ଓଡିଶା

odisha

By

Published : Nov 21, 2020, 11:30 AM IST

Updated : Nov 21, 2020, 11:57 AM IST

ETV Bharat / bharat

ପୋଖରୀରେ ବୁଡି ଗୋଟିଏ ପରିବାରର 4 ଶିଶୁଙ୍କ ସଲିଳ ସମାଧି

ପୋଖରୀରେ ଗାଧୋଉଥିବା ବେଳେ ବୁଡି ଯାଇ ଗୋଟିଏ ପରିବାରର 4 ଜଣ ପିଲାଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

ପାଣିରେ ବୁଡି ଗୋଟିଏ ପରିବାରର 4 ଛୁଆ ମୃତ
ପାଣିରେ ବୁଡି ଗୋଟିଏ ପରିବାରର 4 ଛୁଆ ମୃତ

ହାଇଦ୍ରାବାଦ: ପୋଖରୀରେ ବୁଡି ଆଖି ବୁଜିଲେ 4 କୋମଳ ଛୁଆ । ତେଲେଙ୍ଗାନାର ନାରାୟଣପେଟ ଜିଲ୍ଲାରୁ ଏଭଳି ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଶୁକ୍ରବାର ପୋଖରୀରେ ଗୋଧୋଉଥିବା ବେଳେ ବୁଡି ଯାଇ ଗୋଟିଏ ପରିବାର 4 ଜଣ ଛୋଟ ପିଲାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ମୃତଦେହ ଉଦ୍ଧାର କରିଛି ।

ପାଣିରେ ବୁଡି ଗୋଟିଏ ପରିବାରର 4 ଛୁଆ ମୃତ

ସୂଚନା ଅନୁଯାୟୀ, ନାରାୟଣପେଟ ଜିଲ୍ଲାର ଦାମରଗିଧା ମଣ୍ଡଳ ନନ୍ଦ୍ୟା ନାୟକ ଆଦିବାସୀ ଅଞ୍ଚଳର 5 ଜଣ ପିଲା ନିଜ ଜେଜେବାପାଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟ ସରିବା ପରେ ବିଧି ମୁତାବକ ଏକ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ମାତ୍ର ସେଠାରେ କାଳ ସେମାନଙ୍କ ବାଟ ଚାହିଁ ବସିଥିଲା । ଅସାବଧାନତାରୁ ଜଣକ ପରେ ଜଣେ ପିଲା ପୋଖରୀର ଗଭୀର ପାଣିରେ ବୁଡି ଯାଇଥିଲେ । ମାତ୍ର ଭାଗ୍ୟବଶତଃ ଜଣେ ପିଲା ବଞ୍ଚିଯାଇଛି ଏବଂ ଅନ୍ୟ ଚାରିଜଣଙ୍କ ମୃତ୍ୟୁ ଘଟିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 21, 2020, 11:57 AM IST

ABOUT THE AUTHOR

...view details