ଓଡିଶା

odisha

ETV Bharat / bharat

ପୋଲିସ ଚେକପୋଷ୍ଟ ଉପରେ ଗ୍ରେନେଡ ଫିଙ୍ଗିଲେ ଆତଙ୍କୀ, 3 ସାଧାରଣ ନାଗରିକ ଆହତ

ପୋଲିସ ଓ CRPFର ମିଳିତ ଚେକପୋଷ୍ଟ ଉପରେ ଗ୍ରେନେଡ ମାରିଲେ ଆତଙ୍କବାଦୀ । 3 ସାଧାରଣ ନାଗରିକ ଆହତ । ଅଧିକ ପଢନ୍ତୁ

ପୋଲି ଚେକପୋଷ୍ଟ ଉପରେ ଗ୍ରେନେଡ ଫିଙ୍ଗିଲେ ଆତଙ୍କୀ: 3 ସାଧାରଣ ନାଗରିକ ଆହତ
ପୋଲି ଚେକପୋଷ୍ଟ ଉପରେ ଗ୍ରେନେଡ ଫିଙ୍ଗିଲେ ଆତଙ୍କୀ: 3 ସାଧାରଣ ନାଗରିକ ଆହତ

By

Published : May 24, 2022, 10:19 PM IST

ଶ୍ରୀନଗର: ଆଜି ଗୋଟିଏ ଦିନରେ ଘାଟିରେ ଦୁଇଟି ସ୍ଥାନର ଆତଙ୍କବାଦୀଙ୍କ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି । ଆଜି ଅପରାହ୍ନରେ ଆତଙ୍କୀଙ୍କ ଗୁଳିରେ ଜଣେ ପୋଲିସ କର୍ମୀ ଶହୀଦ ହୋଇଥିବା ବେଳେ ପୋଲିସ କର୍ମୀଙ୍କ ଝିଅ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ଅନ୍ୟପଟେ ଆଜି ବିଳମ୍ବିତ ସଂଧ୍ୟାରେ କୁଲଗାମ ଜିଲ୍ଲାର ୟାରିପୋରା ଠାରେ ପୋଲିସ ଓ CRPF ର ମିଳିତ ଚେକପୋଷ୍ଟ ଉପରେ ଗ୍ରେନେଡ ମାଡ କରିଛନ୍ତି ଆତଙ୍କୀ ।

ଏହା ମଧ୍ୟ ପଢନ୍ତୁ :-ଆତଙ୍କୀଙ୍କ ଗୁଳିରେ ପୋଲିସ କର୍ମଚାରୀ ଶହୀଦ, ଝିଅ ଗୁରୁତର

ଏଥିରେ 3 ଜଣ ସ୍ଥାନୀୟ ନାଗରିକ ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ଅଞ୍ଚଳରେ ପୋଲିସ ସୁରକ୍ଷା ବ୍ୟାପକ କରାଯିବା ସହ ସର୍ଚ୍ଚ ଅପରେସନ ମଧ୍ୟ ଆରମ୍ଭ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details