ଓଡିଶା

odisha

ETV Bharat / bharat

ଗୋଟିଏ ମାସରେ ୩୨ ଲକ୍ଷ ବାହାଘର, ବ୍ୟବସାୟୀ କରିବେ ୩.୭୫ ଲକ୍ଷ କୋଟି ବେପାର

ଭାରତରେ ବିବାହ ଋତୁ ସବୁବେଳେ ଆକର୍ଷଣୀୟ ରହିଥାଏ । ନଭେମ୍ବର ୪ ତାରିଖରୁ ଡିସେମ୍ବର ୧୪ ତାରିଖ ମଧ୍ୟରେ ଭାରତରେ ୩୨ ଲକ୍ଷ ବିବାହ ଅନୁଷ୍ଠିତ ହେବା ନେଇ ଆକଳନ କରିଛି । ବ୍ୟବସାୟୀ ପ୍ରାୟ ୩.୭୫ ଲକ୍ଷ କୋଟି ଟଙ୍କା ରୋଜଗାର କରିବେ । ଅଧିକ ପଢ଼ନ୍ତୁ

32 lakh weddings scheduled to take place between 4 November to 14 December
ଗୋଟିଏ ମାସରେ ୩୨ ଲକ୍ଷ ବିବାହ, ବ୍ୟବସାୟୀ କରିବେ ୩.୭୫ ଲକ୍ଷ କୋଟି ବେପାର

By

Published : Nov 8, 2022, 4:05 PM IST

ନୂଆଦିଲ୍ଲୀ: ଭାରତରେ ବିବାହ ଋତୁ ସବୁବେଳେ ଆକର୍ଷଣୀୟ ରହିଥାଏ । ଭାରତରେ ନଭେମ୍ବର ଶେଷ ବେଳକୁ ବିବାହ ଋତୁ ଆରମ୍ଭ ହୋଇ ଜୁଲାଇ ଶେଷ ପର୍ଯ୍ୟନ୍ତ ଚାଲିଥାଏ । ଏହି ସମୟରେ ଅନେକ ନବଦମ୍ପତ୍ତି ନିଜ ନୂଆ ସଂସାର ଆରମ୍ଭ କରିଥାଆନ୍ତି । ଘରେ ପରିବାରବର୍ଗଙ୍କ ଉପସ୍ଥିତିରେ ଏହି ଶୁଭ କାର୍ଯ୍ୟ ସମ୍ପାଦନ କରିବା ସହ ନବ ଦମ୍ପତ୍ତିଙ୍କୁ ଆଶୀର୍ବାଦ ଦେଇଥାଆନ୍ତି । ଏହି ବିବାହ ଋତୁରେ ବ୍ୟବସାୟୀ ମଧ୍ୟ ବେଶ ଭଲ ରୋଜଗାର କରନ୍ତି । ଏହିକ୍ରମରେ ଏଥର ନଭେମ୍ବର ୪ ତାରିଖରୁ ଡିସେମ୍ବର ୧୪ ତାରିଖ ମଧ୍ୟରେ ଭାରତରେ ୩୨ ଲକ୍ଷ ବିବାହ ଅନୁଷ୍ଠିତ ହେବା ନେଇ ଆକଳନ କରିଛି ସର୍ବ ଭାରତୀୟ ବ୍ୟବସାୟୀ ସଂଗଠନ (Confederation of All India Traders)।

ଏହି ସମୟରେ ବିବାହ ସାମଗ୍ରୀ ବିକ୍ରି କରୁଥିବା ବ୍ୟବସାୟୀ ପ୍ରାୟ ୩.୭୫ ଲକ୍ଷ କୋଟି ଟଙ୍କା ରୋଜଗାର କରିବେ ବୋଲି ଆକଳନ କରାଯାଇଛି । ଏହାକୁ ନେଇ ବ୍ୟବସାୟୀମାନେ ଉତ୍ସାହିତ ହୋଇ ରହିଛନ୍ତି । ବିଶେଷଜ୍ଞଙ୍କ ମତରେ ଚଳିତ ଥର ବିବାହ ସାମଗ୍ରୀ ବ୍ୟବସାୟ ୨୦୦ ପ୍ରତିଶତ ବୃଦ୍ଧି ପାଇବ । ଦୁଇ ବର୍ଷ ଧର କୋଭିଡ କଟକଣା ଯୋଗୁଁ ଅନେକ ବିବାହ ସ୍ଥିର ହୋଇ ପାରିନଥିଲା । ଏହାର ଫଳ ସ୍ବରୂପ ଚଳିତ ବର୍ଷ ଅଧିକ ବିବାହ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି ।

କେବଳ ବିବାହ ସାମଗ୍ରୀ ବିକ୍ରି କରୁଥିବା ବ୍ୟବସାୟୀ ନୁହେଁ, ବରଂ ଅନ୍ୟ ବ୍ୟବସାୟୀ ମଧ୍ୟ ଏହି ଗୋଟିଏ ମାସ ମଧ୍ୟରେ ୩.୬୮ ଟ୍ରିଲିଅନର ଲାଭ କରିବ । ଅନଲାଇନ୍‌ ମାଟ୍ରିମୋନିଆଲ୍‌ ସାଇଟର ସର୍ଭେରୁ ଏହି ତଥ୍ୟ ହାସଲ ହୋଇଛି । ଏହାଛଡ଼ା ସର୍ବ ଭାରତୀୟ ବ୍ୟବସାୟୀ ସଂଗଠନ ପକ୍ଷରୁ ମଧ୍ୟ ଏକ ସର୍ଭେ କରାଯାଇଥିଲା । ଦେଶର ୩୫ଟି ସହରରେ ୪୩୦୨ ବ୍ୟବସାୟୀଙ୍କୁ ନେଇ ଏହି ସର୍ଭେ ରିପୋର୍ଟ ପ୍ରକାଶ ପାଇଛି । ପ୍ରତ୍ୟକ ବିବାହରେ ୩ ଲକ୍ଷ ଟଙ୍କାରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେବ ।

CAITର ସେକ୍ରାଟାରୀ ଜେନେରାଲ କହିଛନ୍ତି, "କେବଳ ଦିଲ୍ଲୀରେ ହିଁ ଆଗାମୀ ଗୋଟିଏ ମାସ ମଧ୍ୟରେ ୩.୫ ଲକ୍ଷ ବିବାହ ଅନୁଷ୍ଠିତ ହେବ । ଯାହାଦ୍ବାରେ କେବଳ ଦିଲ୍ଲୀରେ ୭୫ ହଜାର କୋଟି ଟଙ୍କାର ବ୍ୟବସାୟ ହେବ । ଗତ ବର୍ଷ ଏହି ସମୟରେ ପ୍ରାୟ ୨୫ ଲକ୍ଷ ବିବାହ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ ହେବାକୁ ଥିବା ବିବାହ ପାଇଁ ୩ ଲକ୍ଷ କୋଟି ଖର୍ଚ୍ଚ ହେବ ।"

ABOUT THE AUTHOR

...view details