ହାଇଦ୍ରାବାଦ:ଗୁଜୁରାଟ ବିଧାନସଭା ନିର୍ବାଚନ 2022 ପାଇଁ ଆଜି ଭୋଟ ଗଣତି ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ରାଜ୍ୟରେ ମୋଟ 182 ଆସନର ଭୋଟ ଗଣତି ପାଇଁ ମୋଟ 37କେନ୍ଦ୍ର ପ୍ରସ୍ତୁତ କରାଯାଇଛି । ଏହି କେନ୍ଦ୍ରଗୁଡିକରେ ସୁରକ୍ଷା ଓ ଅନ୍ୟ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି ସମ୍ପୃକ୍ତ ସ୍ଥାନୀୟ ପ୍ରଶାସନ । ସକାଳ 8ଟାରୁ ଗଣତି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଫଳାଫଳ ଉପରେ ସାରା ଦେଶର ନଜର ରହିଛି ।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ପି.ଭାରତୀଙ୍କ ସୂଚନା ଅନୁଯାୟୀ 494 ଆସିଷ୍ଟାଣ୍ଟ ରିଟର୍ଣ୍ଣିଂ ଅଫିସର, 182 ରିଟର୍ଣ୍ଣିଂ ଅଫିସର ଏବଂ 182 ଗଣନାକାରୀ ପର୍ଯ୍ୟବେକ୍ଷକ (counting observers) ସମଗ୍ର ଗଣନା ପ୍ରକ୍ରିୟାରେ ନିୟୋଜିତ ହୋଇଛନ୍ତି । ସେହିପରି ଭୋଟ ଗଣତି ସମୟରେ ବିଭିନ୍ନ କେନ୍ଦ୍ରରେ 78 ଅତିରିକ୍ତ ସହକାରୀ ନିର୍ବାଚନ ଅଧିକାରୀ ଉପସ୍ଥିତ ରହି ପ୍ରକ୍ରିୟାର ତଦାରଖ କରିବେ । ଗଣତି ପ୍ରକ୍ରିୟାକୁ ଛାଡିଲେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି ।
ସମସ୍ତ ଗଣତି କେନ୍ଦ୍ରରେ ସଶସ୍ତ୍ର ପୋଲିସ ଓ ପାରା ମିଲିଟାରୀ ଫୋର୍ସ ରହିବେ । ଏବେ ସୁଦ୍ଧା ଇଭିଏମଗୁଡିକ ସିଲ ହୋଇ ଷ୍ଚ୍ରଙ୍ଗରୁମରେ ରଖାଯାଇଛି । ଆଜି ସକାଳ ସୁଦ୍ଧା ଏହି ଇଭିଏମଗୁଡିକୁ ନିର୍ଦ୍ଧାରିତ ଗଣତି କେନ୍ଦ୍ରକୁ ପୋଲିସ ଫୋର୍ସ ଓ ଗଣତି ଦାୟିତ୍ବରେ ଥିବା ଅଧିକାରୀଙ୍କ ସହ ପଠାଯିବ । ସକାଳ 8ଟାରୁ ଗଣତି ଆରମ୍ଭ ହେବ । ପର୍ଯ୍ୟାୟକ୍ରମେ ଫଳାଫଳର ଅପଡେଟ ନିର୍ବାଚନ ଅଧକାରୀଙ୍କ କାର୍ଯ୍ୟାଳୟରୁ ମିଳିବା ନେଇ ମଧ୍ୟ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ପି.ଭାରତୀ କହିଛନ୍ତି ।
କେଉଁ ପ୍ରର୍ଯ୍ୟାୟରେ କେତେ ଇଭିଏମ :-