ଲକ୍ଷ୍ନୌ/ଭୋପାଳ: ବେଲୁନ ଗ୍ୟାସ ସିଲିଣ୍ତର ବିସ୍ଫୋରଣରେ ୪ ମୃତ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ମଧ୍ୟ ପ୍ରଦେଶର ଚିନ୍ଦଓ୍ବାରା ଏବଂ ଉତ୍ତରପ୍ରଦେଶର ବାରଣାସୀରେ । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଏବେବି ଜାରି ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।
ବେଲୁନରେ ଗ୍ୟାସ ଭର୍ତ୍ତି ବେଳେ ବିସ୍ଫୋରଣ; ୪ ମୃତ, ୧୦ ଆହତ - ବେଲୁନ ଗ୍ୟାସ ସିଲିଣ୍ତର ବିସ୍ଫୋରଣ
ବେଲୁନ ଗ୍ୟାସ ସିଲିଣ୍ତର ବିସ୍ଫୋରଣରେ ୪ ମୃତ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି । ଏହି ଅଘଟଣ ଘଟିଛି ମଧ୍ୟ ପ୍ରଦେଶର ଚିନ୍ଦଓ୍ବାରା ଏବଂ ଉତ୍ତରପ୍ରଦେଶର ବାରଣାସୀରେ । ଅଧିକ ପଢନ୍ତୁ...
ସୂଚନା ଅନୁଯାୟୀ, ମଧ୍ୟ ପ୍ରଦେଶର ଚିନ୍ଦଓ୍ବାରା ବଜାରରେ ଜଣେ ବେଲୁନ ବିକାଳୀ ବେଲୁନରେ ଗ୍ୟାସ ଭରୁ ଥିଲେ । ଏହି ସମୟରେ ହଠାତ ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଏଭଳି ଶବ୍ଦରେ ପୁରା ଅଞ୍ଚଳ ସ୍ତବ୍ଧ ହୋଇଯାଇଥିଲା । ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ଏକାଧିକ ଆହତ ହୋଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା ।
ସେପଟେ ବାରଣାସୀ ରାମନଗରରେ ମଧ୍ୟ ବେଲୁନ୍ ବିକାଳୀ ବେଲୁନରେ ଗ୍ୟାସ୍ ଭରାଉଥିବା ବେଳେ ଏହି ଭୟଙ୍କର ଘଟଣା ଘଟିଥିଲା । ଯେଉଁଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଥିଲେ । ଆହତମାନଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।