ନୂଆଦିଲ୍ଲୀ: ଜି-20 ଦେଶର ଅର୍ଥମନ୍ତ୍ରୀ ଏବଂ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରର ଦ୍ୱିତୀୟ ବୈଠକ 12 ଓ 13 ଏପ୍ରିଲରେ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଛି । ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଏବଂ ବିଶ୍ବ ବ୍ୟାଙ୍କ ଗୋଷ୍ଠୀର 2023 ସ୍ପ୍ରିଙ୍ଗ୍ ମିଟିଂ ଅବସରରେ ଅନୁଷ୍ଠିତ ହୋଇଥିଲା । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ମିଳିତ ଭାବେ ଏହି ସଭାରେ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ଜି-20 ସଦସ୍ୟ, 13 ନିମନ୍ତ୍ରିତ ଦେଶ ଏବଂ ବିଭିନ୍ନ ଅନ୍ତର୍ଜାତୀୟ ତଥା ଆଞ୍ଚଳିକ ସଂଗଠନର ପ୍ରାୟ 350 ପ୍ରତିନିଧୀଙ୍କ ଅଂଶଗ୍ରହଣ କରିଥିଲେ ।
ଏହି ବୈଠକ ତିନୋଟି ଅଧିବେଶନରେ ଆୟୋଜିତ କରାଯାଇଥିଲା । ଯେଉଁଥିରେ ବିଶ୍ବର ଅର୍ଥ ବ୍ୟବସ୍ଥା, ଅନ୍ତର୍ଜାତୀୟ ଆର୍ଥିକ ସଂରଚନା, ସ୍ଥାୟୀ ଅର୍ଥ, ଆର୍ଥିକ କ୍ଷେତ୍ର, ଆର୍ଥିକ ସମାବେଶ ଏବଂ ଅନ୍ତର୍ଜାତୀୟ ଟାକ୍ସେସନ ପରି ବିଷୟ ସାମିଲ ରହିଥିଲା। ଏହି ଏଫଏମସିବିଜି ବୈଠକର ଲକ୍ଷ୍ୟ ଜି20 ଫାଇନାନ୍ସ ଟ୍ରାକକୁ ବିଭିନ୍ନ କାର୍ଯ୍ୟକ୍ଷେତ୍ର ଦ୍ବାରା ସେହି ବିଷୟ ଉପରେ କରାଯାଇଥିବା ପ୍ରଗତି ବିଷୟରେ ବିଚାର ବିମର୍ଷ କରିବା ଥିଲା। ଯାହାକୁ ଫେବୃଆରୀରେ ସମାପ୍ତ ହୋଇଥିବା ଜି-20 ଏଫଏମସିବିଜି ଅଧ୍ୟକ୍ଷତାର ସାରାଂଶ ।
ଗ୍ଲୋବାଲ ଇକୋନୋମି ଏବଂ ଅନ୍ତର୍ଜାତୀୟ ଆର୍ଥିକ ବ୍ୟବସ୍ଥା ଉପରେ ଅଧିବେଶନରେ ସଦସ୍ୟମାନେ ୟୁକ୍ରେନ ଯୁଦ୍ଧ, ଖାଦ୍ୟ ଏବଂ ଶକ୍ତି ନିରାପତ୍ତା, ଜଳବାୟୁ ପରିବର୍ତ୍ତନ ଏବଂ ଆର୍ଥିକ ସ୍ଥିରତା ପାଇଁ ସାମ୍ପ୍ରତିକ ବିପଦ ସମେତ ବିଶ୍ବର ଆର୍ଥିକ ଦୃଷ୍ଟିକୋଣର ପ୍ରମୁଖ ଆହ୍ବାନ ଉପରେ ଆଲୋଚନା କରିଥିଲେ । ସଦସ୍ୟମାନେ ସହମତ ହୋଇଥିଲେ ଯେ ବିଶ୍ୱ ଅର୍ଥନୈତିକ ପୁନରୁଦ୍ଧାର ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବା ଏବଂ ସବୁଠାରୁ ଅସୁରକ୍ଷିତ ଦେଶ ତଥା ଜନସଂଖ୍ୟାର ବିଭାଗଗୁଡିକ ପର୍ଯ୍ୟାପ୍ତ ଭାବରେ ସୁରକ୍ଷିତ ରହିବା ଉପରେ ଜି20 ଏକ ସାଧାରଣ ବୁଝାମଣା ସୃଷ୍ଟି କରିବାରେ ସହଯୋଗ କରିପାରିବ।
ମନ୍ତ୍ରୀ ଓ ଗଭର୍ଣ୍ଣରମାନେ ମଧ୍ୟ ଏମଡିବିର କ୍ୟାପିଟାଲ ଆଡୁକେସି ଫ୍ରେମୱାର୍କସର ସ୍ବାଧୀନ ପ୍ୟାନେଲର ସୁପାରିଶ ଗୁଡିକର କାର୍ଯ୍ୟାନ୍ୱୟନର ଅଗ୍ରଗତି ଉପରେ ଆଲୋଚନା କରିଥିଲେ। ନିକଟରେ ଗଠିତ ଜି20 ଏକ୍ସପର୍ଟ ଗ୍ରୁପ ଠାରୁ “ବହୁପକ୍ଷୀୟ ବିକାଶ ବ୍ୟାଙ୍କକୁ ମଜବୁତ କରିବା” ଉପରେ ସେମାନେ ସେମାନଙ୍କର ମତାମତର ଆଦାନ ପ୍ରଦାନ କରିଥିଲେ। ଋଣ ଏଜେଣ୍ଡା ଉପରେ, ସ୍ୱଳ୍ପ ଆୟକାରୀ ତଥା ଦୁର୍ବଳ ମଧ୍ୟବିତ୍ତ ଦେଶରେ ବଢ଼ୁଥିବା ଋଣ ସମସ୍ୟା ଦୂର କରିବା ଦିଗରେ ବହୁପକ୍ଷୀୟ ସମନ୍ୱୟକୁ ଦୃଢ଼ କରିବା ଉପରେ ଆଲୋଚନା କରାଯାଇଥିଲା । ସାଧାରଣ ଫ୍ରେମ୍ୱାର୍କ ଅଧୀନରେ ଏବଂ ତା’ଠାରୁ ଅଧିକ ଚାଲିଥିବା ଋଣର ସମାପ୍ତି ଶୀଘ୍ର ସଂପୂର୍ଣ୍ଣ କରିବାକୁ ମନ୍ତ୍ରୀ ଏବଂ ଗଭର୍ଣ୍ଣର ମାନେ ଦୋହରାଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପୁଞ୍ଜି ପ୍ରବାହ ଉପରେ ତଥା ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧୀୟ ନୀତିର ପ୍ରଭାବ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା ।
ସ୍ଥାୟୀ ଅର୍ଥ, ଆର୍ଥିକ କ୍ଷେତ୍ର ଏବଂ ଆର୍ଥିକ ଅନ୍ତର୍ଭୂକ୍ତିକୁ ନେଇ ଦ୍ୱିତୀୟ ଅଧିବେଶନରେ ଜଳବାୟୁ ପରିବର୍ତ୍ତନ ପାଇଁ ସମ୍ବଳ ସଂଗ୍ରହ, ସ୍ଥାୟୀ ବିକାଶ ଲକ୍ଷ୍ୟ ପାଇଁ ଘରୋଇ ଆର୍ଥିକ ପ୍ରବାହକୁ ଅନୁଧ୍ୟାନ କରିବାରେ ବହୁପକ୍ଷୀୟ ଆର୍ଥିକ ପ୍ରତିଷ୍ଠାନର ଭୂମିକା ଏବଂ ଜି20ର ଭୂମିକା ଉପରେ ଆଲୋଚନା କରାଯାଇଥିଲା। ସାମାଜିକ ପ୍ରଭାବ ବିନିଯୋଗ ଉପକରଣଗୁଡ଼ିକର ବ୍ୟାପକ ଗ୍ରହଣୀୟତା ଦିଗରେ ଆଲୋଚନା ହୋଇଥିଲା। ସଦସ୍ୟମାନେ କ୍ରିପ୍ଟୋ-ସମ୍ପତ୍ତି ଇକୋସିଷ୍ଟମ ଦ୍ବାରା ସୃଷ୍ଟି ହୋଇଥିବା ମାକ୍ରୋ ଇକୋନୋମିକ ଏବଂ ଆର୍ଥିକ ଆହ୍ବାନ ଉପରେ ମଧ୍ୟ ବିଚାର ବିମର୍ଶ କରିଥିଲେ । କ୍ରିପ୍ଟୋ-ସମ୍ପତ୍ତି ଉପରେ ବିଶ୍ବର ନୀତିଗତ ପ୍ରତିକ୍ରିୟା ଉପରେ ମତ ବିନିମୟ କରିଥିଲେ । ବିଶେଷତଃ ଉଦୀୟମାନ ବଜାର ଏବଂ ବିକାଶଶୀଳ ଅର୍ଥନୀତିକୁ ଦୃଷ୍ଟିରେ ରଖି ଆଲୋଚନା କରାଯାଇଥିଲା । ଆର୍ଥିକ ଅନ୍ତର୍ଭୂକ୍ତ ଉପରେ, ଏବଂ ଉତ୍ପାଦକତା ଲାଭ ପାଇଁ ଡିଜିଟାଲ ପବ୍ଲିକ ଇନଫ୍ରାଷ୍ଟ୍ରକଚରକୁ ବ୍ୟବହାର ଉପରେ ଆଲୋଚନା କରାଯାଇଥିଲା। 2023 ଆର୍ଥିକ ଅନ୍ତର୍ଭୁକ୍ତୀକରଣ କାର୍ଯ୍ୟ ଯୋଜନାର ବିକାଶ ଉପରେ ମନ୍ତ୍ରୀ ଏବଂ ଗଭର୍ଣ୍ଣର ମଧ୍ୟ ସେମାନଙ୍କର ମତାମତ ପ୍ରଦାନ କରିଥିଲେ ।
ଦ୍ବିତୀୟ ଜି20 ଏଫଏମସିବିଜି ବୈଠକରେ ହାସଲ ହୋଇଥିବା ଅଗ୍ରଗତି ତୃତୀୟ ଜି20 ଏଫଏମସିବିଜି ବୈଠକରେ ସୂଚନା ପ୍ରଦାନ କରାଯିବ । ଯାହା ଜୁଲାଇ 2023ରେ ଗୁଜୁରାଟର ଗାନ୍ଧିନଗରରେ ଅନୁଷ୍ଠିତ ହେବ । ପରବର୍ତ୍ତୀ ବୈଠକ ସେପ୍ଟେମ୍ବର 8-9ରେ ନୂଆଦିଲ୍ଲୀରେ ଲିଡର୍ସ ସମ୍ମିଟ୍ ଅନୁଷ୍ଠିତ ହେବ ।