

ଉତ୍ତରପ୍ରଦେଶରେ ବଜ୍ରପାତର ତାଣ୍ଡବ: ୪ ମୃତ, ୭ ଆହତ

ଉତ୍ତରପ୍ରଦେଶରେ ବଜ୍ରପାତରେ ୪ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୭ଜଣ ଆହତ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ଉତ୍ତରପ୍ରଦେଶରେ ବଜ୍ରପାତର ତାଣ୍ଡବ, ୪ମୃତ ୭ଆହତ
ଉତ୍ତରପ୍ରଦେଶରେ ବଜ୍ରପାତର ତାଣ୍ଡବ, ୪ମୃତ ୭ଆହତ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ବଜ୍ରପାତର ତାଣ୍ଡବ । ୪ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୭ଜଣ ଆହତ ହୋଇଥିବା ସୂଚନା । ସମସ୍ତ ମୃତକ ଓ ଆହତ ସିତାରପୁର ଜିଲ୍ଲାର ହୋଇଥିବା ଜିଲ୍ଲାପ୍ରଶାସନ ତରଫରୁ ସୂଚନା ପ୍ରଦାନ କରାଯାଇଛି ।

ସୂଚନା ଅନୁଯାୟୀ ରବିବାର ସିତାରପୁର ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା । ଏହି ସମୟରେ ସେମ୍ରା ନାଗ୍ରୋଲା ଗାଁର ୨ଜଣ ସ୍ବାମୀ ସ୍ତ୍ରୀ କ୍ଷେତରେ କାମ କରୁଥିବାବେଳେ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ସେହିପରି କେଭାଲପୁରଭା ଗ୍ରାମରେ ଜଣେ ବ୍ୟକ୍ତି ଓ ତାଙ୍କ ଝିଅ ଏକ ଗଛ ତଳେ ଆଶ୍ରୟ ନେଇଥିଲେ। ଫଳରେ ବଜ୍ରପାତ ଆଘାତରେ ବ୍ୟକ୍ତି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଝିଅଟି ଆହତ ହୋଇଥିଲା। ଅନ୍ୟ ଜଣେ ମୃତକଙ୍କ ପରିଚୟ ମିଳିପାରି ନାହିଁ । ଆହତଙ୍କ ମଧ୍ୟରୁ ୩ଜଣ ସେପାଟପୁର ଗ୍ରାମ ହୋଇଥିବାବେଳେ ଆଉ ୨ ଜଣ ସେମ୍ରା ନାଗ୍ରୋଲା ଗାଁର ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ABOUT THE AUTHOR

...view details