ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟ ଗଣତି ଫଳାଫଳ ଆସିଛି । ଏଥିରେ ଏନଡିଏ ପ୍ରାର୍ଥୀ ଦ୍ରାପଦୀ ମୁର୍ମୁ ଆବଶ୍ୟକୀୟ ସଂଖ୍ୟା (ମ୍ୟାଜିକ ନମ୍ବର) ଅତିକ୍ରମ କରିଛନ୍ତି । ସଂଖ୍ୟା ଦୃଷ୍ଟିରୁ ମୁର୍ମୁ ବିଜୟୀ ହୋଇସାରିଥିବା ବେଳେ ଔପଚାରିକ ଘୋଷଣା ବାକି ରହିଛି । ଏବେ ମଧ୍ୟ ଚତୁର୍ଥ ରାଉଣ୍ଡ ଗଣତି ଜାରି ରହିଛି ।
ତୃତୀୟ ରାଉଣ୍ଡରେ ମୋଟ 1,333 ଗଣତି ହୋଇଛି । ଏହି ରାଉଣ୍ଡରେ ମୋଟ ଭୋଟ ମୂଲ୍ୟ ରହିଛି 1,65,664 ଏଥିରୁ ମୁର୍ମୁଙ୍କୁ 812 ଭୋଟ ମିଳିଥିବା ବେଳେ ସିହ୍ନାଙ୍କୁ 521 ଭୋଟ ମିଳିଛି । ତେବେ ବର୍ତ୍ତମାନ ସୁଦ୍ଧା ଗଣତି ସରିଥିବା ମୋଟ 3 ପର୍ଯ୍ୟାୟରେ ଦ୍ରୌପଦୀ ମୁର୍ମୁଙ୍କୁ 2161 ଅର୍ଥାତ 5,77,777 ମୂଲ୍ୟର ଭୋଟ ମିଳିଛି । ଯାହା ଆବଶ୍ୟକୀୟ ସଂଖ୍ୟାଠୁ ଅଧିକ । ସେହିପରି ବିରୋଧୀ ପ୍ରାର୍ଥୀ ଯଶୋବନ୍ତ ସିହ୍ନା 1058 ଖଣ୍ଡ ତଥା 2,61,062 ମୂଲ୍ୟର ଭୋଟ ହାତେଇବାରେ ସଫଳ ହୋଇଛନ୍ତି । ଏହି ପର୍ଯ୍ୟାୟରେ କର୍ଣ୍ଣାଟକ, କେରଳ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର ମଣିପୁର ମେଘାଳୟ, ମିଜୋରାମ, ଓଡିଶା,ନାଗାଲାଣ୍ଡ, ପଞ୍ଜାବ ବିଧାନସଭାର ଭୋଟ ଗଣତି ହୋଇଥିଲା ।