ନୂଆଦିଲ୍ଲୀ :ଭାରତ-ସିଙ୍ଗାପୁର ସାମୁଦ୍ରିକ ଦ୍ବିପାକ୍ଷିକ ନୌସମରାଭ୍ୟାସ ଜାରି ରହିଛି । ସେପ୍ଟେମ୍ବର ୨ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୪ ତାରିଖ ଯାଏଁ ଚାଲିବାକୁଥିବା ଏହି ଅଭ୍ୟାସ ଚଳିତବର୍ଷ ୨୮ ତମ ସଂସ୍କରଣରେ ପହଞ୍ଚିଛି । ଏଥିରେ ଦୁଇ ଦେଶର ନୌସେନାର ଲଢୁଆ ଯୁଦ୍ଧ ଜାହାଜ ଅଂଶ ଗ୍ରହଣ କରି ସାମରିକ କଳା ପ୍ରଦର୍ଶନ କରୁଛନ୍ତି । ଭାରତୀୟ ନୌସେନାର ଗାଇଡେଡ ମିସାଇଲ ଡେଷ୍ଟ୍ରୟର INA ରଣବିଜୟ ଏହି ମିଳିତ ନୌସମରାଭ୍ୟାର ଅନ୍ୟତମ ମୁଖ୍ୟ ଆକର୍ଷଣ ରହିଛି । ଏହା ସମେତ ଭାରତୀୟ ନୌସେନା ଏ ସିଙ୍ଗାପୁର ନୌସେନାର ଏକାଧିକ ଲଢୁଆ ଆତ୍ୟାଧନିକ ଜାହାଜ ଅଂଶଗ୍ରହଣ କରିଛନ୍ତି ।
ସେହିପରି ଭାରତୀୟ ନୌସେନାର ଅନ୍ୟତମ ଲଢୁଆ ଯୁଦ୍ଧ ଜାହଜ INS କିଲଟନ ଓ INS କୋରା ମଧ୍ୟ ମୁତୟନ ଅଛନ୍ତି । ସେହିପରି P8I ଲଙ୍ଗ ରେଞ୍ଜ ମାରିଟାଇନ ଏୟାରକ୍ରାଫ୍ଟ ମଧ୍ୟ ଅଭ୍ୟାସରେ ସାମିଲ ହୋଇଛି । ଚଳିତବର୍ଷର ଏହି ମିଳିତ ନୌଭ୍ୟାସ ଶୃଙ୍ଖଳା ୨୮ତମ ସଂସ୍କରଣରେ ପହଞ୍ଚିଛି । ଚଳିତବର୍ଷ ଭାରତ ତାର ସ୍ବାଧୀନତାର ୭୫ତମ ବର୍ଷ ପାଳନ କରୁଥିବାବେଳେ ଏହି ଦ୍ବିପାକ୍ଷିକ ଅଭ୍ୟାସ ଭାରତ ପାଇଁ ବେସ ମହତ୍ବ ରଖୁଛି ।