ଓଡିଶା

odisha

ବେଥଲେହେମ୍ ଫସିଥିବା ମେଘାଳୟର ୨୩ ତୀର୍ଥଯାତ୍ରୀଙ୍କୁ ସୁରକ୍ଷିତ ଇଜିପ୍ଟକୁ ସ୍ଥାନାନ୍ତର

ଇଜିପ୍ଟ ଚାଲିଗଲେ ପାଲେଷ୍ଟାଇନରେ ଫସିଥିବା ମେଘାଳୟର ୨୭ ତୀର୍ଥଯାତ୍ରୀ । ଉଭୟ ଇସ୍ରାଏଲ ଓ ଗାଜାରେ କେହି ଭାରତୀୟ ମୃତାହତ ହୋଇନଥିବା ଦୂତାବାସର ସୂଚନା । ଅଧିକ ପଢନ୍ତୁ

By ETV Bharat Odisha Team

Published : Oct 8, 2023, 10:14 PM IST

Published : Oct 8, 2023, 10:14 PM IST

Israel-Gaza safe: ବେଥଲେହେମ୍ ଫସିଥିବା ମେଘାଳୟର ୨୩ ତୀର୍ଥଯାତ୍ରୀଙ୍କୁ ସୁରକ୍ଷିତ ଇଜିପ୍ଟକୁ ସ୍ଥାନାନ୍ତର, ଅନ୍ୟ ଭାରତୀୟ ସୁରକ୍ଷିତ ଥିବା ସୂଚନା
Israel-Gaza safe: ବେଥଲେହେମ୍ ଫସିଥିବା ମେଘାଳୟର ୨୩ ତୀର୍ଥଯାତ୍ରୀଙ୍କୁ ସୁରକ୍ଷିତ ଇଜିପ୍ଟକୁ ସ୍ଥାନାନ୍ତର, ଅନ୍ୟ ଭାରତୀୟ ସୁରକ୍ଷିତ ଥିବା ସୂଚନା

ନୂଆଦିଲ୍ଲୀ:ଇସ୍ରାଏଲ-ଗାଜା ଯୁଦ୍ଧ ମଧ୍ୟରେ ପାଲେଷ୍ଟାଇନ ସହର ବେଥଲେହେମରେ ଫସିଥିବା ୨୩ ଜଣ ମେଘାଳୟ ତୀର୍ଥଯାତ୍ରୀ ସୁରକ୍ଷିତ ଭାବେ ପଡୋଶୀ ମିଶର (ଇଜିପ୍ଟ)କୁୁ ସ୍ଥାନାନ୍ତରିତ ହୋଇଛନ୍ତି । ବିଦେଶ ମନ୍ତ୍ରଣାଳୟ ଓ ସେଠାରେ ଥିବା ଭାରତୀୟ ଦୂତାବାସର ସମ୍ବନ୍ବିତ ପ୍ରୟାସରେ ସମସ୍ତ ତୀର୍ଥଯାତ୍ରୀଙ୍କୁ ପଡୋଶୀ ଇଜିପ୍ଟରେ ସୁରକ୍ଷିତ ପହଞ୍ଚାଯାଇଥିବା ସୂଚନା ଦେଇଛନ୍ତି ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମା । ଏକ୍ସରେ ଟ୍ବିଟ କରି ସାଙ୍ଗମା କହିଛନ୍ତି,‘‘ ଯୁଦ୍ଧ ଜୋନରେ ଏହି ୨୭ ପର୍ଯ୍ୟଟକ ଫସି ରହିଥିଲେ । ବିଦେଶ ମନ୍ତ୍ରଣାଳୟ ଓ ଭାରତୀୟ ଦୂତାବାସ ସହଯୋଗରେ ସେମାନଙ୍କୁ ସୁରକ୍ଷିତ ଭାବେ ଇଜିପ୍ଟକୁ ନିଆଯାଇଛି ।’’

ପୂର୍ବରୁ ସୋସିଆଲ ସାଇଟ ଏକ୍ସରେ ମୁଖ୍ୟମନ୍ତ୍ରୀ ସାଙ୍ଗମା କହିଥିଲେ, ଜେରୁଜେଲମକୁ ତୀର୍ଥଯାତ୍ରାରେ ଯାଇଥିବା ମେଘାଳୟର ଏହି ୨୭ ପର୍ଯ୍ୟଟକ ପାଲେଷ୍ଟାଇନ ସହର ବେଥଲେହେମରେ ଫସି ରହିଛନ୍ତି । ତେବେ ଇସ୍ରାଏଲର ଟେଲ-ଆଭିଭରେ ଅବସ୍ଥାପିତ ଭାରତୀୟ ଦୂତାବାସ ପକ୍ଷରୁ ମିଳିଥିବା ଉଭୟ ଇସ୍ରାଏଲ ଓ ଗାଜାରେ ଥିବା ଭାରତୀୟ ନାଗରିକଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା କେହି ମୃତାହତ ହୋଇଥିବା ନେଇ ସୂଚନା ନାହିଁ । କିଛି ସ୍ଥାନରୁ ସେମାନେ ସୁରକ୍ଷିତ ପ୍ରସ୍ଥାନ କରିବା ପାଇଁ ଦୂତାବାସ ସହ ସମ୍ପର୍କରେ ରହିଛନ୍ତି । ସ୍ଥାନାନ୍ତରଣ ପାଇଁ ଏକାଧିକ ଅନୁରୋଧ ମଧ୍ୟ ଦୂତାବାସ ନିକଟକୁ ଆସିବା ପରେ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ତେବେ ଉଭୟ ସ୍ଥାନରେ ଥିବା ପ୍ରବାସୀ ଭାରତୀୟ, ତୀର୍ଥଯାତ୍ରୀ ଓ ପର୍ଯ୍ୟଟକଙ୍କୁ ସୁରକ୍ଷିତ ସ୍ଥାନରେ ରହିବା ସହ ବାହାରକୁ ନବାହାରିବା ପାଇଁ ଦୂତାବାସ ପକ୍ଷରୁ କୁହାଯାଇଛି । ଗତକାଲି ଆକ୍ରମଣ ଆରମ୍ଭ ହେବା ପରେ ଇସ୍ରାଏଲରେ ଥିବା ଦୂତାବାସ ଜରୁରୀକାଳୀନ ନମ୍ବର ସହ ନିଜ ନାଗରିକଙ୍କ ପାଇଁ ଗାଇଡଲାଇନ ଜାରି କରିଥିଲା ।

ଏହା ମଧ୍ୟ ପଢନ୍ତୁ:- Israel-Gaza War: ଦୁଇ ଦିନରେ ଗଲାଣି ୧ ହଜାରରୁ ଅଧିକ ଜୀବନ !

ଗତକାଲି ସକାଳୁ ପ୍ରଥମେ ପାଲେଷ୍ଟାଇନ ଆତଙ୍କବାଦୀଙ୍କ ଭୟଙ୍କର ଆକ୍ରମଣ ପରେ ଗାଜା ଉପରେ ଆକ୍ରମଣ ଜାରି ରଖିଛି ଇସ୍ରାଏଲ ସେନା । ଦୁଇଦିନ ଧରି ଲାଗି ରହିଥିବା ଆକ୍ରମଣରେ ପ୍ରାୟ ୧ ହଜାରରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଥିବା ସୂତ୍ର ଆଶଙ୍କା ପ୍ରକାଶ ପାଇଛି । ଇସ୍ରାଏଲରେ ସର୍ବାଧିକ ୬ଶହ ଲୋକଙ୍କ ପ୍ରାଣହାନୀ ହୋଇଥିବା ବେଳେ ପାଲେଷ୍ଟାଇନ ଅଧିକୃତ ଗାଜା ଷ୍ଟ୍ରିପରେ ପ୍ରାୟ ୪ଶହ ନାଗରିକଙ୍କ ପ୍ରାଣହାନୀ ହୋଇସାରିଥିବା ସୂଚନା ସାମ୍ନାକୁ ଆସିଛି । ଉଭୟ ଇସ୍ରାଏଲ ଓ ଗାଜାରେ ବିଭିନ୍ନ ଦେଶର ନାଗରିକ ମଧ୍ୟ ରହିଛନ୍ତି । ତେଣୁ ଭାରତ ସମେତ ଅନ୍ୟ ଦେଶମାନେ ମଧ୍ୟ ନିଜ ନାଗରିକଙ୍କ ପାଇଁ ନିର୍ଦ୍ଦେଶାବଳି ଜାରି କରିବା ସହ ସୁରକ୍ଷିତ ସ୍ଥାନାନ୍ତରଣ ପାଇଁ ପ୍ରୟାସ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details