ଓଡିଶା

odisha

ETV Bharat / bharat

India-China clash: ଡ୍ରାଗନର ଅନୁପ୍ରବେଶକୁ ପ୍ରତିହତ କରିଥିଲେ ଭାରତୀୟ ସେନାର 3ୟୁନିଟ - ଭାରତ ଚୀନ ସଂଘର୍ଷ

ଚୀନ ସେନା ସହ ସଂଘର୍ଷ ବେଳେ ଘଟଣାସ୍ଥଳରେ ଥିଲେ ଭାରତୀୟ ସେନାର 3 ୟୁନିଟ । ଜମ୍ମୁ କାଶ୍ମୀର ରାଇଫଲ, ଜାଟ ରେଜିମେଣ୍ଟ ଓ ଶିଖ ଲାଇଟ ଇନଫ୍ୟାଣ୍ଟ୍ରିର ଯବାନମାନଙ୍କ ଜବାବରେ ପଛକୁ ହଟିଥିଲା ଡ୍ରାଗନ ସେନା (3 Indian Army units involved in clash with china)। ଅଧିକ ପଢନ୍ତୁ

India-China clash: ଚୀନ ସେନା ଅନୁପ୍ରବେଶକୁ ପ୍ରତିହତ କରିଥିଲେ ସେନାର 3 ୟୁନିଟ
India-China clash: ଚୀନ ସେନା ଅନୁପ୍ରବେଶକୁ ପ୍ରତିହତ କରିଥିଲେ ସେନାର 3 ୟୁନିଟ

By

Published : Dec 14, 2022, 6:05 PM IST

ହାଇଦ୍ରାବାଦ:9 ତାରିଖରେ ଭାରତ-ଚୀନ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ଅରୁଣାଚଳ ପ୍ରଦେଶର ତାଓ୍ବଙ୍ଗରେ ହୋଇଥିବା ଦୁଇ ଦେଶର ସେନା ମଧ୍ୟରେ ସଂଘର୍ଷରେ ଭାରତୀୟ ସେନାର 3 ୟୁନିଟ ଯବାନ ସାମିଲ ଥିଲେ । ଏହି ଯବାନମାନେ ବିଭିନ୍ନ ବାଟାଲିୟନରୁ ଥିବା ନେଇ ସେନା ସୂତ୍ରରୁ ସୂଚନା ମିଳିଛି (3 Indian Army units involved in clash with china)। ଜମ୍ମୁ କାଶ୍ମୀର ରାଇଫଲ, ଜାଟ ରେଜିମେଣ୍ଟ ଓ ଶିଖ ଲାଇଟ ଇନଫ୍ୟାଣ୍ଟ୍ରିର ଯବାନମାନେ ସଂଘର୍ଷ ସ୍ଥଳରେ ଥିଲେ । ଚୀନ ସେନାର ଯବାନଙ୍କୁ ଏହି ଯବାନମାନେ ମୁହଁତୋଡ ଯବାବ ଦେବା ଭାରତୀୟ ଅଞ୍ଚଳରୁ ତଡିବାରେ ସଫଳ ହୋଇଥିଲେ ।

ଚୀନ ସୈନିକମାନେ ହାତରେ ବାଡି, ଲୁହା ନିର୍ମିତ ମାରଣାସ୍ତ୍ର ଓ ଅନ୍ୟ ହତିଆର ସହ ଆସିଥିଲେ । ସେମାନଙ୍କ ଅନୁପ୍ରବେଶ ଉଦ୍ୟମର ସୂଚନା ମିଳିବା ପରେ ଭାରତୀୟ ଯବାନ ମଧ୍ୟ ସେମାନଙ୍କୁ ମୁହଁତୋଡ ଯବାବ ଦେବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିଥିଲେ । ଉଭୟ ସେନା ମଧ୍ୟରେ କିଛି ସମୟ ମୁହାଁମୁହିଁ ହେବା ସହ ଧସ୍ତାଧସ୍ତି ମଧ୍ୟ ହୋଇଥିଲେ । ଅନୁପ୍ରବେଶ ଉଦ୍ୟମରେ ଚୀନ ସେନା ବିଫଳ ହେବା ସହ ଉକ୍ତ ଅଞ୍ଚଳରୁ ପଛକୁ ହଟିବା ପାଇଁ ବାଧ୍ୟ ହୋଇଥିଲେ ।

ତେବେ ଏହା ମଧ୍ୟ ସେନା ସୂତ୍ରରୁ ସୂଚନା ମିଳିଛି ଯେ, ଚୀନ ସେନା ପ୍ରତିବର୍ଷ ଉକ୍ତ କ୍ଷେତ୍ରକୁ ନିଜ ସୀମା ଅଧୀନ ଅଞ୍ଚଳ ବୋଲି ଦାବି କରି ଅନୁପ୍ରବେଶ କରିବାକୁ ଉଦ୍ୟମ କରେ । ଭାରତୀୟ ସେନା ପକ୍ଷରୁ ଏହାକୁ ପଣ୍ଡ କରାଯିବା ସହ ଉଚିତ ଜବାବ ମଧ୍ୟ ଦିଆଯାଇଛି । ତେବେ ଚଳିତ ଥର ସେମାନେ ପୁରା ପ୍ରସ୍ତୁତି ଓ ଡ୍ରୋନ୍‌ କ୍ୟାମେରା ସହ ପ୍ରାୟ 3ଶହ ଯବାନ ଆସିଥିଲେ । ସେମାନେ ଭାରତୀୟ ସେନାକୁ ପଛକୁ ହଟାଇ ଉକ୍ତ ଅଞ୍ଚଳ ଦଖଲ କରିବା ସହ ସମ୍ପୂର୍ଣ୍ଣ ଘଟଣାକୁ ଡ୍ରୋନ୍‌ କ୍ୟାମେରାରେ କଏଦ କରିବା ପାଇଁ ମଧ୍ୟ ଯୋଜନା କରିଥିଲେ ।

ହେଲେ 2020 ଗଲଓ୍ବାନ ଘାଟି ସଂଘର୍ଷ ପରେ ଏପରି ମୁକାବିଲା ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି କରିଥିବା ଭାରତୀୟ ସେନା ସେମାନଙ୍କୁ ପ୍ରତିହତ କରିବା ସହ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିବାରେ ସକ୍ଷମ ହୋଇଥିଲା । କିଛି ସମୟର ଧସ୍ତାଧସ୍ତି ସହ ଚୀନ ସେନା ପଛକୁ ହଟିବାକୁ ବାଧ୍ୟ ହୋଇଥିଲା । ତେବେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ତାଓ୍ବଙ୍ଗ ସଂଘର୍ଷ ବୋଲି ଚର୍ଚ୍ଚା ହେଉଥିବା ବେଳେ ସେନା ଏହାକୁ ଚଳିତଥରର ସଂଘର୍ଷ ଭିଡିଓ ନୁହେଁ ବୋଲି ସ୍ପଷ୍ଟ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details