ଓଡିଶା

odisha

ବାବ୍ରୀ ମସଜିଦ ବିଧ୍ୱଂସକୁ ୩୦ ବର୍ଷ, ମସଜିଦ ଭିତରେ ହନୁମାନ ଚାଳିଶା ପାଠ ଘୋଷଣା ପରେ ବଢିଲା ସୁରକ୍ଷା

By

Published : Dec 6, 2022, 2:23 PM IST

ବାବ୍ରୀ ମସଜିଦ ବିଧ୍ୱଂସକୁ ୩୦ ବର୍ଷ ପୂରଣ ହୋଇଛି । ପୂର୍ତ୍ତି ଅବସରରେ ମସଜିଦ ଭିତରେ ହନୁମାନ ଚାଳିଶା ପାଠ କରିବାକୁ ଘୋଷଣା କରିଛି ହିନ୍ଦୁ ମହାସଭା । ଅଧିକ ପଢନ୍ତୁ

ବାବ୍ରୀ ମସଜିଦ ବିଧ୍ୱଂସକୁ ୩୦ ବର୍ଷ
ବାବ୍ରୀ ମସଜିଦ ବିଧ୍ୱଂସକୁ ୩୦ ବର୍ଷ

ନୂଆଦିଲ୍ଲୀ:ଏହାରି ଭିତରେ ବାବ୍ରୀ ମସଜିଦ ବିଧ୍ବଂସକୁ 30 ବର୍ଷ ବିତିଛି । 1992 ମସିହା ଡିସେମ୍ବର 6 ତାରିଖରେ ବାବ୍ରୀ ମସଜିଦ ଭଙ୍ଗା ଯାଇଥିଲା । ମସଜିଦ ବିଧ୍ବଂସ 30 ବର୍ଷ ପୂରଣ ନେଇ ହିନ୍ଦୁ ମହାସଭା ମଥୁରାରେ ଶାହି ଇଦଗାଦ ମସଜିଦରେ ହନୁମାନ ଚାଳିଶା ପାଠ କରିବାକୁ ଘୋଷଣା କରିଛି । ଖାଲି ସେତିକି ନୁହେଁ ମସଜିଦ ଭିତରେ ଶ୍ରୀକୃଷ୍ଣଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ମଧ୍ୟ କହିଛି । ହିନ୍ଦୁ ମହାସଭାର ଏହି ଘୋଷଣା ପରେ ଆଗ୍ରା ଏବଂ ମଥୁରା ପ୍ରଶାସନ ସତର୍କ ହୋଇଛି । ଶାହି ଇଦ୍‌ଗାହ ମସଜିଦ ପରିସରରେ ୧୪୪ ଧାରା ଜାରି କରାଯାଇଛି । ଏଥିସହ ବହୁ ସଂଖ୍ୟାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ମସଜିଦ ଭିତରକୁ ଜଣେ କାଉଡିଆ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ତାକୁ ଅଟକାଇଥିବା ଜଣାପଡିଛି ।

ଅଖିଳ ଭାରତୀୟ ହିନ୍ଦୁ ମହାସଭା ଅଧ୍ୟକ୍ଷ ଭୃଜେଶ ଭଦୋରିଆ କହିଛନ୍ତି, ''6 ଡିସେମ୍ବରରେ ମଥୁରା ଶ୍ରୀକୃଷ୍ଣ ଜନ୍ମଭୂମି ନିକଟରେ ଥିବା ଶାହି ଜାମା ମସଜିଦରେ ରୁଦ୍ରାଭିଷେକ କରିବା ସହ ଶ୍ରୀକୃଷ୍ଣଙ୍କ ପ୍ରତିମା ସ୍ଥାପନ କରିବେ । ଯଦି ପୋଲିସ ପ୍ରଶାସନ ତାଙ୍କ ଅଟକାଇବାକୁ ଚେଷ୍ଟା କରେ ତେବେ ସେ ଆତ୍ମହତ୍ୟା କରିବେ ।'' ସୋସିଆଲ ମିଡିଆରେ ଭାଇରାଲ ଭିଡିଓରେ ଭୁଜେଶ ଭଦୋରିଆ କହିଛନ୍ତି ଅଯୋଧ୍ୟାର ସରୟୁ, କାଶୀ ଏବଂ ସଙ୍ଗମର ପବିତ୍ର ନଦୀରେ ଜଳ ନେଇ ଆସିଛନ୍ତି । 6 ଡିସେମ୍ବର ସେ ମଥୁରାରେ ପହଞ୍ଚିବେ । ପ୍ରଥମେ ଶୁଦ୍ଧ ଜଳରେ ଜାମା ମସଜିଦରେ ରୁଦ୍ରାଭିଷେକ କରିବେ । ଏହାପରେ ମନ୍ଦିରରେ ଶ୍ରୀକୃଷ୍ଣଙ୍କ ପ୍ରତିମା ସ୍ଥାପନ କରିବେ ।

ଯୋଜନା ଅନୁସାରେ ଆଗକୁ ବଢିବ ହିନ୍ଦୁ ମହାସଭା...

ଅଖିଳ ଭାରତୀ ହିନ୍ଦୁ ମହାସଭା ରାଷ୍ଟ୍ରୀୟ କୋଷାଧ୍ୟକ୍ଷ ଦିନେଶ କୌଶିକ କହିଛନ୍ତି, ''ପ୍ରସ୍ତୁତ ହୋଇଥିବା କାର୍ଯ୍ୟକ୍ରମ ଅନୁସାରେ ଆମେ ଆଗକୁ ବଢିବୁ । ଯଦି ପ୍ରଶାସନ ଆଗକୁ ବଢିବାକୁ ଦେବ ନାହିଁ ଯେଉଁଠି ଅଟକିବୁ ସେହିଠାରେ ହନୁମାନ ଚାଳିଶା ପାଠ କରିବୁ ।''

ଏହା ବି ପଢନ୍ତୁ...ବଦଳିଲା ଶ୍ରମିକଙ୍କ ଭାଗ୍ୟ, ହୀରା ପାଇ ରାତାରାତି ହେଲେ ଲକ୍ଷପତି

ଆଇନକୁ ହାତକୁ ନେବାକୁ ଦେବନାହିଁ ପୋଲିସ...

ପୋଲିସ ହିନ୍ଦୁ ସଂଗଠନର ଏହି ଘୋଷଣା ପରେ କୌଣସି ପରମ୍ପରା ବା ପୂଜା ପାଠ ପାଇଁ ଅନୁମତି ମିଳିବ ନାହିଁ । ଅଧିକାରୀଙ୍କ ସୂଚନା ଅନୁସାରେ ପାଖାପାଖି 1,500 ପୋଲିସ, ଅର୍ଦ୍ଧସୈନିକ ବଳ ମୁତୟନ ହୋଇଛନ୍ତି । ଏହାଛଡା ଶ୍ରୀକୃଷ୍ଣ ଜନ୍ମଭୂମି ଏବଂ ଶାହି ମସଜିଦ ଇଦଗାହ ନିକଟରେ ଯାତାୟତ ପ୍ରତିବନ୍ଧ ଲାଗିଛି । କେବଳ ସ୍କୁଲ ବସ୍ ଏବଂ ଆମ୍ବୁଲାନ୍ସକୁ ଅନୁମତି ମିଳିଛି । ମାମଲାରେ ସୁପ୍ରିମକୋର୍ଟଙ୍କ ଆଦେଶ ପାଳନ କରାଯିବ ବୋଲି କହିଛନ୍ତି ଏସଏସପି । ଜନପଥରେ 144 ଧାରା ଲାଗୁ ହୋଇଛି । ଛାପା ଛାପାରେ ପୋଲିସ ସୁରକ୍ଷା କଡାକଡି କରିଛି । ମଥୁରାରେ ଆଇନ କାନୁନକୁ ହାତକୁ ନେଇ ଶାନ୍ତି ବିଗାଡିବାକୁ ଚେଷ୍ଟା କରୁଥିବା ସମସ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ABOUT THE AUTHOR

...view details